ଆସିଗଲା LIC ର ନୂଆ ସ୍କିମ, ମାତ୍ର ଗୋଟିଏ ଥର ପଇସା ଲଗାଇ ଜୀବନ ସାରା ପାଇପାରିବେ ପ୍ରତି ମାସକୁ ୮୦୦୦ ଟଙ୍କା ପେନସନ….

 
ଆସିଗଲା LIC ର ନୂଆ ସ୍କିମ, ମାତ୍ର ଗୋଟିଏ ଥର ପଇସା ଲଗାଇ ଜୀବନ ସାରା ପାଇପାରିବେ ପ୍ରତି ମାସକୁ ୮୦୦୦ ଟଙ୍କା ପେନସନ….

ବର୍ତ୍ତମାନ LIC ଦ୍ୱାରା ଏକ ନୂଆ ସ୍କିମ ଲଞ୍ଚ ହୋଇଛି ଯାହା ଦ୍ୱାରା କେବଳ ଗୋଟିଏ ଥର ପଇସା ଲଗାଇ, ଆପଣ ଜୀବନ ସାରା ପେନସନ ପାଇ ପାରିବେ। LIC ର ଏହି ଯୋଜନା ର ନାମ ହେଉଛି LIC ଜୀବନ ଶାନ୍ତି ଯୋଜନା। ଏହି ନୀତି ଗ୍ରାହକଙ୍କୁ ପେନ୍ସନ୍ ମାଧ୍ୟମରେ ଭବିଷ୍ୟତ ସୁରକ୍ଷା ଯୋଗାଇଥାଏ। ଏହି ନୀତିର ବିଶେଷତ୍ୱ ଏହିକି ଯେ, ଧରାଯାଉ ଯଦି ଜଣେ ୪୫ ବର୍ଷର ବ୍ୟକ୍ତି ଏହି ନୀତିରେ ୧୦,୦୦,୦୦୦ ଟଙ୍କା ବିନିଯୋଗ କରନ୍ତି, ତେବେ ସେ ବାର୍ଷିକ ୭୪,୩୦୦ ଟଙ୍କା ପେନ୍ସନ୍ ପାଇ ପାରିବେ। 

ଏଥିସହିତ ଉପଭୋକ୍ତା ତୁରନ୍ତ କିମ୍ବା ୫, ୧୦, ୧୫ କିମ୍ବା ୨୦ ବର୍ଷ ପରେ ମଧ୍ୟ ନିଜର ପେନ୍ସନ୍ ସ୍କିମ ଆରମ୍ଭ କରି ପାରିବେ, ଏହାର ବିକଳ୍ପ ଉପଭୋକ୍ତାଙ୍କ ପାଖରେ ହିଁ ରହିବ। ପେନ୍ସନ୍ ରାଶି ୫, ୧୦, ୧୫ କିମ୍ବା ୨୦ ବର୍ଷର ବିକଳ୍ପରେ କ୍ରମିକ ବୃଦ୍ଧି ପାଇବ କିନ୍ତୁ ଏଥିରେ କିଛି ସର୍ତ୍ତ ମଧ୍ୟ ରହିଅଛି। 

LIC ର ଜୀବନ ଶାନ୍ତି ଯୋଜନା ହେଉଛି ଏକ ଅଣ-ସଂଯୁକ୍ତ ଯୋଜନା। ଏଥିସହ, ଏହା ହେଉଛି ଏପରି ଏକ ପ୍ରିମିୟମ୍ ବାର୍ଷିକ ଯୋଜନା ଯେଉଁଥିରେ ବୀମା ଧାରକଙ୍କୁ ତୁରନ୍ତ ବାର୍ଷିକ କିମ୍ବା ବିଳମ୍ବିତ ବାର୍ଷିକ ଚୟନ କରିବାର ମଧ୍ୟ ବିକଳ୍ପ ରହିଅଛି ।

ତେବେ ଏହି ଯୋଜନା ଅଫଲାଇନ୍ ସହିତ ଅନଲାଇନ ମଧ୍ୟ କିଣାଯାଇପାରିବ। ପ୍ରକୃତରେ LIC ର ଜୀବନ ଶାନ୍ତି ଯୋଜନା ଏପରି ଏକ ବିସ୍ତୃତ ବାର୍ଷିକ ଯୋଜନା ଯେଉଁଥିରେ ଉଭୟ ବ୍ୟକ୍ତି ଏବଂ ତାଙ୍କ ପରିବାର ସମସ୍ତେ ଲାଭ ପାଇ ପାରିବେ । ତେବେ ଏହି ଯୋଜନା ପାଇଁ ଆପଣଙ୍କୁ ଅତିକମ ରେ ୩୦ ବର୍ଷ ବୟସ କିମ୍ବା ଅତି ବେଶି ରେ ୮୦ ବର୍ଷ ବୟସ ହୋଇଥିବା ଦରକାର ଅଟେ।

ଏହି ଯୋଜନା ଅନୁଯାୟୀ:-

୧. ଆପଣ ୩ମାସ ପରେ ବିନା କୌଣସି ଡାକ୍ତରୀ ଡକ୍ୟୁମେଣ୍ଟ ରେ ପେନସନ ସରେଣ୍ଡର୍ କରିପାରିବେ।

୨. ତୁରନ୍ତ କିମ୍ବା ୧ ରୁ ୨୦ ବର୍ଷ ମଧ୍ୟରେ ଯେ କୌଣସି ସମୟରେ ପେନ୍ସନ୍ ଆରମ୍ଭ ମଧ୍ୟ କରିପାରିବେ।

୩. ମିଳିତ ଜୀବନ ବିକଳ୍ପରେ ଯେ କୌଣସି ଘନିଷ୍ଠ ସମ୍ପର୍କୀୟଙ୍କୁ ଆପଣ ଅନ୍ତର୍ଭୁକ୍ତ କରିପାରିବେ।

୪. ୧୦ ଲକ୍ଷ ଟଙ୍କା ବିନିଯୋଗରେ ଯଦି ଆପଣ ୫ ବର୍ଷ ପରେ ପେନ୍ସନ୍ ଆରମ୍ଭ କରନ୍ତି, ତେବେ ୯.୧୮ ପ୍ରତିଶତ ରିଟର୍ଣ୍ଣ ଅନୁଯାୟୀ ଆପଣ ବାର୍ଷିକ ରିଟର୍ଣ୍ଣ ପାଇ ପାରିବେ।