ଏବେ ସଞ୍ଚୟ କର ଶୁକ୍ରାଣୁ ଓ ଡିମ୍ବାଣୁ, ସମୟ ଓ ସୁବିଧା ଅନୁସାରେ ହେବ ସନ୍ତାନ, ଜାଣନ୍ତୁ ପିଲା ଜନ୍ମ କରିବାର ନୂଆ ଉପାୟ

ସମୟ ଅନୁସାରେ ବଦଳୁଛି ମଣିଷର ଜୀବନ ଶୈଳୀ ଏବଂ ଚିନ୍ତାଧାରା । ଆଜିକାଲି କ୍ୟାରିୟରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯୁବପିଢ଼ି । ଏହା ସହ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବଢୁଛି । ତେଣୁ କ୍ୟାରିୟର ଗଢ଼ିବା ବୟସରେ ଯେଉଁମାନେ ବାପା-ମାଆ ହେବାକୁ ପସନ୍ଦ କରୁନାହାନ୍ତି । IVF ହସ୍ପିଟାଲରେ ଶୁକ୍ରାଣୁ ଓ ଡିମ୍ବାଣୁକୁ ଏବେ ସାଇତି ରଖୁଛନ୍ତି ଯୁବପିଢ଼ି । ସମୟ ଓ ସୁବିଧା ଅନୁସାରେ ବାପା-ମାଆ ହେଉଛନ୍ତି ।
ଡାକ୍ତରଙ୍କ ଅନୁସାରେ :-
20 ରୁ 30 ବର୍ଷ ମଧ୍ୟରେ ପ୍ରଜନନ କ୍ଷମତା ଅଧିକ ଥାଏ ।
ବୟସ ବଢ଼ିବା ସହ ଡିମ୍ବାଣୁ ଓ ଶୁକ୍ରାଣୁର ଗୁଣବତ୍ତା ଓ ସଂଖ୍ୟା କମିଯାଏ ।
ମହିଳାଙ୍କ କ୍ଷେତ୍ରରେ 30 ବର୍ଷ ପରେ ଡିମ୍ବାଣୁର ସଂଖ୍ୟା ପ୍ରଭାବିତ ହୁଏ ।
ଆହୁରି ପଢନ୍ତୁ :- ପୁରୁଷଙ୍କ ଠାରେ ଦେଖିବାକୁ ମିଳୁଛି ବନ୍ଧ୍ୟାକରଣ ଦୋଷ! ଶୂକ୍ରାଣୁ ହ୍ରାସ ହେବା ପଛରେ ରହିଛି ଏହି ବଡ଼ କାରଣ
30 ରୁ 37 ବର୍ଷ ମଧ୍ୟରେ ଡିମ୍ବାଣୁ ସଂଖ୍ୟା 25 ହଜାରକୁ କମିଯାଏ ।
38 ରୁ 51 ବର୍ଷ ମଧ୍ୟରେ ଡିମ୍ବାଣୁ ସଂଖ୍ୟା 1 ହଜାରକୁ ହ୍ରାସ ପାଏ ।
ପୁରୁଷଙ୍କ କ୍ଷେତ୍ରରେ ମଧ୍ୟ ସମାନ ଧାରା ଦେଖିବାକୁ ମିଳେ ।
ବୟସ ବଢ଼ିବା ସହ ଶୁକ୍ରାଣୁ ସଂଖ୍ୟା କମିଥାଏ ।
40 ବର୍ଷ ପରେ ସୁସ୍ଥ ଶୁକ୍ରାଣୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଥାଏ ।
ପରିବାରକୁ ଆଗକୁ ବଢ଼ାଇବା ଏବଂ ନିଜ କ୍ୟାରିୟର ଉପରେ ଫୋକସ କରିବା, ଏହି ଦୁଇ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଏବେ ବରଦାନ ସଦୃଶ୍ୟ ହୋଇଛି ଶୁକ୍ରାଣୁ ଓ ଡିମ୍ବାଣୁ ବ୍ୟାଙ୍କ ।