ଟୁଙ୍ଗୁରୁ ଭୋଳ ବାବୁସାନ୍ ପ୍ରକୃତି ଖବରକୁ ନେଇ ମନୋରଞ୍ଜନ ମିଶ୍ରଙ୍କ ଏପରି ବୟାନ ପରେ କଡା ଜବାବ ଦେଲେ ଅପୂର୍ବ, କହିଦେଲେ ଏମିତି କିଛି

 
Odisha Media

ଦେଶ ଏବଂ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଖବରକୁ ଛାଡ଼ି ସାଧାରଣ ଜନତା ଏବଂ କିଛି ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣାକୁ ଖବର କରି ପ୍ରସାରଣ କରିବାରେ ବ୍ୟସ୍ତ ରହିଛି ଗଣମାଧ୍ୟମ। ସେ ପ୍ରକୃତି-ବାବୁସାନ ମାମଲା ହେଉ ଅଥବା ଟୁଙ୍ଗୁରୁ-ବର୍ଷା ମାମଲା ହେଉ ଟିଆରପି ଲୋଭରେ ଆଜିର ଗଣମାଧ୍ୟମ ଏଭଳି ଖବରକୁ ଅଧିକ ଗୁରୁତ୍ୱ ଦେଉଥିବା ଲୋକେ ଅଭିଯୋଗ କରୁଛନ୍ତି। ଏଥିନେଇ ସୋସିଆଲ ମିଡିଆରେ ଲୋକେ ଗଣମାଧ୍ୟମକୁ ଗାଳି ଦେଉଛନ୍ତି।

Manoranjan post

ତେବେ, ନିଜର ଭୁଲ ବୁଝିବା ଏବଂ ଏହାକୁ ସୁଧାରିବା ପରିବର୍ତ୍ତେ ପାଲଟା ଦର୍ଶକ ମାନଙ୍କୁ ଦୋଷ ଦେଇଛନ୍ତି କନକ ନିଉଜ ସମ୍ପାଦକ ମନୋରଞ୍ଜନ ମିଶ୍ର। "ଲୋକମାନେ ଗଣମାଧ୍ୟମକୁ ଏମିତି ଖବର ପାଇଁ ସୋଦୁଛନ୍ତି କିନ୍ତୁ ସେଇ ଖବରକୁ ମିଲିୟନରେ ଦେଖୁଛନ୍ତି। ତୁମେମାନେ ଦେଖୁଛ ବୋଲି ଆମେ ଦେଖାଉଛୁ, ଲୋକମାନେ ଏମତି ଖବରରେ ରୁଚି ନ ରଖିଲେ ଗଣମାଧ୍ୟମ ମଧ୍ୟ ଏମିତି ଖବର ଦେଖାଇବନି" ବୋଲି ସେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି।

Manoranjan vs apurba

ତେବେ, ମନୋରଞ୍ଜନଙ୍କର ଏଭଳି କଥାକୁ ସମାଲୋଚନା କରିଛନ୍ତି ବରିଷ୍ଠ ତଥା ନିର୍ଭିକ ସାମ୍ବାଦିକ ଅପୂର୍ବ ରଞ୍ଜନ ପଣ୍ଡା। ସେ ଲେଖିଛନ୍ତି ଯେ," ଦୁର୍ବଳ ରାଜା ଆଉ ଦୁର୍ବଳ ମନ୍ତ୍ରୀ/ଯେମିତି ନିଜ ଅପାରଗତା ପାଇଁ ଲୋକଙ୍କ କାନ୍ଧରେ ବନ୍ଧୁକ ଥୋଇ ଫୁଟାଏ….। ସେହିପରି ଦୁର୍ବଳ Editor ଲୋକଙ୍କ କାନ୍ଧରେ ବନ୍ଧୁକ ଥୋଇ Journalism ନାଁରେ pornalism କରେ…।ସମ୍ମାନସ୍ପଦ ପ୍ରିୟର ମନୋରଞ୍ଜନ ମିଶ୍ର sir… ସାମ୍ବାଦିକତା ପଢିଲା ବେଳୁ ଆମେ ଆପଣଙ୍କୁ follow କରିଛୁ..।ଏପରିକି ପ୍ରତି ଶନିବାର ଆପଣଙ୍କ ଜନମଞ୍ଚ ଶୋ ସୁଟିଂ ଦେଖିବା ପାଇଁ ଗୋପାଳପୁର ଯାଇଛୁ…ଏଥିରେ କୌଣସି ଦୁଇମତ ନାହିଁ ଯେ ଆପଣ ଆମ ମାନଙ୍କ ପାଇଁ ଆଦର୍ଶ ଏବଂ ଉଦାହରଣ।

Apurba reply

କିନ୍ତୁ, ଚ୍ୟାନେଲରେ ପ୍ରସାରଣ କରାଯାଉଥିବା ଖବର ପାଇଁ କେବଳ ସମ୍ପାଦକଙ୍କୁ ହିଁ ଦାୟୀ କରାଯିବା ଉଚିତ। ଲୋକେ ଯାହା ଚାହୁଁଛନ୍ତି ତାହା ଆମେ ଦେଖାଉଛୁ ବୋଲି ଆପଣଙ୍କ ମୁହଁରୁ ଶୁଣିଲା ପରେ ଉଦାହରଣ ବାଛିବାରେ ହୁଏତ ଭୁଲ ହୋଇଗଲା ବୋଲି ସେ ଭାବୁଥିବା ଅପୂର୍ବ ଲେଖିଛନ୍ତି। ତେବେ, ହୁଏତ ମନୋରଞ୍ଜନ ଶସ୍ତା କନ୍ଟେଣ୍ଟ ଉପରେ ଗୁରୁତ୍ୱ ଦେଇଥିବେ ତେଣୁ ତାଙ୍କ କର୍ମଚାରୀମାନେ ଏଭଳି ଖବର ଉପରେ ଧ୍ୟାନ ଦେଉଥିବେ ବୋଲି ଅପୂର୍ବ କଡ଼ା ବାକ୍ୟରେ କହିଛନ୍ତି।