ବାବୁସାନ୍ ପ୍ରକୃତି ବିବାଦରେ ମୁହଁ ଖୋଲିଲେ ଅନୁଭବ, କହିଲେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ...

 
Anubhav

ଆଜିକାଲି ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛି ଓଲିଉଡ ଅଭିନେତା ଏବଂ ଅଭିନେତ୍ରୀ ଚର୍ଚ୍ଚାରେ ରହୁଛନ୍ତି। ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ଏହାକୁ ନେଇ ଖବର ପ୍ରସାରଣ କରୁଛନ୍ତି। ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶିନୀ ବିବାଦ ହେଉ ଅଥବା ବାବୁସାନ, ପ୍ରକୃତି ମିଶ୍ର ଏବଂ ତୃପ୍ତି ଶତପଥୀ ବିବାଦ ହେଉ ଏହା ରାଜ୍ୟର ପ୍ରମୁଖ ଖବର ପାଲଟି ସାରିଲାଣି। ତେବେ, ଏଥିନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି।

Anubhav

ଏକ ଭିଡ଼ିଓ ମାଧ୍ୟମରେ ଅନୁଭବ କହିଛନ୍ତି ଯେ,"ସତ ନ ଜାଣି ଦୟା କରି କୌଣସି ଜିନିଷର ତର୍ଜମା କରନ୍ତୁ ନାହିଁ"। ଏହା ବ୍ୟତୀତ ଜଣେ ବ୍ୟକ୍ତି ମନରେ କି କଷ୍ଟ ପାଉଛି, କଣ ଭାବୁଛି, କଣ ଚାହୁଁଛି କି ତା ଜୀବନରେ ସେ କଣ ଭୋଗୁଛି। ସେଥିନେଇ ଆପଣମାନେ କହିବାକୁ କିଏ? ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି। ସମସ୍ତଙ୍କର ନିଜର ବ୍ୟକ୍ତିଗତ ଜୀବନ ରହିଛି ବ୍ୟକ୍ତିଗତ ଇଚ୍ଛା ରହିଛି ତାହାକୁ ନେଇ କେତେକ ଲୋକେ ନିଜର ଫାଇଦା ପାଇଁ ବ୍ୟବହାର କରୁଥିବାରୁ ତାହାକୁ ସେ ବିରୋଧ କରୁଥିବା ଅନୁଭବ କହିଛନ୍ତି।

ଏଭଳି କାର୍ଯ୍ୟକୁ ସେ ବିରୋଧ କରନ୍ତି ଏବଂ ଆଗକୁ ମଧ୍ୟ ବିରୋଧ କରିବେ ବୋଲି ଅନୁଭବ ସ୍ପଷ୍ଟ ଭାବରେ କହିଛନ୍ତି। ଲୋକେ ତାଙ୍କୁ ଭଲ ପାଆନ୍ତୁ କିମ୍ବା ଭଲ ନ ପାଆନ୍ତୁ, ସେ ଭିଡ଼ିଓ ମାଧ୍ୟମରେ ଯାହା ବି କହିଲେ ତାହା ଠିକ ନୁହେଁ କି? ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଅନୁଭବଙ୍କର ଦୀର୍ଘଦିନ ହେବ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ପାରିବାରିକ କଳହ ଲାଗିରହିଛି। ତେବେ, ଏହି ଭିଡ଼ିଓଟି କାହା ଉଦ୍ଧେଶ୍ୟରେ ଏବଂ କଣ ପାଇଁ ସେ କହିଛନ୍ତି ତାହା ସ୍ପଷ୍ଟ ଭାବରେ ଜଣାପଡିନାହିଁ।