କାହାର ମୃତ୍ୟୁ ହେଲେ କାହିଁକି ଦଶାହରେ ଲଣ୍ଡା ହୁଅନ୍ତି ପୁରୁଷ? ଏହା ପଛର କାରଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

 
Garud puran

ହିନ୍ଦୁ ଧର୍ମର ଲୋକେ ପୁନର୍ଜନ୍ମ ଉପରେ ବହୁତ ବିଶ୍ୱାସ କରେ। ଏଥିପାଇଁ ମୃତ୍ୟୁ ପରେ ମୃତକଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପରିବାର ଏବଂ ଆତ୍ମୀୟସ୍ୱଜନ ଅନେକ କ୍ରୀୟାକର୍ମ କରନ୍ତି। ତେବେ ଆପଣ ନିହାତି ଭାବେ ଦେଖିଥିବେ ଯେ ହିନ୍ଦୁଧର୍ମରେ ଯେତେବେଳେ ବି କାହାର ମୃତ୍ୟୁ ହୁଏ ଦଶାହରେ ମୃତଙ୍କ ପରିଜନ ଲଣ୍ଡା ହୋଇଥାନ୍ତି। ଲଣ୍ଡା ହେବାର କାରଣ ହେଉଛି କୃତଜ୍ଞତାର ପରିଚୟ। ଏମିତି ଧରାଯାଏ ଯେ ଯଦି କୌଣସି ସମ୍ପର୍କୀୟଙ୍କର ମୃତ୍ୟୁ ହେଉଛି ତାହେଲେ ଲଣ୍ଡା ହେବାର ବହୁତ ବଡ କାରଣ ରହିଛି। 

Mundan

ମୃତ ବ୍ୟକ୍ତିଙ୍କ ପ୍ରତି ଏବଂ ସମ୍ମାନ ପ୍ରଦର୍ଶନ କରିବା ଲଣ୍ଡା ହେବାକୁ ମୃତକଙ୍କୁ ସମ୍ମାନ ଦେବାର ପ୍ରତିକ ବୋଲି ମନାଯାଏ। ମୃତକ ନିଜ ପରିବାର ଲୋକଙ୍କ ପାଇଁ ବହୁତ କିଛି କରିବା ପରେ ଏବଂ ଭଲ ପାଇବା ସ୍ନେହ ଶ୍ରଦ୍ଧା ଦେବା ସହ ତଥା ଏତେ ସମୟ ଧରି ତାଙ୍କ ସହିତ ରହିବା ପରେ ମୃତ୍ୟୁ ହେଲା ପରେ ସାଂସାରିକ କୃତଜ୍ଞତା ସ୍ୱରୂପ ସେମାନଙ୍କ ପାଇଁ ଲଣ୍ଡା ହୋଇଥାନ୍ତି। ଯାହାଦ୍ୱାରା ତାଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। 

ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟ ଅନ୍ତିମ ସଂସ୍କାର ନହେବା ପର୍ଯ୍ୟନ୍ତ କାହାକୁ ବି ଛୁଅଁନ୍ତି ନାହିଁ। ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ରହିଥାନ୍ତି। ତେଣୁ ଲଣ୍ଡା ହେବା ଦ୍ୱାରା ଅପବିତ୍ରତା ଦୂର ହୋଇଥାଏ। ଏଥିପାଇଁ ମୃତ ବ୍ୟକ୍ତିଙ୍କ ପରିବାର ଲୋକ ୧୦ ଦିନ ପର୍ଯ୍ୟନ୍ତ ତଥା ଅନ୍ତିମ ସଂସ୍କାର କରିଥିବା ଲୋକ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ କ୍ରୀୟାକର୍ମ କରିଥାନ୍ତି। ଏଥିସହିତ ୧୩ ଦିନରେ ମୃତକଙ୍କ ବସ୍ତ୍ରକୁ କୌଣସି ଗରିବ ଅସହାୟ ଲୋକଙ୍କୁ ବାଣ୍ଟି ଦିଆଯିବା ଉଚିତ।

ଏଥିସହିତ ଲଣ୍ଡା ହେବାର ଅନ୍ୟ ଏକ କାରଣ ହେଉଛି ସମସ୍ତ ଭୌତିକ ସମ୍ପର୍କକୁ ଭାଙ୍ଗିବା। ଗରୁଡ ପୁରାଣ ଅନୁଯାୟର ମୃତକର ଆତ୍ମା ତୁରନ୍ତ ଏହା ମାନିବାକୁ ନାରାଜ୍‌ ଥାଏ ଯେ ତାର ମୃତ୍ୟୁ ହୋଇଛି। ପ୍ରଥମତଃ ଆତ୍ମା ଶବର ଚାରିପଟେ ଘୂରି ବୁଲିଥାଏ। ଏବଂ ଦାହ ସଂସ୍କାର ପରେ ଘରେ କିମ୍ବା ପରିଜନଙ୍କ ଆଖପାଖରେ ବୁଲିଥାଏ। କିନ୍ତୁ ଇନ୍ଦ୍ରିୟର ହେବା କାରଣର ଆତ୍ମାର ଭୌତିକ ସମ୍ପର୍କ ପରିଜନଙ୍କ ସହିତ ହୋଇପାରିନଥାଏ। ଆଉ ଏଥିରେ ବାଳ ହିଁ ସମ୍ପର୍କ କରିବାକୁ ସହାୟକ ହୋଇଥାଏ। ତେଣୁ ଏଥିପାଇଁ ମଧ୍ୟ ପରିବାର ଲୋକେ ଲଣ୍ଡା ହୋଇଥାନ୍ତି।