ପଡୁଛି ଭଦ୍ରାକାଳ, ଏଥର ୨ ଦିନ‌ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା, ଜାଣନ୍ତୁ କାହିଁକି ଓ କେମିତି ପାଳିବେ

 
Rakhi purnima

ପ୍ରତି ବର୍ଷ ରକ୍ଷାବନ୍ଧନ ଶ୍ରାବଣ ମାସର ପୂର୍ଣ୍ଣମୀ ତିଥିରେ ପାଳନ ହୋଇଥାଏ। ପ୍ରତି ବର୍ଷ ଭଉଣୀଟିଏ ଅତି ଆଗ୍ରହର ସହିତ ଅନେଇ ବସିଥାଏ ଏହି ଦିନଟିକୁ। ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ ଭାଇ ଭଉଣୀକୁ ନେଇ ପାଳିତ ହେଉଥିବା ଏହି ଉତ୍ସବଟି ଭାଇ ଭଉଣୀଙ୍କ ମଧ୍ୟରେ ସ୍ନେହ ଓ ଭଲ ପାଇବାର ଅଟେ, ଯାହା ଦୁହିଁଙ୍କୁ ନିଜ ନିଜ କର୍ତ୍ତବ୍ୟକୁ ନେଇ ସଚେତନ କରାଇଥାଏ।ସ୍ଥାନେ ସ୍ଥାନେ ଏହାକୁ ଗହ୍ମା ପୂର୍ଣ୍ଣିମାର ମଧ୍ୟ ଆଖ୍ୟା ଦିଆଯାଇଥାଏ।କେବଳ ପରିବାରରେ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ନିଜର ଦୁଇ ଭାଇମାନଙ୍କ ସହିତ ଏହି ଉତ୍ସବକୁ ପାଳନ କରିଥାନ୍ତି।

hgh

ଚଳିତ ବର୍ଷ ଦୁଇ ଦିନ ଧରି ରାକ୍ଷୀ ଉତ୍ସବ ପାଳିତ ହେବାକୁ ଯାଉଛି। ଅଗଷ୍ଟ ୩୦ ୧୦.୫୮ମିନିଟରୁ ଅଗଷ୍ଟ ୩୧ ୭.୦୫ମିନିଟ ମଧ୍ୟରେ ରହିଛି ରକ୍ଷା ପୂର୍ଣ୍ଣମୀ ତିଥି। ମାତ୍ର ଏଥି ମଧ୍ୟରେ ଶୁଭ ସମୟର ସୀମା ରହିଛି ବହୁତ୍ କମ୍। ୩୦ ଅଗଷ୍ଟରେ ଶୁଭ ମୂହୁର୍ତ୍ତ ରହିଛି ରାତ୍ର ୯ ଘଟିକା ପରେ। ୩୧ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ରହିଛି ସକାଳ ୭ ଟା ଯାଏଁ ।

bg

ଶାସ୍ତ୍ର ଅନୁଯାୟୀ ଏଥର ରକ୍ଷା ବନ୍ଧନ ତିଥିରେ ପଡୁଛି ଭଦ୍ରାକାଳ। ଯେଉଁ ମୁହୂର୍ତ୍ତରେ ରକ୍ଷା ବନ୍ଧନ ଶୁଭଙ୍କର ନୁହେଁ।ଶାସ୍ତ୍ର ଅନୁସାରେ ଏଥର ଭଦ୍ରାକାଳ ସମୟ ୩୦ ଅଗଷ୍ଟ ସକାଳ ୧୦.୫୮ ମିନିଟରୁ ଆରମ୍ଭ ହୋଇ ରାତ୍ରି ୯.୧ ମିନିଟରେ ଶେଷ ହେବ ଏବଂ ସନ୍ଧ୍ୟା ୫.୩୦ ରୁ ୬.୩୦ ପର୍ଯ୍ୟନ୍ତ ଭଦ୍ରକୁଞ୍ଜ ରହିବ। ଚଳିତ ବର୍ଷ ଭଦ୍ରାକାଳ ହେତୁ ଦୁଇ ଦିନ ଧରି ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା ।ଶୁଭ ମୂହୁର୍ତ୍ତ ଦେଖି ରାକ୍ଷୀ ବାନ୍ଧିବାକୁ ଜ୍ୟୋତିଷଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି।

ଆସନ୍ତୁ ଜାଣିବା  ରାକ୍ଷୀ ପୂର୍ଣ୍ଣିମାକୁ ନେଇ କଣ ରହିଛି ବିଧି ବିଧାନ?

ସାଧାରଣତଃ ହିନ୍ଦୁ ଘର ମାନଙ୍କରେ ପାଳିତ ହୋଇଥାଏ ରକ୍ଷା ଉତ୍ସବ।ଭଉଣୀଟିଏ ପୂଜା ଥାଳି ସଜାଇ ଚାହିଁ ରହିଥାଏ ଭାଇର ବାଟକୁ।ଭାଇ ମଧ୍ୟ ବେଶ୍ ଖୁସି ଥାଏ ସେଦିନ।ସବୁଦିନ ଝଗଡୁ ଥିବା ଭଉଣୀଟି  ଆଜି ସ୍ନେହରେ ଖୁଆଇଦେବ ମିଠା ତାକୁ, ସିନ୍ଦୂର ଚନ୍ଦନ ଲଗାଇ ଭଗବାନଙ୍କ ନିକଟରେ ମନାସିବ ତାର ଦୀର୍ଘାୟୁ।ଏହି ପୂଜା କେବଳ ଭାଇ ପାଖରେ ସୀମିତ ନ ଥାଏ ସେଦିନ ଗୋମାତାଙ୍କୁ ମଧ୍ୟ ହଳଦୀ ପାଣିରେ ଗାଧୋଇ ହଳଦୀ ପତ୍ରର ପିଠା ଖାଇବାକୁ ଦେଇ ପୂଜା କରାଯାଏ।ଏହି ପର୍ବର ପୂଜ୍ୟ ଦେବତା ହେଉଛନ୍ତି ଶ୍ରୀ ବଳଭଦ୍ର।