ଦେଖନ୍ତୁ ଭିଡ଼ିଓ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍! ଚେନ୍ନାଇ ହୋଟେଲରେ ଗୋଟିଏ ରୁମରେ ଥିଲେ ବାବୁସାନ ଓ ପ୍ରକୃତି ମିଶ୍ର….

 
Babushan prakruti mishra

ଷ୍ଟାର ପରିବାର ମଧ୍ୟରେ କଳି। ଅଭିନେତ୍ରୀ ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ମାଡ଼ ମାରିବା ପରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ, ୨୩ ତାରିଖ ଦିନ ଏହି ଘଟଣା ଘଟିବା ପରେ ଉଭୟେ ବାବୁସାନ ଏବଂ ପ୍ରକୃତି ଚେନ୍ନାଇ ଚାଲି ଯାଇଥିଲେ। ସେଠାରେ ସେମାନେ ସମାନ ହୋଟେଲରେ ରହୁଥିବା ଅନୁମାନ କରାଯାଉଥିଲା।

Babusan

ଏବେ ହୋଟେଲର ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ ପ୍ରକୃତିଙ୍କ ମାଆ କୃଷ୍ଣପ୍ରିୟା ମିଶ୍ର ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି। କୃଷ୍ଣପ୍ରିୟା କିଛି ସମୟ ପାଇଁ ହୋଟେଲ କରିଡରରେ କିଛି ଲୋକଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳୁଛି। ଏହା ପରେ ଏକ ରୁମ କବାଟକୁ ନକ୍ କରୁଛନ୍ତି ଯାହା ଭିତରୁ ପ୍ରକୃତି ବାହାରକୁ ଆସୁଥିବା ଦେଖିବାକୁ ମିଳୁଛି। ଏହାର ମାତ୍ର କିଛି କ୍ଷଣ ମଧ୍ୟରେ ବାବୁସାନ ସମାନ ରୁମରୁ ବାହାରକୁ ବାହାରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଦେଖନ୍ତୁ ଭିଡ଼ିଓ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୩ ତାରିଖ ସକାଳୁ ଘଟିଥିବା ଅଭାବନୀୟ ଘଟଣା ପରେ ତୃପ୍ତି ନିଜ ଶାଶୂ ଅପରାଜିତାଙ୍କ ସହିତ ଖାରବେଳନଗର ଥାନାକୁ ଯାଇ ପ୍ରକୃତିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ, ଏହାରି ଭିତରେ ପ୍ରକୃତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଫେରିବା ପରେ ତାଙ୍କ ପରିବାର ଉପସ୍ଥିତିରେ ପୋଲିସ ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।