ଯେଉଁ ପୁରୁଷଙ୍କ ଭିତରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

 
Dog

ମଣିଷ ଜୀବନରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବହୁ ଗୁରୁତ୍ୱ ବହନ କରିଥାଏ। ଆଜିର ଆଧୁନିକ ଯୁଗରେ ମଧ୍ୟରେ ତାଙ୍କ ଦ୍ୱାରା କୁହାଯାଇଥିବା ନୀତିକୁ ଅପଣାଇଲେ ଜଣେ ମଣିଷ ସଫଳତାର ଶୀର୍ଷରେ ପହଞ୍ଚି ପାରିବ। ତେବେ, ଚାଣକ୍ୟ ନୀତିକୁ ଗ୍ରହଣ କରି ଏହାକୁ ପାଳନ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ତେଣୁ ଏହାକୁ ସମସ୍ତେ ପାଳନ କରି ପାରନ୍ତିନାହିଁ। ତେବେ, କୁକୁରର ଏପରି ୫ଟି ଗୁଣ ରହିଛି ଯାହାକି ଜଣେ ପୁରୁଷ ଗ୍ରହଣ କରିଲେ ତାଙ୍କ ସ୍ତ୍ରୀ ସଦା ସର୍ବଦା ଖୁସି ରହିଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।

Chanakya

୧. ଅଳ୍ପରେ ସନ୍ତୁଷ୍ଟ ରହିବା:- ଜଣେ ପୁରୁଷ ସଦାସର୍ବଦା ନିଜ କର୍ମକ୍ଷେତ୍ରରେ ତତ୍ପର ରହିବା ଉଚିତ। ଯେପରି ଏକ କୁକୁର ଅଳ୍ପ ଖାଦ୍ୟରେ ସନ୍ତୁଷ୍ଟ ରହିଥାଏ। ସେହିପରି ଜଣେ ପୁରୁଷକୁ ମଧ୍ୟ ଯେତିକି ପ୍ରେମ ମିଳୁଛି, ସେ ସେତିକିରେ ସନ୍ତୁଷ୍ଟ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ।

୨. ବିଶ୍ୱସ୍ତତା:- କୁକୁର ନିଜ ମାଲିକ ପ୍ରତି ଅତି ବିଶ୍ୱସ୍ତ ହୋଇ ରହିଥାଏ ବୋଲି ଆମେ ସମସ୍ତେ ଜାଣିଛେ। ସେହିଭଳି ଭାବରେ ଯଦି ଜଣେ ପୁରୁଷ ନିଜ ସ୍ତ୍ରୀ ପ୍ରତି ବିଶ୍ୱସ୍ତ ହୋଇ ରହିପାରିବ ତେବେ ସେମାନଙ୍କର ସମ୍ପର୍କ ଦୀର୍ଘଦିନ ଧରି ତିଷ୍ଠି ପାରିବ।

Dog

୩. ସତର୍କ ରହିବା:- କୁକୁର ଯେତେ ନିଦରେ ରହିଲେ ମଧ୍ୟରେ ବେସ୍ ସତର୍କ ରହିଥାଏ। ସେହିଭଳି ଭାବରେ ଜଣେ ପୁରୁଷ ଯେତେ ନିଦ୍ରାରେ ରହିଥିଲେ ହେଁ ନିଜ ପରିବାର, କର୍ତ୍ତବ୍ୟ ଏବଂ ସ୍ତ୍ରୀ ପ୍ରତି ସତର୍କ ରହିବା ଉଚିତ୍। ନିଜର ଏବଂ ସ୍ତ୍ରୀ ପରିବାରର ସୁରକ୍ଷାକୁ ନେଇ ସଦାସର୍ବଦା ତତ୍ପର ରହିବା ଉଚିତ୍।

୪. ସନ୍ତୁଷ୍ଟ ରଖିବା:- ନିଜ ସ୍ତ୍ରୀକୁ ସବୁ କ୍ଷେତ୍ରରେ ସନ୍ତୁଷ୍ଟ ରଖିବା ଜଣେ ପୁରୁଷର କର୍ତ୍ତବ୍ୟ ଅଟେ। ସେ ନିଜ ସ୍ତ୍ରୀର ସମସ୍ତ ଯୁକ୍ତିଯୁକ୍ତ କଥା ଗ୍ରହଣ କରିବା ସହିତ ସମସ୍ତ ଦିଗରେ ତାଙ୍କୁ ଖୁସି ରହିବା ଆବଶ୍ୟକ ଅଟେ।

Relation

୫. ବୀରତା:- କୁକୁର ଏକ ସାହସୀ ଜନ୍ତୁ ଅଟେ ଦରକାର ପଡ଼ିଲେ ସେ ନିଜ ମାଲିକ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ। ସେହିପରି ଭାବରେ ଜଣେ ପୁରୁଷ ନିଜ ଜୀବନକୁ ବାଜି ଲଗାଇ ପତ୍ନୀର ସୁରକ୍ଷା କରିବା ଉଚିତ। ଏପରି ହେଲେ ସେମାନଙ୍କର ବୈବାହିକ ଜୀବନ ସୁଖରେ କଟିଥାଏ।