ବାୟା କରିଲାଣି ସୋସିଆଲ ମିଡିଆ! ବାପା ମାଆଙ୍କୁ ନ ଜଣାଇ ଇଂଷ୍ଟାଗ୍ରାମ ଫ୍ରେଣ୍ଡ ପାଖକୁ ପଳାଇଲା ୧୨ ବର୍ଷର ଝିଅ, ଆଉ ତାପରେ...

 
Jhia

ବର୍ତ୍ତମାନ ଛୋଟ ବଡ଼ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ। ଅନେକ ନାବାଳକ ନାବାଳିକାଙ୍କ ହାତରେ ସ୍ମାର୍ଟଫୋନ ପଡ଼ିବା ପରେ ସେମାନେ ଏହାର ଅପବ୍ୟବହାର କରିବାରେ ଲିପ୍ତ ରହୁଛନ୍ତି। ଏଥିସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଅଜଣା ବ୍ୟକ୍ତିମାନଙ୍କ ସହିତ ବନ୍ଧୁତା ସ୍ଥାପନ ହେଉଛି। କିନ୍ତୁ, ବେଳେ ବେଳେ ଏହି ବନ୍ଧୁ ମାନଙ୍କ ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି।

Eloped

ବର୍ତ୍ତମାନ କେନ୍ଦ୍ରାପଡା ଜିଲ୍ଲା ଜଇପୁର ଅଞ୍ଚଳରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଛାତ୍ରୀ ଇଂଷ୍ଟାଗ୍ରାମରେ ପରିଚୟ ହୋଇଥିବା ଜଣେ ବନ୍ଧୁଙ୍କ ପାଖକୁ ଏକାକୀ ଚାଲି ଯାଇଥିଲେ। ନାବାଳିକାର ବୟସ ମାତ୍ର ୧୨ ବର୍ଷ ହୋଇଥିବାରୁ ପରିବାର ଲୋକେ ବେସ୍ ଚିନ୍ତାରେ ରହିଥିଲେ। ଏଥିନେଇ ଥାନାରେ ଅଭିଯୋଗ କରିବା ପରେ କେନ୍ଦ୍ରାପଡା ପୋଲିସ ତତ୍ପରତା ଦେଖାଇଥିଲା। ପୋଲିସ ମାତ୍ର ୧୦ ଘଣ୍ଟା ଭିତରେ ଉକ୍ତ ଯୁବତୀଙ୍କୁ ଠାବ କରିବା ସହ ପରିବାର ପାଖକୁ ଫେରାଇ ଆଣିଛି।

Instagram

ଘଟଣା ମୁତାବକ ଇନଷ୍ଟାଗ୍ରାମରେ ତାଙ୍କର ବନ୍ଧୁତା ଏତେ ବାଟ ଆଗେଇ ଯାଇଥିଲା ଯେ ଘରେ ବାପା-ମାଆଙ୍କୁ ନଜଣାଇ ଛାତ୍ରୀ ଜଣକ ଏକାକୀ ବସ୍ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ। ଏପଟେ ପରିବାର ତରଫରୁ ଏତଲା ଦିଆଯିବା ପରେ ପୋଲିସ ତାଙ୍କୁ ଖୋଜିବାରେ ଲାଗି ପଡିଥିଲା। ଡିଜିଟାଲ ଟ୍ରାକିଂ ସାହାଯ୍ୟରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ କେନ୍ଦୁଝର ସୀମାନ୍ତ ଅଞ୍ଚଳରୁ ଉଦ୍ଧାର କରିଥିଲା। ତେବେ, ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେଥିନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଚାନ୍ଦୋଳ ଫାଣ୍ଡି ଏସ୍ଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

From around the web