ଦୋଷ ବାପା ମାଆଙ୍କର ହେଲେ ଦଣ୍ଡ ଭୋଗିବ ନିଷ୍ପାପ ଶିଶୁ, ଜେଲ୍ ଗଲା ୩ ବର୍ଷର ଶିଶୁ, ପୂରା ଘଟଣା ଜାଣି ହେବେ ଦୁଃଖିତ, ଦେଖନ୍ତୁ ଭିଡ଼ିଓ

 
Sishu

ଆଇନ ଅନୁଯାଇ ଯିଏ ଦୋଷ କରିବ ସିଏ ଦଣ୍ଡ ମଧ୍ୟ ପାଇବ। କିନ୍ତୁ, ଆମ୍ଭେ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ଭିନ୍ନ ଅଟେ। ବାପା ମାଆ କରିଥିବା ଭୁଲ ପାଇଁ ଦଣ୍ଡ ଭୋଗିବାକୁ ଯାଉଛି ୩ ବର୍ଷ ବୟସର ନିଷ୍ପପ ଶିଶୁ। ଆଜ୍ଞା ହଁ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଭଅଁରା ଗାଁରେ ଏଭଳି ହିଁ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।

Sishu

ମିଳିଥିବା ସୂଚନା ଅନୁଯାଇ ୨୫ ତାରିଖ ରାତିରେ ଭଅଁରା ଗାଁର ଲୋଚନ ମୁଣ୍ଡା ପୁଅ ମଙ୍ଗଳ ମୁଣ୍ଡାକୁ ମାଛ ଧରିବା ପାଇଁ ଡାକିଥିଲା। କିନ୍ତୁ, ପୁଅ ରାଜି ନ ହେବାରୁ ଲୋଚନ ମୁଣ୍ଡରେ ପିତ୍ତ ଚଢ଼ି ଯାଇଥିଲା। ହାତରେ ଧରିଥିବା କୁରାଢ଼ୀରେ ସେ ନିଜ ପୁଅକୁ ହାଣିବା ଆରମ୍ଭ କରିଥିଲା। ଘରେ ଥିବା ମଙ୍ଗଳର ସ୍ତ୍ରୀ ଜ୍ୟୋତି ଏବଂ ମଙ୍ଗଳ ନିଜକୁ ବଞ୍ଚାଇବାକୁ ଯାଇ ବାପ ଉପରେ ପାଲଟା ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ଲୋଚନର ମୃତ୍ୟୁ ଘଟିଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ପୋଲିସର ତଦନ୍ତ ପରେ ହତ୍ୟା ଅଭିଯୋଗରେ ଲୋଚନ ଏବଂ ଜ୍ୟୋତିକୁ ଜେଲ ଦଣ୍ଡାଦେଶ ହୋଇଛି। କିନ୍ତୁ, ଜ୍ୟୋତିର ନିବେଦନ ଅନୁଯାଇ ତାଙ୍କର ୩ ବର୍ଷର ଶିଶୁକୁ ମଧ୍ୟ ବାପା ମାଆଙ୍କ ପାଖରେ ରଖାଯାଇଛି। ସେମାନଙ୍କର ଅନ୍ୟ ୫ ପିଲାଙ୍କୁ ଅନାଥଆଶ୍ରମକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।