ବର୍ଷାଙ୍କ ପାଇଁ ଜୀବନ ହାରିଲେ ବ୍ୟବସାୟୀ ରାହୁଲ! ନ୍ୟାୟ ଦାବି କଲେ ଅନୁଭବ ମହାନ୍ତି, ଜାଣନ୍ତୁ କଣ କହିଲେ

 
Rahul suicide

ଶ୍ୱଶୁରଘର ଲୋକଙ୍କ ମିଛ ଅଭିଯୋଗ ଏବଂ ଦିଆଯାଉଥିବା ମାନସିକ ନିର୍ଯାତନାକୁ ସହି ନ ପାରି ଆତ୍ମହତ୍ୟା କରିଛନ୍ତି ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ। ଏଥିନେଇ ସେ ସ୍ପଷ୍ଟ ଭାବରେ ଏକ ଭିଡ଼ିଓରେ ଉଲ୍ଲେଖ କରିଥିବା ବେଳେ ସିନେଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ କରି ତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି।

Anubhav

ଅନୁଭବ ବୁଧବାର ସଂଧ୍ୟାରେ ଏକ ଟ୍ୱିଟ କରି ଲେଖିଛନ୍ତି ଯେ," ଏହି ହୃଦୟ ବିଦାରକ ଘଟଣା ଉପରେ ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ରାଉରକେଲା ଏସପିଙ୍କୁ ଅନୁରୋଧ କରୁଛି। ପବିତ୍ର ଆତ୍ମାକୁ ନ୍ୟାୟ ମିଳିପାରି ନାହିଁ ସତ! ଅନ୍ତତଃପକ୍ଷେ ତାଙ୍କ ଅଭିଯୁକ୍ତ ଶାଶୁ, ଶ୍ୱଶୁରଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ,ରାହୁଲଙ୍କ ଆତ୍ମାକୁ କିଛି ମାତ୍ରାରେ ଶାନ୍ତି ଦେଇପାରେ'। ସେ ଟ୍ୱିଟରେ #JusticeForRahul ଲେଖିବା ସହ ରାଉରକେଲା ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି।


ଘଟଣାକୁ ନେଇ Men’s Day Out ଦ୍ୱାରା ପ୍ରକାଶ ପାଇଥିବା ଏକ ଖବରକୁ ଟ୍ୟାଗ କରି ଅନୁଭବ ଏପରି ପୋଷ୍ଟ କରିଛନ୍ତି। ତେବେ, ରାହୁଲ ଏବଂ ଅନୁଭବଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହେଉଛି। ରାହୁଲଙ୍କ ପତ୍ନୀଙ୍କ ନାମ ବର୍ଷା ହୋଇଥିବା ବେଳେ ଶ୍ୱଶୁରଘର ଲୋକଙ୍କ ମିଛ ଅଭିଯୋଗ ଏବଂ ମାନସିକ ନିର୍ଯାତନା ହେତୁ ରାହୁଲ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ଅନୁଭବଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୁଦ୍ଧରେ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି। ଯେଉଁଥିପାଇଁ ସାଂସଦ ଏବଂ ତାଙ୍କ ବାପା ମାଆ ମଧ୍ୟ ଚିନ୍ତାଗ୍ରସ୍ତ ହୋଇ ରହୁଛନ୍ତି।