ଦେଖନ୍ତୁ ଭିଡ଼ିଓ: ଯେବେ ନେହା କକର୍ ଙ୍କ ଗୀତ ଶୁଣି ନିଜକୁ ଚାପୁଡ଼ା ମାରିଥିଲେ ଅନୁ ମଲ୍ଲିକ୍, ତା ପରେ ଇଣ୍ଡିଆନ ଆଇଡଲ ଷ୍ଟେଜ୍ ହେଲା କିଛି ଏପରି…

 
ଦେଖନ୍ତୁ ଭିଡ଼ିଓ: ଯେବେ ନେହା କକର୍ ଙ୍କ ଗୀତ ଶୁଣି ନିଜକୁ ଚାପୁଡ଼ା ମାରିଥିଲେ ଅନୁ ମଲ୍ଲିକ୍, ତା ପରେ ଇଣ୍ଡିଆନ ଆଇଡଲ ଷ୍ଟେଜ୍ ହେଲା କିଛି ଏପରି…

ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କର୍ ବର୍ତ୍ତମାନ ଇଣ୍ଡିଆନ୍ ଆଇଡଲ୍ ୧୨ ରେ ଜଜ୍ ଭୂମିକାରେ ଅବର୍ତିନ ହୋଇଛନ୍ତି। ନେହା କକ୍କର ଆଜି ସେହି ସୋ’ର ଜଜ୍ ଅଛନ୍ତି, ଯେଉଁ ସୋ ରୁ ସେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। 

ସେ ଏହି ମ୍ୟୁଜିକ୍ ରିଅଲିଟି ସୋ’ର ଦ୍ୱିତୀୟ ସିଜ଼ନ ରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ, କିନ୍ତୁ ଶୋ’ରେ ତାଙ୍କର ଯାତ୍ରା ବେଶି ଦିନ ରହି ନଥିଲା। ତେବେ ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର କକଟେଲର 'ସେକେଣ୍ଡ ହ୍ୟାଣ୍ଡ ଜୱାନୀ' ଗୀତ ଦ୍ୱାରା ନେହା କକ୍କର ଫେମସ୍ ହୋଇଥିଲେ।

ନେହା କକ୍କରଙ୍କ ଏହି ଗୀତକୁ ସଙ୍ଗୀତ ପ୍ରେମୀମାନେ ଖୁବ ପସନ୍ଦ କରିଥିଲେ।  ତେବେ ଆଜିକା ଦିନରେ, ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୨ ଅଡିସନ୍ ର ନେହାଙ୍କ ଏକ ଭିଡିଓ ପୁଣିଥରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। 

ଯେଉଁଥିରେ ନେହା କକ୍କର ରୋମାଣ୍ଟିକ ଗୀତ 'ଆଇସା ଲାଗଟା ହୈ' ଗାଉଥିବାର ନଜର ଆସୁଛନ୍ତି ଏବଂ ସୋ’ରେ ଜଜ୍ ଙ୍କ ଭୂମିକାରେ ସୋନୁ ନିଗମ, ଫରାହ ଖାନ ଏବଂ ଅନୁ ମଲିକ ନଜର ଆସୁଛନ୍ତି। ନେହାଙ୍କ ପ୍ରଦର୍ଶନ ଦେଖିବା ପରେ ଅନୁ ମଲିକ ତାଙ୍କ ଉପରେ ଅତ୍ୟଧିକ ବିରକ୍ତ ହୋଇ ନିଜକୁ ଚାପୁଡ଼ା ମାରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି।

ଦେଖନ୍ତୁ ଏହି ଭିଡ଼ିଓ:-