ଦେଖନ୍ତୁ ଭିଡ଼ିଓ: କରୋନା ପାଇଁ ବଦଳିଛି ମଣିଷର ଜୀବନ ଶୈଳୀ ଏବଂ ପ୍ରତି ମୁହୂର୍ତ୍ତରେ ଏହି ଅଦୃଶ୍ୟ ଶତ୍ରୁ ପାଇଁ ଡରି ଡରି ବଞ୍ଚୁଛି ଆଜିର ମଣିଷ

 
Mask

ଏଥିରେ କୌଣସି ସନ୍ଦେହ ନାହିଁ ଯେ କରୋନା ମହାମାରୀ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଲୋକଙ୍କ ଜୀବନଶୈଳୀ ଠାରୁ ଆରମ୍ଭ କରି କାର୍ଯ୍ୟ ପ୍ରଣାଳୀ ଯାଏଁ ସବୁକିଛି ବଦଳି ଯାଇଛି। ପୂର୍ବରୁ, ପ୍ରେମକୁ ପରସ୍ପରକୁ ଆଲିଙ୍ଗନ କରି ପ୍ରକାଶ କରା ଯାଉଥିବା ବେଳେ ବର୍ତ୍ତମାନ ନିଜ ନିଜ ଭିତରେ ଦୂରତ୍ୱ ରକ୍ଷା କରୁଛି ମଣିଷ, ଦିନେ ପଶୁମାନକୁ ତୁଣ୍ଡି ବାନ୍ଧୁଥିବା ମଣିଷ ଏବେ ନିଜେ ମୁହଁରେ ତୁଣ୍ଡି ବାନ୍ଧିବାକୁ ବାଧ୍ୟ ହୋଇଛି।

ବର୍ତ୍ତମାନ ଇଣ୍ଟରନେଟରେ ଏହିପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା କରୋନା ଭାଇରସ୍ କାରଣରୁ ମଣିଷର ପରିବର୍ତ୍ତିତ ଜୀବନଶୈଳୀକୁ ବେସ୍ ନିଖୁଣ ଭାବରେ ଦର୍ଶାଉଛି। ୨୦୨୦ ମସିହାରୁ ଦେଶରେ ହଇଚଇ ସୃଷ୍ଟି କରୁଥିବା କରୋନାଭାଇରସ୍ ମହାମାରୀ ପ୍ରକୃତରେ ସମଗ୍ର ବିଶ୍ୱ ଉପରେ ନିଜର କାୟା ବିସ୍ତାର କରିଛି। ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକମାନେ ମାସ୍କର କବଳରେ ନଜର ଆସୁଛନ୍ତି।

ଏହି ଭିଡିଓଟି ଆମର ସାମ୍ପ୍ରତିକ ପରିସ୍ଥିତିକୁ ପ୍ରତିପାଦନ କରିବାପାଇଁ ଯଥେଷ୍ଟ ଅଟେ, ୨ ମିନିଟ୍ ୨୦ ସେକେଣ୍ଡର ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ସୋସିଆଲ ମିଡିଆରେ ସେୟାର କରିଥିଲେ।


ତେବେ ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ନିଜର କାୟା ବିସ୍ତାର କରୁଥିବା ବେଳେ ଏହାର ତୃତୀୟ ଲହର ଆହୁରି ଭୟାନକ ହେବ ଏବଂ ଖାସ୍ କରି ଛୋଟ ପିଲାଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି। ତେବେ ଏଭଳି ପରିସ୍ଥିତିର ସାମ୍ନା କରିବା ପାଇଁ ଛୋଟ ପିଲାମାନେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ ବୋଲି ଏହି ଭିଡ଼ିଓରେ ଦର୍ଶାଯାଇଛି।