ବିବାଦରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର, ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ, କହିଲେ ହ୍ୟୁମାନ ମତେ ସବୁବେଳେ... 

 
Human sagar

ଅଡୁଆରେ ଓଡ଼ିଆ ସିନେ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର୍। ହ୍ୟୁମାନ ନାମରେ ତାଙ୍କ ସ୍ତ୍ରୀ ନିର୍ଯାତନା ଅଭିଯୋଗ ଆଣିଥିବା ଜଣାପଡିଛି। କିଛି ଦିନ ହେବ ସେ ବିଭିନ୍ନ କାରଣବଶତଃ ବିବାଦ ଘେରରେ ରହିଥିବା ବେଳେ ଏବେ ଘର କଳି ପଦାରେ ପଡ଼ିବା ପରେ ଏଥିନେଇ ଚର୍ଚ୍ଚା ଜୋର୍ ଧରିଛି।

Human sagar

ହ୍ୟୁମାନଙ୍କ ଘର ବଲାଙ୍ଗୀର ହୋଇଥିବା ବେଳେ ସେ ଏବେ କଟକ ସେକ୍ଟର-୬ ରେ ରହୁଛନ୍ତି। ତେବେ, ପାରିବାରିକ କଳହ ହେତୁ ଗତ କିଛି ଦିନ ହେବ ତାଙ୍କ ପତ୍ନୀ ତାଙ୍କ ସହିତ ଘରେ ରାହୁନଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ବାଲେଶ୍ୱରରେ ନିଜ ବାପଘରେ ରହୁଛନ୍ତି।

Family

କିଛିଦିନ ହେବ ସ୍ୱାମୀ ହ୍ୟୁମାନ ସାଗର ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା। ତାଙ୍କର ଯତ୍ନ ନେଉନଥିବା ନେଇ ପତ୍ନୀ ନିର୍ଯାତନା ଅଭିଯୋଗ କରି ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟିଥିବା ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ପାଇଁ ଡିସିପି ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମହିଳା ଥାନା ଉଭୟଙ୍କୁ କାଉଁସିଲିଂ ପାଇଁ ଡକାଇଥିବା ଜଣାପଡିଛି। ଘଟଣାକୁ ନେଇ ଦମ୍ପତ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।