ଅର୍ଚ୍ଚନାର ଡାହାଣ ହାତ ଥିଲା ଶ୍ରଦ୍ଧାଞ୍ଜଳି, ରାତିରେ ହୋଟେଲରେ ଏମିତି ଖେଳ କରି ସକାଳୁ ଗାୟବ ହୋଇଯାଏ ଶ୍ରଦ୍ଧାଞ୍ଜଳି

 
Archana nag

ରାଜ୍ୟର ଚର୍ଚ୍ଚିତ ଘଟଣା ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ବାରମ୍ବାର ସମନ କରୁଥିଲେ ମଧ୍ୟ ଫେରାର୍ ଅଛନ୍ତି। ଅର୍ଚ୍ଚନାଙ୍କ ଡାହାଣ ହାତ ଶ୍ରଦ୍ଧାଞ୍ଜଳି ଥିଲା। ତେବେ ଶ୍ରଦ୍ଧାଞ୍ଜଳି ଫେରାର୍ ଥିବା ବେଳେ ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ବାହାରିବାର ସମ୍ଭାବନା ରହୁଛି ଯଦି ଇଡିର ବାରମ୍ବାର ସମନ୍ ସତ୍ତ୍ୱେ ସେ ହାଜର ନ ହୁଅନ୍ତି। 

Sradhanjali

ସୂଚନାଯୋଗ୍ୟ ଯେ କାରଣ ଅର୍ଚ୍ଚନା ଯେଉଁ ସ୍ଥାନ କୁ ଯାଇ ପାରୁ ନଥିଲେ ସେଠାକୁ ସେ ଶ୍ରଦ୍ଧାଞ୍ଜଳି ଙ୍କୁ ହିଁ ପଠାଉ ଥିଲେ। ଏଥି ପାଇଁ ଇଡି ଅର୍ଚ୍ଚନା ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି କୁ ତଦନ୍ତ ପରିସର ଭୂକ୍ତ କରିଥିଲା। ଏହି ଘଟଣାରେ ଇଡି ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ୟ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ଏଥି ମଧ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ଚ୍ଚନା ଙ୍କ ଅନେକ ଗୁମର ମଧ୍ଯ ଖୋଲି ସାରିଛି। ଏବେ ଦୁଇ ଦୁଇ ଥର ଜେରା ସରିବା ପରେ ଶ୍ରଦ୍ଧାଞ୍ଜଳି ଆଉ ଧରା ଛୁଆଁ ଦେଉ ନାହିଁ।

ଶ୍ରଦ୍ଧାଞ୍ଜଳି ଏକ ହୋଟେଲ୍ ରେ ରହୁଥିଲେ ହେଲେ ତାଙ୍କୁ ଏବେ ଇଡି ଖୋଜିବା ସମୟରେ ସେଠାରେ ପାଉ ନାହିଁ। ତେବେ ପୂର୍ବରୁ ହାଜର ହେବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରିଥିଲା। 

Archana nag

୨୦୧୮ ମସିହାରେ ପ୍ରମୋଦ ସ୍ୱାଇଁଙ୍କ ଘରେ ଅର୍ଚ୍ଚନା ନାଗ ଓ ଶ୍ରଦ୍ଧାଞ୍ଜଳି ଦେଖାସାକ୍ଷାତ ହୋଇଥିଲେ। ଉଭୟ ଯୁବତୀ ଗୋଟିଏ କୋଠାରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଅନେକ ବଡ଼ବଡିଆ ଅର୍ଚ୍ଚନାଙ୍କ ଘରକୁ ଆସିଥିବା ଶ୍ରଦ୍ଧାଞ୍ଜଳି ଜାଣିବାକୁ ପାଇଥିଲେ। ସୂତ୍ର ଅନୁସାରେ, ଅର୍ଚ୍ଚନା ୨୦୧୯ ମସିହାରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରବର୍ତ୍ତାଇଥିଲେ। ଅର୍ଚ୍ଚନା ୨୦୧୯ ମସିହାରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିବାକୁ ଶ୍ରଦ୍ଧାଞ୍ଜଳିଙ୍କୁ ପ୍ରବର୍ତ୍ତାଇଥିଲେ।