“ସୁନା ଦୋକାନରେ ଚାକିରୀ କରେଇଦେଦେ କହି ୩୦ ହଜାର ନେଇ ଠକିଛି” ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା, ଦେଖନ୍ତୁ

 
Barsha priyadarshini

ପାରିବାରିକ ବିବାଦ ପାଇଁ ଦୀର୍ଘଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣିଥରେ ଅଡୁଆରେ ଫସି ଯାଇଛନ୍ତି। ଚାକିରୀ ଦେବା ନାଁରେ ସେ ଜଣେ ମହିଳାଙ୍କ ଠାରୁ ଟଙ୍କା ନେଇଥିବା ଏବଂ ପରେ ଠକିଥିବା ଅଭିଯୋଗ ହୋଇଛି। ତେବେ, ଏହି ମାମଲାର କୌଣସି ସତ୍ୟତା ନାହିଁ ବୋଲି ବର୍ଷା ସ୍ପଷ୍ଟୀକରଣ ଦେଇଛନ୍ତି।

Barsha

ଭୁବନେଶ୍ୱର ସହିଦନଗର ସତ୍ୟକାଳୀ ବସ୍ତିରେ ରହୁଥିବା କଲ୍ୟାଣୀ ନାୟକ ନାମକ ଜଣେ ମହିଳା ବର୍ଷାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। କଲ୍ୟାଣୀଙ୍କ କହିବା ଅନୁଯାଇ ତାଙ୍କୁ ଏକ ସୁନା ଦୋକାନରେ ଚାକିରୀ କରାଇ ଦେବା ବାହାନାରେ ବର୍ଷା ଏବଂ ତାଙ୍କର ଜଣେ ସହଯୋଗୀ ୩୦ ହଜାର ଟଙ୍କା ନେଇଥିଲେ। କିନ୍ତୁ, ଟଙ୍କା ନେବା ପରେ ଉଭୟେ ତାଙ୍କ ଫୋନ ଉଠାଇନଥିଲେ।

କଲ୍ୟାଣୀ ଏଥିନେଇ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ବର୍ଷା ନିଜ ପକ୍ଷ ରଖିଛନ୍ତି। କଲ୍ୟାଣୀ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହା ତାଙ୍କୁ ମାନସିକ ସ୍ତରରେ ଖୁବ୍ଧ କରିଥିବା ସେ କହିଛନ୍ତି। ତାଙ୍କ ବିରୋଧରେ କେହି ହୀନ ଚକ୍ରାନ୍ତ କରିଥିବାରୁ ସେ ଆଇନର ଦ୍ୱାରସ୍ତ ହେବେ ବୋଲି ବର୍ଷା ଲେଖିଛନ୍ତି।