କଳିଯୁଗର ଏମିତି ୫ କଡ଼ା ସତ ଯାହା ଭଗବାନ ଶ୍ରୀକୃଷ୍ଣ ପଞ୍ଚୁପାଣ୍ଡବଙ୍କୁ କହିଥିଲେ, ଜାଣନ୍ତୁ କଣ

 
Kalijuga sata

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଶ୍ରୀକୃଷ୍ଣ ନିଜେ ମହାଭାରତ କାଳରେ କଳିଯୁଗର ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ବନ୍ଧୁଗଣ, ଶ୍ରୀ କୃଷ୍ଣ କାହିଁକି ସେହି ଯୁଗରେ ହିଁ କଳି-ଯୁଗ ବିଷୟରେ କହିଥିଲେ ଏବଂ ସେହି ଜିନିଷଗୁଡ଼ିକ କ’ଣ ଥିଲା? ଆସନ୍ତୁ ଜାଣିବା। ବାସ୍ତବରେ, ଥରେ ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ କଲି ଯୁଗରେ ମନୁଷ୍ୟ କିପରି ରହିବ, ତାର ଆଚାର ବ୍ୟବହାର କିପରି ରହିବ, ମନୁଷ୍ୟ ମନୁଷ୍ୟ ସହ ସମ୍ପର୍କ କିପରି ରହିବ ଏବଂ କଳିଯୁଗର ମନୁଷ୍ୟ କିପରି ସ୍ଵଭାବର ହୋଇଥିବେ ଏହି ବିଷୟରେ ପଞ୍ଚୁପାଣ୍ଡବ ଦିନେ ଭଗବାନ କୃଷ୍ଣଙ୍କୁ ପଚାରିଲେ।

ଏହା ପରେ ଭଗବାନ୍ ଶ୍ରୀକୃଷ୍ଣ ଏହି ପ୍ରଶ୍ନ ଶୁଣି ପାଞ୍ଚ ଜଣ ପାଣ୍ଡବଙ୍କୁ ଜଙ୍ଗଲକୁ ଯିବାକୁ କହିଥିଲେ ଏବଂ ଜଙ୍ଗଲରେ ଯାହା ଦେଖିଲେ ତାହା ଆସି ତାଙ୍କୁ ବିସ୍ତୃତ ଭାବରେ ଜଣାଇବାକୁ ପଡିବ ବୋଲି କହିଥିଲେ। ଏହାପରେ ପ୍ରଥମେ ଯୁଧିଷ୍ଠିର ଜଙ୍ଗଲରେ ଦୁଇ ମୁଣ୍ଡିଆ ହାତୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।

ଯେତେବେଳେ ସେ ଫେରି ଆସି ଭଗବାନ କୃଷ୍ଣଙ୍କୁ ସେହି ଦୃଶ୍ୟ ବିଷୟରେ କହିଥିଲେ ଏବଂ ଏହାର ଅର୍ଥ ପଚାରିଲେ, ଶ୍ରୀ କୃଷ୍ଣ କହିଥିଲେ ଯେ କଳି ଯୁଗରେ କିଛି ଏପରି ଲୋକ ଶାସନ କରିବେ ଯିଏ କହିବେ କିଛି ଏବଂ କରିବେ ଆଉ କିଛି। ଏହି ଲୋକମାନେ ଉଭୟ ତରଫରୁ ଶୋଷିତ କରିବେ।

ସେହିଭଳି ଭୀମ ଜଙ୍ଗଲରେ ଏକ ଗାଈକୁ ଦେଖିଲେ ଯିଏ ନିଜ ବାଛୁରୀକୁ ଏତେ ଚାଟୁଥିଲା ଯେ ବାଛୁରୀ ଦେହରୁ ରକ୍ତ ବାହାରିବାକୁ ଲାଗିଲା। ଏହା ଦେଖି ଭୀମ ଆଶ୍ଚର୍ଯ୍ୟ ହୋଇ ଶ୍ରୀକୃଷ୍ଣଙ୍କୁ ଏହାର ଅର୍ଥ ପଚାରିଥିଲେ।

ଯାହାର ଅର୍ଥରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେ କଳିଯୁଗରେ ମଣିଷ ନିଜ ପିଲାମାନଙ୍କ ଦ୍ବାରା ଏତେ ଅକ୍ଷମ ହେବ ଯେ ଅତିରିକ୍ତ ମମତା ହେତୁ ପିଲାମାନଙ୍କର ବିକାଶ ବନ୍ଦ ହୋଇଯିବ। ଯଦି କାହାର ପୁଅ ସନ୍ଥ କିମ୍ବା ସାଧୁ ହୋଇଯାଏ, ସମସ୍ତେ ତାଙ୍କୁ ଦେଖା କରିବାକୁ ଆସିବେ, କିନ୍ତୁ ଯଦି ତାଙ୍କ ପୁଅ ସାଧୁ ହୁଅନ୍ତି, ତେବେ ସେ ଦୁଖିତ ହେବେ। ମୋହ ମାୟା ଏବଂ ପରିବାର ସହ ହିଁ ବନ୍ଧା ହେବାକୁ ଚାହିଁବେ।

ଏହାପରେ ଅର୍ଜୁନ ଜଂଗଲରେ ଏକ ପକ୍ଷୀ ଦେଖିଲେ ଯାହାର ଡେଣା ଉପରେ ବେଦ ଲେଖାଯାଇଥିଲା, କିନ୍ତୁ ସେହି ପକ୍ଷୀ ମଲା ପଶୁର ମାଂସ ଖାଉଥିଲା। ଏହା ଦେଖି ଅର୍ଜୁନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ, ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହାର ଅର୍ଥ ପଚାରିଥିଲେ। ଯାହାପରେ ଶ୍ରୀକୃଷ୍ଣ କହିଥିଲେ ଯେ କଳିଯୁଗରେ ଏପରି ଲୋକ ରହିବେ ଯେଉଁମାନେ କହିବାକୁ ପଣ୍ଡିତ ହେବେ, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ହେବ ଯେ କାହାର ଶୀଘ୍ର ମୃତ୍ୟୁ ହେବ ଏବଂ ତାର ଧନ ସମ୍ପତ୍ତିକୁ ନିଜର କରିବାକୁ। ତାର ଯେତେ ସମ୍ପତି ହେଲେବି ସବୁ ବେଳେ ଅନ୍ୟ ସମ୍ପତି ଉପରେ ଅଧିକାର କରିବା ପାଇଁ ଚେଷ୍ଟା କରିବ। ବହୁତ କମ୍ ଲୋକ ସ୍ୱଚ୍ଛ ହୃଦୟବାନ ହେବେ।

ନକୁଳ ଦେଖିଲେ ଯେ ପର୍ବତରୁ ଏକ ଭାରୀ ପଥର ଖସିପଡିଛି ଏବଂ ତାଙ୍କୁ କେହି ଅଟକାଇ ପାରୁ ନାହାନ୍ତି ହେଲେ ସେ ଏକ ଛୋଟ ଉଦ୍ଭିଦ ସହିତ ଧକ୍କା ହୋଇ ଅଟକି ତାହା ଅଟକି ଯାଉଛି। ଯାହାର ଅର୍ଥରେ ଶ୍ରୀ କୃଷ୍ଣ କହିଥିଲେ ମନୁଷ୍ୟ ଯେତେ ଶକ୍ତିଶାଳି ହେଲେବି ତାର ଅବକ୍ଷୟକୁ କେହି ଅଟକାଇ ପାରିବେ ନାହିଁ କିନ୍ତୁ ହରି ନାମ ଉଚ୍ଚାରଣ କରିବା ଦ୍ଵାରା ତାର ପତନରୁ ରକ୍ଷା ପାଇ ପାରିବ ଓ ଜୀବନ ଉଧାର ହୋଇଯିବ। ଲୋକଙ୍କ ବୁଦ୍ଧି ହରିନାମ କିର୍ତ୍ତନ ଦ୍ୱାରା ଶକ୍ତିଶାଳୀ ହେବ।

ଏବଂ ଶେଷରେ ସହଦେବ ଜଙ୍ଗଲରେ ଅନେକ କୂଅ ଦେଖିଲେ ସବୁଥିରେ ପାଣି ଭର୍ତ୍ତି ଥିଲା କିନ୍ତୁ କେବଳ ଗୋଟିଏ ମଧ୍ୟମ କୂଅ ଖାଲି ଏବଂ ଗଭୀର ଥିଲା। ଶ୍ରୀକୃଷ୍ଣ କହିଥିଲେ ଯେ କଳି-ଯୁଗରେ ଧନୀ ବ୍ୟକ୍ତି ନିଜର ହବିଷ୍ୟାଳି ପାଳନ କରିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିବେ ଯେପରିକି ଉତ୍ସବ, ବିବାହ ଇତ୍ୟାଦି କିନ୍ତୁ ଯଦି ସେମାନେ ଅଭାବୀ ଏବଂ ଭୋକିଲା ମଣିଷ ଦେଖନ୍ତି, ତା’ହେଲେ ତାଙ୍କୁ ସାହାଯ୍ୟ ପାଇଁ କେହି ଆଗ୍ରହ ପ୍ରକାଶ କରିବେ ନାହିଁ। ମନୁଷ୍ୟ ବିଳାସ ବ୍ୟାସନରେ ବହୁତ ଅର୍ଥ ଖର୍ଚ କରିବ କିନ୍ତୁ ଗୋଟିଏ ଗରିବ ଲୋକକୁ ସାହାଯ୍ୟ କରିବ ନାହିଁ।

ତେବେ ଦେଖିଲେ ବନ୍ଧୁଗଣ, ଆଜି ଆମେ ଦେଖିପାରୁଛୁ ସେହି ସବୁକିଛି ଯାହା ବହୁତ୍ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ବତେଇ ଦେଇଥିଲେ। ଏହାଥିଲା କଳିଯୁଗର ୫ ବଡ ସତ।