ସାମ୍ନାକୁ ଆସିଲା ବାବୁସାନ୍ ପ୍ରକୃତିଙ୍କ ଫୋନ୍ କଲ୍, ପ୍ରକୃତି କାନ୍ଦିବାରୁ ବାବୁସାନ୍ କହିଲେ ଆଇ ଲଭ୍ ୟୁ, ଆଉ ତାପରେ... ଶୁଣନ୍ତୁ ଅଡିଓ

 
Prakriti Misha babushan mohanty

ଗଣମାଧ୍ୟମ ହାତରେ ନୂଆ ନୂଆ ପ୍ରମାଣ ଲାଗିବା ପରେ ବାବୁସାନ-ତୃପ୍ତି-ପ୍ରକୃତି ବିବାଦ ଭିନ୍ନ ଧରଣର ମୋଡ଼ ନେବାକୁ ଯାଉଛି। ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ ଏବେ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଅଡ଼ିଓ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଯାହାକୁ ନେଇ ଏହି ବିବାଦ ଆହୁରି ଘନେଇପରେ ବୋଲି ଆଶଙ୍କା କରାଯାଉଛି।

Babusan

ଭାଇରାଲ ହେଉଥିବା ଏହି ଅଡ଼ିଓରେ ପ୍ରକୃତି କାନ୍ଦି କାନ୍ଦି କଥା ହେଉଥିବା ଏବଂ ବାବୁସାନ ତାଙ୍କୁ ବୁଝାଉଥିବା ଶୁଣିବାକୁ ମିଳୁଛି। ପ୍ରକୃତି କହୁଛନ୍ତି ଯେ,"ସବୁବେଳେ ତତେ ମୋ ମୁଣ୍ଡ ଖରାପ କରିବା ଦରକାର? ତୋ ପାଇଁ ମତେ କଷ୍ଟ ହେଉଛି, ଗୋଡ଼ ବିନ୍ଧିବା ସହ ଶରୀରରେ ଯନ୍ତ୍ରଣା ହେଉଛି। ଏହା କେବଳ ତମ ପାଇଁ... ଉତ୍ତରରେ ବାବୁସାନ କହୁଛନ୍ତି ଭ୍ୟାକ୍ସିନ ନେଇଛୁ ଭଲ ହେଇଯିବ ରେଷ୍ଟ୍ ନେ"। ଏହାପରେ ପ୍ରକୃତି ରାଗିଯିବାରୁ ବାବୁସନ ତାଙ୍କୁ କହୁଛନ୍ତି ଯେ,"ସବୁବେଳେ ତୁ ରାଗିବା ଦରକାର ? ମୁଁ କ'ଣ କଲିକି"? ଏହି କଥାର ଉତ୍ତର ଦେଖାହେଲେ ଦେବେ ବୋଲି ପ୍ରକୃତି କହୁଛନ୍ତି।

କେବଳ ଏତିକି ନୁହେଁ ପରେ ପ୍ରକୃତିଙ୍କୁ ଶାନ୍ତ କରିବା ପାଇଁ ତୋ "ଗୋଡ଼ ଧରୁଛି ସରି" ବୋଲି ବାବୁସନ କହୁଥିବା ଜଣାଯାଇଛି। ଏପରିକି ପରଦିନ ମିଟିଂରେ ପ୍ରକୃତି କେଉଁ ରଙ୍ଗର ଶାଢୀ ପିନ୍ଧିବେ ତାହା ମଧ୍ୟ ପଚାରି ବୁଝୁଛନ୍ତି ବାବୁସାନ। ଶେଷରେ ଉଭୟେ ଉଭୟଙ୍କୁ ଲଭ ୟୁ କହୁଥିବା ମଧ୍ୟ ଶୁଣିବାକୁ ମିଳୁଛି। ତେବେ, ଏହି ଅଡ଼ିଓ ଭାଇରାଲ ହେବାପରେ ଲୋକେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି।