ତୃପ୍ତିଙ୍କ ମାଉସୀଙ୍କର ବଡ଼ ଖୁଲାସା: ଦୁଇ ବର୍ଷରୁ ପ୍ରେମ ସମ୍ପର୍କରେ ଥିଲେ ବାବୁସାନ-ପ୍ରକୃତି, ଜାଣିଥିଲେ ପରିବାର ଲୋକେ ହେଲେ... ଦେଖନ୍ତୁ କଣ କହୁଛନ୍ତି

 
Babushan

ଆଜି ସକାଳୁ ବିଚ୍ ରାସ୍ତାରେ ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଅଭନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏହାକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସିଛି। ଏହାରି ମଧ୍ୟରେ ତୃପ୍ତିଙ୍କ ମାଉସୀଙ୍କର ପ୍ରତିକ୍ରିୟା ପ୍ରକାଶ ପାଇଛି ଯେଉଁଥିରେ ସେ ନିଜ ଝିଆରିକୁ ସମର୍ଥନ କରୁଥିବା ଜଣାପଡିଛି। ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ସେ ଅଭିଯୋଗ କରିଛନ୍ତି।

Fight

ତାଙ୍କ କହିବା ମୁତାବକ ଗତ ଦୁଇ ବର୍ଷ ହେବ ଏପରି ହିଁ ଚାଲିଛି। ବାବୁସାନ ତୃପ୍ତିଙ୍କ କଥା ବୁଝିବା ତ ଦୂରର କଥା ସେ ଘରକୁ ମଧ୍ୟ ଆସନ୍ତି ନାହିଁ। ପ୍ରକୃତି ଡ୍ରଗ୍ସ ଦେଇ ବାବୁସାନଙ୍କୁ ନିଜ ଅକ୍ତିଆରରେ ରଖିଥିବା ସେ କହିଛନ୍ତି। ଯେହେତୁ ତୃପ୍ତି ନିଜ ଇଚ୍ଛାରେ ବାବୁସାନଙ୍କୁ ପ୍ରେମ ବିବାହ କରିଥିଲେ ତେଣୁ ସେ ଏ ସବୁ ସହି ଆସୁଥିଲେ ହେଁ ଲୋକଲଜ୍ଜା ଭୟରେ ପୋଲିସର ଆଶ୍ରୟ ନେଇନଥିଲେ। ଏତେ ସହିବା ପରେ ସମାଧାନର କୌଣସି ବାଟ ନ ଫିଟିବାରୁ ଏଭଳି କାମ କରିବାକୁ ମୋ ଝିଆରୀ ବାଧ୍ୟ ହୋଇଥିବା ତୃପ୍ତିଙ୍କ ମାଉସୀ କହିଛନ୍ତି।

Prakruti mishra

ବାବୁସାନ ଅନେକ ଦିନ ହେବ ପ୍ରକୃତିଙ୍କ ସହିତ ଏକ ଘରଭଡ଼ା ନେଇ ରହୁଥିଲେ। ଆସନ୍ତା ୩୦ ତାରିଖ ଦିନ ଜନ୍ମଦିନ ପାଳିବାକୁ ବାବୁସାନ ଏବଂ ପ୍ରକୃତି ଯାଉଥିବା ଜାଣିବାକୁ ପାଇବା ପରେ ତୃପ୍ତି ଏଭଳି କାଣ୍ଡ ଘଟାଇଥିଲେ। ତୃପ୍ତିଙ୍କ ମାଉସୀ ଆହୁରି ମଧ୍ୟ କହିଛନ୍ତି ଯେ,"ବାବୁସାନ ଗୋଟେ ମଦୁଆ। ମଦ ପିଇପିଇ ତାଙ୍କର ୩୦% ଲିଭର ମଧ୍ୟ ଖରାପ ହୋଇଯାଇଥିଲା। ଚିକିତ୍ସା ପରେ ତାଙ୍କ ଘରଲୋକ ଏଥିନେଇ ଅବଗତ ଥିଲେ"।

ଆହୁରି ମଧ୍ୟ ବାବୁସାନଙ୍କ ମାଆ ଅପରାଜିତା, ତୃପ୍ତି ଏବଂ ତାଙ୍କ ମାଉସୀ ବାବୁସାନ-ପ୍ରକୃତିଙ୍କ ସମ୍ପର୍କକୁ କେନ୍ଦ୍ର କରି ମନ୍ମଥ ମିଶ୍ରଙ୍କ ଘରକୁ ଯାଇ ଆଲୋଚନା କରିଥିଲେ। କିନ୍ତୁ, ଝିଅ ପ୍ରକୃତି ଏବଂ ବାବୁସାନ ତାଙ୍କ ଆୟତ୍ତ ଭିତରେ ନଥିବାରୁ ସେ କିଛି କରି ପାରିବେ ନାହିଁ ବୋଲି ମନ୍ମଥ କହିଥିବା ଶୁଣିବାକୁ ମିଳୁଛି। ତୃପ୍ତି ଚାହିଁଲେ ଏଥିନେଇ ଆଇନର ଆଶ୍ରୟ ନେଇ ପାରନ୍ତି ବୋଲି ସେତବେଳେ ମନ୍ମଥ କହିଥିବା ତୃପ୍ତିଙ୍କ ମାଉସୀ କହିଛନ୍ତି।