କଲେଜ ଦେଲା ନୋଟିସ୍: ଭାଲେଣ୍ଟାଇନ୍ ଡେ ସୁଦ୍ଧା ବୟଫ୍ରେଣ୍ଡ୍ ଯୋଗାଡ଼ କର, ନହେଲେ ଝିଅମାନଙ୍କୁ କଲେଜ ପ୍ରବେଶ ମନା, ଜାଣନ୍ତୁ ପୂରା ଖବର

 
Boyfriend

ମାତ୍ର କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରେମ ସପ୍ତାହ ଭାବରେ ଜଣାସୁଣା ଏହି ଦିନଗୁଡିକରେ କପଲ୍ସ ମାନେ ଗିପ୍ଟ ଦେବାନେବା ସହିତ ବୁଲାବୁଲି କରିଥାନ୍ତି। ତେବେ, ଏହାରି ଭିତରେ କଲେଜର ଏକ ଚିଠି ଭାଇରାଲ ହେଉଛି ଯେଉଁଥିରେ ବୟପ୍ରେଣ୍ଡ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ଲେଖାଯାଇଛି।

SVM

ଜଗତସିଂହପୁର ଏସ୍ଭିଏମ୍ କଲେଜ୍ ପକ୍ଷରୁ ଏହି ଚିଠି ଇସ୍ୟୁ କରାଯାଇଛି। ଆଗକୁ ଭାଲେଣ୍ଟାଇନ୍ସ ସପ୍ତାହ ଆସୁଥିବା ବେଳେ ନିଜ ସୁରକ୍ଷା ପାଇଁ ଏକ ବୟଫ୍ରେଣ୍ଡ ବାଛିବାକୁ ଛାତ୍ରୀମାନଙ୍କୁ ବାଧ୍ୟ କରାଯାଇଛି। ବୟଫ୍ରେଣ୍ଡ ନଥିବା ଛାତ୍ରୀମାନଙ୍କୁ କଲେଜ ଭିତରକୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ ସ୍ପଷ୍ଟ ଭାବରେ ଲେଖାଯାଇଛି।

Couple

ତେବେ, ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଚିଠି ଶେଷରେ କଲେଜ ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି। ଏଥିନେଇ କଲେଜ କର୍ତ୍ତୃପକ୍ଷଙ୍କୁ ପଚରା ଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡିଛି। କଲେଜ ପକ୍ଷରୁ ଏଥିନେଇ ଥାନାରେ ଏତଲା ଦିଆଯାଇଛି।