ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଆସିଲା ବଡ ଦ୍ୱନ୍ଦ୍ୱ, ସତ ନ ଜାଣିଲେ ହୋଇଯିବ ସବୁକିଛି ଅଶୁଭ

ଚଳିତବର୍ଷ ଦୁଇ ଦିନିଆ ରକ୍ଷା ବନ୍ଧନ ପାଳନ ହେତୁ ସମସ୍ତଙ୍କ ମନରେ ଉଠୁଛି ଦ୍ଵନ୍ଦ ।କେଉଁ ଦିନ ଓ କେଉଁ ସମୟ ରେ ପାଳନ କରିବେ ଉତ୍ସବ। ଏଥି ନେଇ ଲୋକଙ୍କ ମନରେ ଉଠୁଛି ଅନେକ୍ ପ୍ରଶ୍ନମାନ ।ତେଵେ ଆପଣଙ୍କ ମନରେ ଯଦି ସେହି ଏକା ପ୍ରଶ୍ନ ଥାଏ ,ଏହି ଖବରଟି ଆପଣ ଙ୍କ ପାଇଁ। ଆସନ୍ତୁ ବିସ୍ତାରରେ ଜାଣିନେବା କାହିଁକି ପାଳିତ ହେଉଛି ଦୁଈ ଦିନିଆ ରାକ୍ଷୀ ପୁର୍ଣିମା ଏବଂ କେଉଁ ସମୟ ଟି ଆପଙ୍କ ପାଇଁ ଶୁଭ ରହିବ।
ଚଳିତବର୍ଷ ଭଦ୍ରାକାଲ ହେତୁ ଅଗଷ୍ଟ 30 ଓ 31 ଦୁଇ ଦିନ ଧରି ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ। ଶାସ୍ତ୍ର ଅନୁସାରେ ଅଗଷ୍ଟ 30 ତାରିଖ 10 ବାଜି 58 ମିନିଟ ରୁ ଅଗଷ୍ଟ 31 ତାରିଖ 7 ଟା ବାଜି 05 ମିନିଟ ମଧ୍ୟରେ ରହିଛି ରକ୍ଷା ପୁର୍ଣିମା ତିଥି।ମାତ୍ର ଏଥି ମଧ୍ୟରେ ଭଦ୍ରାକାଳ ହେତୁ ଶୁଭ ସମୟ ସୀମା ଖୁବ କମ ରହିଛି। 30 ଅଗଷ୍ଟ ସକାଳ 10 .୫୮ମିନିତରୁ ଆରମ୍ଭ ହୋଇ ୯.୦୧ମିନିଟ ଶେଷ ହେବ ଭଦ୍ରା ପୁଞ୍ଜ ଏବଂ ଅଗଷ୍ଟ ୩୧ ୫.୩୦ ରୁ ୦୬.୩୦ପର୍ଯ୍ୟନ୍ତ ରହିବ ଭଦ୍ରା ପୁଞ୍ଜ ।
ମାତ୍ର ଏଥିରେ ଭୟ କରିବାର କିଛି ନାହିଁ। କୁହା ଯାଉଛି ଏଥର ପୃଥିବୀରେ ନୁହେଁ ପାତାଳରେ ପଡିଛି ଭଦ୍ରା କାଳ। କିନ୍ତୁ ଅଗଷ୍ଟ ୩୧ରେ ଶ୍ରୀ ମନ୍ଦିର ରେ ପାଳିତ ହେବାକୁ ଯାଉଛି ରକ୍ଷାବନ୍ଧନ। ମାତ୍ର ସମସ୍ତ ସରକାରି ଛୁଟି ଅଗଷ୍ଟ ୩୦ରେ ଘୋଷଣା କରାଯାଇଛି। ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଦୁଇ ଦିନିଆ ରାକ୍ଷୀ ପୁର୍ଣିମା କୁ ନେଇ ଦ୍ଵନ୍ଦରେ ପଡନ୍ତୁ ନାହିଁ।ଦୁଇ ଦିନ ରକ୍ଷାବନ୍ଧନ ତିଥି ରହିଥିବା ହେତୁ କୌଣସି ଦିନ ବି ଆପଣ ପାଳି ପାରିବେ ।ହେଲେ କେବଳ ଉଚିତ ସମୟ କୁ ଧ୍ୟାନରେ ରଖି ପାଳନ୍ତୁ।
ପ୍ରତି ବର୍ଷ ରକ୍ଷାବନ୍ଧନ ଶ୍ରାବଣ ମାସ ପୂର୍ଣ୍ଣମି ତିଥିରେ ପାଳନ ହୋଇଥାଏ।ଏହି ପର୍ବ ଟି ହିନ୍ଦୁ ଧର୍ମର ଏକ ଚିରାଚରିତ ପର୍ବ ଅଟେ ।ଯାହାକୁ କେବଳ ମନୁଷ୍ୟ ନୁହନ୍ତି ସ୍ୱୟଂ ଭଗବାନ ବି ପାଳନ୍ କରି ଆସୁଛନ୍ତି।ଆମର ଆଶା ଏହି ରାକ୍ଷୀ ପୁର୍ଣିମା ଟି ଆପଣଙ୍କ ପାଇଁ ସୁଖମୟ ହେଉ ।