ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ଓ ସ୍ତ୍ରୀଙ୍କ ଠାରୁ ମାଡ଼ ଖାଇବା ପରେ ମୁହଁ ଖୋଲିଲେ ବାବୁସାନ୍, କହିଲେ ପ୍ରକୃତି ମୋର...

 
Babushan prakruti mishra

ଆଜି ସକାଳେ ରାଜଧାନୀର ରାଜରାସ୍ତା ଉପରେ ବାବୁସାନଙ୍କୁ ନେଇ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ଦେଖିବାକୁ ମିଳିଥିଲା। ତୃପ୍ତିଙ୍କ ସହିତ ତାଙ୍କ ବାପା ଏବଂ ଆଉ କିଛି ଗୁଣ୍ଡା ମିଶି ବାବୁସାନ ଏବଂ ପ୍ରକୃତିଙ୍କୁ ଗାଳି ଗୁଲଜ କରିବା ସହିତ ଟଣା ଘୋଷରା କରୁଥିବା ନଜ଼ର ଆସିଥିଲେ। ତେବେ, ଏହି ଘଟଣାକୁ ନେଇ ବାବୁସାନଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି।

Prakruti mishra

ବାବୁସାନଙ୍କ କହିବା ଅନୁଯାଇ ସେ ଏବଂ ପ୍ରକୃତି ପିଲା ଦିନର ସାଙ୍ଗ। ଆଜି ସେମାନେ ଏକ ଫିଲ୍ମର ପ୍ରମୋସନ ପାଇଁ ଯାଉଥିବା ବେଳେ ଏଭଳି ଅପ୍ରୀତିକର ଘଟଣା ଘଟିଯାଇଥିଲା। ଏକ ପ୍ରକାର ଭୁଲ ବୁଝାମଣା ହେତୁ ଏଭଳି ଘଟିଥିବା ସେ କହିଛନ୍ତି। ତାଙ୍କ ସ୍ତ୍ରୀ ତୃପ୍ତି ସିନେମା ଜଗତର ନୁହଁନ୍ତି, ସିନେମା ଇଣ୍ଡଷ୍ଟ୍ରୀରେ ବହୁ ଯୁବତୀଙ୍କ ସହିତ କାମ କରିବାକୁ ପଡିଥାଏ। କିନ୍ତୁ, ତୃପ୍ତି ଏହା ବୁଝି ପାରୁନଥିବାରୁ ଏଭଳି ଘଟଣା ଘଟିଥିବା ବାବୁସାନ କହିଛନ୍ତି।

Wife

ତେବେ, ଏହି ଘଟଣାକୁ ନେଇ ପତ୍ନୀ ତୃପ୍ତିଙ୍କ ଉପରେ ତାଙ୍କର କୌଣସି ରାଗ ନାହିଁ କି ସେ ପୋଲିସରେ କୌଣସି ପ୍ରକାର ଅଭିଯୋଗ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ, ଏହି ମାମଲାରେ ତୃପ୍ତିଙ୍କ ବିରୋଧରେ ପ୍ରକୃତି କଣ ପଦକ୍ଷେପ ନେବେ ତାହା ତାଙ୍କର ନିଜସ୍ୱ ନିଷ୍ପତ୍ତି ରହିବ ବୋଲି ବାବୁସାନ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ସମସ୍ତଙ୍କ ଉପରେ ଲିଗାଲ୍ ଆକ୍ସନ ନେବାକୁ ପ୍ରକୃତି ପ୍ରସ୍ତୁତ ହେଉଥିବା ଜଣାପଡିଛି।