କମ୍ପ୍ୟୁଟର ସେଣ୍ଟରରେ ଗଢିଉଠିଲା ୧୯ ବର୍ଷୀୟା ଛାତ୍ରୀ ଓ ୬୦ ବର୍ଷ ସାରଙ୍କ ପ୍ରେମ, ଫେରାର୍ ହୋଇ କଲେ ବିବାହ, ଜାଣନ୍ତୁ ପୁରା ଘଟଣା

 
Sir student

ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷକଙ୍କ କାରନାମା ଲହୁଣିପଡ଼ା ରେ ଚର୍ଚ୍ଚାର ବିଷୟ ପାଲଟିଛି। ବାପ ବୟସର ଶିକ୍ଷକ ଜଣଙ୍କ ଜଣେ ଛାତ୍ରୀଙ୍କୁ ଧରି ଫେରାର ହୋଇ ଯାଇଥିବା ଝିଅଙ୍କ ପରିବାର ପକ୍ଷରୁ ଲହୁଣିପଡ଼ା ଥାନାରେ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଉଭୟ ଝିଅ ଓ ଶିକ୍ଷକଙ୍କ ମୋବାଇଲ୍ ଟ୍ରାକିଂ କରି ତନାଘନା ଚଳାଇଛି। ଲହୁଣିପଡ଼ା ମୁଖ୍ୟ ବଜାରରେ ଥିବା ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ଅନେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। 

Sir

ବୟସ୍କ ସାର୍ କମ୍ପୁଟର କେନ୍ଦ୍ରର ମାଲିକ ତଥା ଶିକ୍ଷକ ଜଣକ ପୁଣି ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ କିରାଣି ଚାକିରି କରନ୍ତି। ତାଙ୍କର ନିଜର ପରିବାର ଥିବାବେଳେ ଦୁଇ ଝିଅଙ୍କୁ ପୂର୍ବରୁ ବିବାହ କରାଇ ସାରିଛନ୍ତି ନିକଟରେ ତାଙ୍କ ପୁଅ ମଧ୍ୟ ବିବାହ କରିଛନ୍ତି। ପୁଅ ବାହାରକୁ କିଛି ଦିନ ଯାଉଛି କି ନାହିଁ ନିଜ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ରରେ ପଢୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଧରି ଫେରାର ହେବା ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କହିଛି। 

ସବୁଦିନ ଭଳି ଗତ ୬ ତାରିଖ ଗୁରୁବାର ଦିନ ଲହୁଣିପଡ଼ା ଥାନା ଅଞ୍ଚଳର ଉକ୍ତ ଛାତ୍ରୀ ଜଣକ କମ୍ପ୍ୟୁଟର ସେଣ୍ଟରକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ଝିଅର ଖୋଜଖବର ପାଇ ନଥିଲେ। ପରଦିନ କମ୍ପୁଟର ସେଣ୍ଟରକୁ ଯାଇ କମ୍ପ୍ୟୁଟର ଶିକ୍ଷକଙ୍କୁ ପଚାରି ବୁଝିବାକୁ ଚାହିଁଥିଲେ। ଶିକ୍ଷା କେନ୍ଦ୍ରରେ ସାରଙ୍କୁ ନ ପାଇବାରୁ ତାଙ୍କ ଘର ଲୋକଙ୍କୁ ଭେଟି ସର୍ ଗତକାଲି ଠାରୁ ଘରେ ନାହାନ୍ତି ଶୁଣିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। 

ପରେ ସେହି ଦିନ ଅର୍ଥାତ୍ ୬ ତାରିଖରେ ଝିଅଙ୍କ ବାପା ଥାନାରେ ଝିଅର ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଖୁବଶୀଘ୍ର ଝିଅକୁ ଖୋଜି ବାହାର କରିବା ପାଇଁ ପୁଲିସ ପ୍ରତିଶୃତି ଦେଇଥିଲା। ଥନାରୁ ପରିବାର ଲୋକେ ଘରକୁ ପହିଁଞ୍ଚି ଚିନ୍ତାରେ ଥିବାବେଳେ ଘର ମୋବାଇଲ ଫୋନକୁ ଏକ ହ୍ୱଟସପ୍ ମେସେଜ୍ ଆସିଲା। ସେଥିରେ ଲେଖାଥିଲା 'ବାପା ମୋତେ ଖୋଜିବ ନାହିଁ, ମୁଁ ମୋ କମ୍ପ୍ୟୁଟର ସାରଙ୍କ ସହିତ ପଳାଇ ଆସିଛି। 

Computer sir

ଏହା ଦେଖିବା ପରେ ଝିଅର ପରିବାର ଲୋକେ ପୁଣି ଥରେ ସଂପୃକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଏ ସଂପର୍କରେ ଜଣାଇଥିଲେ। ଉଭୟ ପରିବାର ଲୋକ ମିଶି ପୁଣି ଥାନାକୁ ଯାଇଥିଲେ। ସେଠାରେ ସଂପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ପୁଲିସ୍‌ରେ ଆଉ ଏକ ଲିଖିତ ଏତଲା ଦିଆ ଯାଇଥିଲା। ପୁଲିସ ଘଟଣାର ତନାଘନା ଚଳାଇଥିବାବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।