ବରବେଶରେ ଅନୁଭବ ମହାନ୍ତି, ଆଉଜଣେ ଝିଅର ମଥାରେ ସିନ୍ଦୂର ଦେଇ କଲେ ଦ୍ୱିତୀୟ ବିବାହ? ଜାଣନ୍ତୁ ପୂରା ଘଟଣା

 
Anubhav mohanty second marriage

ଏକ ସମୟରେ ଯେତେବେଳେ ଅଭିନେତା ତଥା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବୈବାହିକ ବିବାଦ ଭିତରେ ଅନୁଭବ ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଅନୁଭବ ମହାନ୍ତିଙ୍କ ଫୋଟୋ ଏବଂ କିଛି ଭିଡିଓ-କ୍ଲିପ୍ ସାମ୍ନାକୁ ଆସିଛି ଯେଉଁଥିରେ ଅନୁଭବ ବର ବେଶରେ ଥିବା ବେଳେ ତାଙ୍କର ବାହାଘର ହେଉଥିବାର ଦେଖିବାକୁ ମିଳିଛି। ତେବେ ଅନୁଭବ ସତରେ ବିବାହ କରିଛନ୍ତି ନା ଏହା ତାଙ୍କ ଆଗାମୀ ଚଳଚ୍ଚିତ୍ରର କିଛି ତାହା ସ୍ପଷ୍ଟ ଜଣା ପଡିନଥିବା ବେଳେ ଏହି ଫଟୋ ଓ ଭିଡ଼ିଓକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ତେବେ ବିବାହରେ ଅନେକ ଲୋକ ଥିବା ବେଳେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଗୁରୁବାର ଦିନ ବାରିପଦାସ୍ଥିତ ଏକ ମଣ୍ଡପରେ ଅନୁଭବଙ୍କ ଚଳଚ୍ଚିତ୍ରର ସୁଟିଂ କରାଯାଇଥିଲା ବୋଲି ଅନୁମାନ କରାଯାଉଛି।

Anubhav mohanty

ଗତକାଲି ସନ୍ଧ୍ୟାରେ ଅଭିନେତା ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ଦିଲ୍ଲୀର କିଛି ସମେତ ଅନ୍ୟ ସହ-ଅଭିନେତାଙ୍କ ସହ ଶୁଟିଂ ଦିନର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହୋଇଥିଲା। ଅନୁମାନ କରାଯାଉଛି ଏହି ଦୃଶ୍ୟଟି ଅନୁଭବଙ୍କ ଆଗାମୀ ଫିଲ୍ମ ଲଭ ଇନ ଲଣ୍ଡନର ଦୃଶ୍ୟ। ଫିଲ୍ମର କାହାଣୀ ଅନୁସାରେ ଅଭିନେତ୍ରୀଙ୍କ ସହ ବିବାହ ବେଦୀରେ ଅଛନ୍ତି ଅନୁଭବ। ପରମ୍ପରା ଅନୁସାରେ ବୈଦିକ ରୀତିନୀତିରେ ହେଉଛି ବିବାହ।

Anubhav Mohanty

ଆଉ କିଛି ଫଟୋରେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳା ଅନୁଭବଙ୍କ ପରିବାର ସହ ନଜର ଆସିଛନ୍ତି। ଚର୍ଚ୍ଚା ହେଉଛି ନିକଟରେ ଫିଲ୍ମ ନିର୍ମାତା ସଞ୍ଜୟ ନାୟକଙ୍କ ବିବାହ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ ଅନୁଭବଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳା। ସଞ୍ଜୟ ନାୟକଙ୍କ ବିବାହ ବାର୍ଷିକ ଉତ୍ସବରେ ଅନୁଭବ କହିଥିଲେ ମୋର ଡିଭର୍ସ ହୋଇଗଲେ ମୁଁ ପାର୍ଟିିଦେବି।