ଏହି ୫ଟି ପର୍ବାଣୀ ଦିନରେ ରୁଟି ବନେଇବା ହୋଇଥାଏ ଅଶୁଭ, ଭୁଲରେ ବି କରିଲେ ଆପଣଙ୍କର ହୋଇ ପାରେ ସର୍ବନାଶ

 
Roti

ହିନ୍ଦୁ ଶାସ୍ତ୍ର ଅନୁସାରେ ଖାଦ୍ୟକୁ ଏକ ବିଶେଷ ଗୁରୁତ୍ବ ସ୍ଥାନ ଦିଆ ଯାଇଥାଏ । ଖାଦ୍ୟ ଗ୍ରହଣ ହେଉ ବା ଖାଦ୍ୟ ରାନ୍ଧିବା ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆ ଯାଏ । ଭାରତରେ ଭାତ ଓ ରୁଟି ଦୁଇଟିକୁ ମୁଖ୍ୟତଃ ବେଶୀ ଗୁରୁତ୍ବ ଦିଆ ଯାଇଥାଏ ।

ଭାରତର ନିଜସ୍ଵ ଏକ ଖାଦ୍ୟ ସଂସ୍କୃତି ରହିଛି । ଯେଉଁଥିରେ ଖାଦ୍ୟକୁ ଲକ୍ଷ୍ମୀ ରୂପରେ ଦେଖା ଯାଏ । ହେଲେ କଣ ଆପଣ ଜାଣନ୍ତି ଯେପରି କିଛି ପବିତ୍ର ଦିନରେ ଆମିଷ ଭକ୍ଷଣକୁ ଅଶୁଭ ବୋଲି ମନେ କରାଯାଏ ସେହିପରି ଏପରି କିଛି ଦିନ ବା ପର୍ବ ରହିଛି ଯେଉଁଦିନ ରୁଟି ବନାଇବା ଅଶୁଭ ବୋଲି ମନେ କରା ଯାଇଥାଏ । 

Roti

ତେବେ ଆସନ୍ତୁ ଜାଣିବା କେଉଁ ସବୁ ପର୍ବରେ ରୁଟି ବନାଇବା ଅଶୁଭ ବୋଲି ମନେ କରା ଯାଇଥାଏ ।

ଶରଦ ପୂର୍ଣ୍ଣିମା : ଏହି ଦିନ ଚାନ୍ଦ୍ରମାଙ୍କର ପୂଜା କରା ଯାଇଥାଏ । ଏହି ଦିନ ଖିରି ବନାଇ ଏହାକୁ ଚନ୍ଦ୍ର କିରଣରେ କିଛି ସମୟ ରଖିବା ପରେ ଏହା ସେବନ କରା ଯାଇଥାଏ । ତେବେ ଏହି ଦିନ ରୁଟି ବନାଇବା ଅଶୁଭ ବୋଲି ମନେ କରା ଯାଇଥାଏ ।

ଶୀତଳ ଅଷ୍ଟମୀ : ଏହି ଦିନ ମା ଶିତଳାଙ୍କ ପାଖରେ ବାସି ଖାଦ୍ୟ ଭୋଗ ଲଗା ଯାଏ । ଯାହାକୁ ପରେ ପରିବାର ଲୋକ ଖାଆନ୍ତି । ଏହି ଦିନ ମଧ୍ୟ ରୁଟି ବନାଇବା ଶୁଭ ନୁହେଁ ।

ଲକ୍ଷ୍ମୀ ପୂଜା ଓ ଦୀପାବଳୀ : ଏହି ଦିନ ବିଭିନ୍ନ ପ୍ରକାରର ମିଠା ଜାତୀୟ ଖାଦ୍ୟ ସାମଗ୍ରୀ ବନା ଯାଇଥାଏ । କୁହାଯାଏ ଏହି ଦିନ ରୁଟି ବନାଇବା ଅଶୁଭ ଅଟେ ।

ନାଗ ପଞ୍ଚମୀ : ଏହି ଦିନ ଚୁଲିରେ ତାୱା ବସାଇବାକୁ ମଧ୍ୟ ଅଶୁଭ ବୋଲି ମନେ କରା ଯାଇଥାଏ । ତେଣୁ ରୁଟି ମଧ୍ୟ ଵନା ଯାଏ ନାହିଁ ।