ଗଣେଶ ଚତୁର୍ଥୀ, ପୂଜା ସମୟରେ ଅଜାଣତରେ ବି କରନ୍ତୁ ନାହିଁ ଏହିସବୁ ଭୁଲ ନଚେତ୍ ହୋଇପାରେ ଅନର୍ଥ

 
Ganesh puja

ଗଣେଶ ଚତୁର୍ଥୀ। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପାଳିତ ହେବାକୁ ଯାଉଛି ଗଣେଶ ପୂଜା। ଅନ୍ୟ ପୂଜା ତୁଳନାରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜାର ଅନେକ ବିଶେଷତ୍ଵ ରହିଥାଏ। କୁହାଯାଏ ଯଦି ଉଚିତ୍ ଦ୍ରବ୍ୟ ସହିତ ଭକ୍ତି ଭାବରେ ଶ୍ରୀ ଗଣେଶଙ୍କ ପୂଜା କରାଯାଏ ତେବେ ସେ ନିଶ୍ଚିନ୍ତ ପ୍ରସନ୍ନ ହୁଅନ୍ତି ଏବଂ ଯାହା ଦ୍ଵାରା ଜୀବନରେ ବିଘ୍ନ କ୍ଷୟ ହେବା ସହିତ ବିଦ୍ୟା, ବୁଦ୍ଧି, ଧନ ଆଦିରେ ଜୀବନ ସୁଖମୟ ହୋଇଥାଏ।

Cc
ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜାର ଏକ ନିର୍ଦ୍ଧିଷ୍ଟ ବିଧି ରହିଛି। ଦଶ ଦିନ ଧରି ପାଳିତ ହେଉଥିବା ଏହି ଉତ୍ସବର ମାହାତ୍ମ୍ୟ ଅନନ୍ୟ। ହେଲେ ବେଳେ ବେଳେ ଆମ ଜାଣତରେ ବା ଅଜାଣତରେ ଆମର କିଛି ଭୁଲ ପାଇଁ ଆମେ ପୂଜାର ସଫଳତା ଲାଭ କରି ପାରି ନ ଥାଉ। ଯାହା ଦ୍ଵାରା ଆମ ପୂଜା ଅସମ୍ପୂର୍ଣ୍ଣ ରହିଯାଏ। ଏବଂ ଆମେ ସେହି ବିଶେଷ କୃପାରୁ ବଞ୍ଚିତ ହେଇଥାଉ। ତେଣୁ କରି ଆସନ୍ତୁ ଜାଣିବା କେଉଁ ସବୁ ଦ୍ରବ୍ୟ ରହିଛି ଯାହା ଗଣେଶଙ୍କ ପୂଜାରେ ବ୍ୟବହାର କରିବା ଦ୍ଵାରା ପୂଜା ଫଳପ୍ରଦ ହୋଇ ନ ଥାଏ। ଏବଂ କେଉଁ ସବୁ ଜିନିଷ ଗଣେଶଙ୍କର ପ୍ରିୟ ଅଟେ ଯାହା ଦ୍ଵାରା ସେ ପ୍ରସନ୍ନ ହୁଅନ୍ତି।
ତୁଳସୀ ତୁଳସୀର ମାହାତ୍ମ୍ୟ ଅନେକ ରହିଥିବା ବେଳେ ମଧ୍ୟ ଏହା ଗଣେଶଙ୍କ ପୂଜାରେ ବ୍ୟବହାର କରାଯାଇ ନ ଥାଏ। କୁହାଯାଏ ତୁଳସୀ ଗଣେଶଙ୍କ ଦ୍ୱାରା ଅଭିଶାପ ପାଇଥିଲେ। ଯେଉଁ ଦିନ ଠାରୁ ଗଣେଶ ତୁଳସୀ ଠାରୁ ନିଜକୁ ଦୂରେଇ ରଖିବାକୁ ପସନ୍ଦ କରନ୍ତି। ତେଣୁ କରି ଗଣେଶ ପୂଜାରେ ତୁଳସୀର ବ୍ୟବହାର କରନ୍ତୁ ନାହିଁ।
ଭଙ୍ଗା ଚାଉଳ : ଚାଉଳ ଗଣେଶଙ୍କର ଏକ ପ୍ରିୟ ଜିନିଷ ଅଟେ। ବିଶେଷ କରି ହଳଦୀ ଲାଗିଥିବା ଚାଉଳ। ଗଣେଶ ପୂଜାରେ ଚାଉଳର ବ୍ୟବହାର ସମୟରେ ଏହା ଧ୍ୟାନରେ ରଖିବେ ଯେ ଯେପରି ଆପଣ ଭଙ୍ଗା ଚାଉଳର ବ୍ୟବହାର ନ କରନ୍ତି। ଯାହା ସାଧାରଣତଃ ଶୁଭ ହୋଇ ନ ଥାଏ।
ସଫାରଙ୍ଗର ଜିନିଷ : କୁହାଯାଏ ଚନ୍ଦ୍ର ଗଣେଶଙ୍କ ରୂପରେ ପରିହାସ କରିଥିଲେ ଯେଉଁଥି ପାଇଁ ଗଣେଶ ତାଙ୍କୁ ଅଭିଶାପ ଦେଇ କହିଥିଲେ ଏହି ସୌନ୍ଦର୍ଯ୍ୟ ତୋର ଦିନେ ନା ଦିନେ ନଷ୍ଟ ହୋଇ ଯିବ। ସେହି ଦିନ ଠାରୁ ଗଣେଶଙ୍କ ପାଖରେ କୌଣସି ଧଳା ରଙ୍ଗର ଜିନିଷର ବ୍ୟବହାର କରାଯାଇ ନଥାଏ।
ଫୁଲ : ଧ୍ୟାନରେ ରଖିବେ ଗଣେଶଙ୍କ ପାଖରେ ଆପଣ ଯେପରି କୌଣସି ବାସୀ କିମ୍ବା କେତକୀ ଫୁଲର ବ୍ୟବହାର ନ କରନ୍ତି। ବିଶେଷ କରି ହଳଦିଆ ଓ ଲାଲ ରଙ୍ଗର ଫୁଲ ଶୁଭ ହୋଇଥାଏ।