ସରକାର ଘୋଷଣା କଲେ ରଥଯାତ୍ରା ରେ ୨ ଦିନିଆ ଛୁଟି, ଜାଣନ୍ତୁ କେଉଁଦିନ ମିଳିବ ଛୁଟି

 
rahayatra

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ନୂଆ ସରକାର କଣ ସବୁ କରୁଛନ୍ତି ସେହି ବିଷୟରେ ଜାଣିପାରିବେ । ଆମ ଓଡ଼ିଶାରେ ଏବେ ବିଜେପି ସରକାର ଶାସନ କରୁଛନ୍ତି । 

ବିଜେପି ସରକାର ଏବେ ଦୁର୍ନୀତି କରାଯାଉଥିବା ଅଞ୍ଚଳରେ ତଦନ୍ତ କରାଉଛନ୍ତି । ଆଉ ଏହି ତଦନ୍ତ ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି। ତେବେ ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ୨ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର। 

୫୩ ବର୍ଷ ପରେ ଏଥର ରଥଯାତ୍ରାରେ ପଡୁଛି ବିରଳ ସଂଯୋଗ। ଏଥର ରଥଯାତ୍ରା ୨ଦିନିଆ ପଡୁଥିବାରୁ ୭-୮ ତାରିଖ ୨ ଦିନ ଧରି ଟଣାଯିବା ରଥ । ୭ ତାରିଖ ରବିବାର ପଡୁଛି । ତେଣୁ ୮ ତାରିଖ ସୋମବାରକୁ ମଧ୍ୟ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

ଆଜି ପୁରୀରେ ଅନୁଷ୍ଠିତ ହୋଇଥିବା ସମନ୍ୱୟ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏଥର ରଥଯାତ୍ରା ସଫଳ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନେଇ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। 

ଆଉ ସରକାରୀସ୍ତରରେ ଯେଉଁ ଗୋଟିଏ ଦିନର ଛୁଟି ଥିଲା ତାହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ରଥଯାତ୍ରା ଯେପରି ସୁରୁଖୁରରେ ସମାପନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥଯାତ୍ରା ଦେଖିବା ସହ ରଥ ଟାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏହା ବେଶ ଖୁସି ଓ ଗୌରବର କଥା । ଏହି ବିରଳ ରଥଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।