ଜଣେ ସେବକଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କିପରି କରାଯାଇଥାଏ? ଜାଣନ୍ତୁ ସେବକଙ୍କ ମୃତ୍ୟୁ ପରେ କେମିତି ହୁଏ ଶବ ସତ୍କାର

 
ସେବାୟତ

ହିନ୍ଦୁ ଧର୍ମରେ ଶବ ବା ମୃତଦେହକୁ ପୋଡ଼ିବାର ପରମ୍ପରା ରହିଛି। ସାଧାରଣତଃ ଲୋକଙ୍କ ମୃତ୍ୟୁ ପରେ ସେମାନଙ୍କ ଶବ ଦାହ କରିବାକୁ ମୁଖାଗ୍ନି ବ୍ୟବସ୍ଥା ରହିଛି। ମୃତକଙ୍କ ବଡ଼ ପୁଅ ଏହି ପବିତ୍ର ସଂସ୍କାର ହୋଇଥିବା ଅଗ୍ନିକୁ ମୃତକଙ୍କ ମୁଖରେ ଦେଖାଇଥା’ନ୍ତି। ତେବେ ଆସନ୍ତୁ ଆଜି ଜାଣିବା କିପରି ସେବକଙ୍କ ମୃତ୍ୟୁ ହେଲେ ଶବ ସତ୍କାର କରାଯାଏ। 

ବରିଷ୍ଠ ସେବକଙ୍କ ମତରେ ଜଗନ୍ନାଥ ସଂସ୍କୃତିରେ ବ୍ରାହ୍ମଣରୁ ଶୁଦ୍ର ସମସ୍ତଙ୍କ ପାଇଁ ସମାନ ବିଧାନ ରହିଛି। ସମସ୍ତ ସେବକଙ୍କ ମୃତ୍ୟୁ ପରେ ମହାପ୍ରଭୁଙ୍କ ରୋଷ ଶାଳାରେ ଥିବା ପବିତ୍ର ବୈଷ୍ଣବାଅଗ୍ନିକୁ ହିଁ ଯୋଗାଇ ଦିଆଯାଇଥାଏ। ଯାହା ଆମ ଭଳି ସାଧାରଣ ମଣିଷଙ୍କ ପାଇଁ ଦୁର୍ଲଭ ଅଟେ। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ୫୬ ଭୋଗି ଠାକୁର। 

Sebayat

ସେଥିପାଇଁ କଥାରେ ଅଛି ମହାପ୍ରଭୁଙ୍କ ରୋଷ ଘରୁ ନିଆଁ ଲିଭେନି। ଆଉ ଏହି ନିଆଁ ଶ୍ରୀମନ୍ଦିର ପରିଭାଷାରେ ରୋଷ ଅଗ୍ନି ବା ବୈଷ୍ଣବାଅଗ୍ନି ନାମରେ ପ୍ରସିଦ୍ଧ। ନିକଟରେ ଶୁଆରବଡୁ ସେବକ ଜଗନ୍ନାଥ ମେଗାପଙ୍କ ମୃତ୍ୟୁ ଘଟିଥିଲା ମନ୍ଦିର ପରିସରରେ ସେ ହୃଦଘାତରେ ଅସୁସ୍ଥ ହେଇ ପଡିଥିଲେ। ଡ଼ାକ୍ତରଖାନାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। 

ସେ ସେବା କଲାବେଳେ ମୃତ୍ୟୁବରଣ କରିଥିବାରୁ ସେବକ ପରମ୍ପରା ମୁତାବକ ଅନ୍ତିମ ସତ୍କାର କରାଗଲା। ଯାହା ସାଧାରଣ ଲୋକଙ୍କ ଅନ୍ତିମ ସତ୍କାର ଠାରୁ ସଂପୂର୍ଣ୍ଣ ଅଲଗା। ଶ୍ରୀ ବିଗ୍ରହଙ୍କ ଅନୁପସ୍ଥିତିରେ ବଡଛତା ମଠରେ ଏହି ବୈଷ୍ଣବାଅଗ୍ନି ସଂଗୃହିତ ହେଇ ରହିଥାଏ। ଯାହା ଅନ୍ତିମ ସତ୍କାର ପାଇଁ ଯୋଗାଇ ଦିଆଯାଏ। ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା ଭିତରେ ଏହା ଗୋଟେ ଦୁର୍ଲଭ ବ୍ୟବସ୍ଥା ଅଟେ।