ରିସର୍ଚ୍ଚରୁ ଆଶ୍ଚର୍ଯ୍ୟକର ଖୁଲାସା! ଜିମ୍ ଯାଉଥିବା ପୁଅଙ୍କ ପ୍ରଜନନ କ୍ଷମତା ଉପରେ ପଡୁଛି ଭୟଙ୍କର ପ୍ରଭାବ, ଜାଣନ୍ତୁ ପୁରା ଖବର

 
Gym boy
ଜିମ୍ ଯିବା ଏବେ ଯେମିତି ଟ୍ରେଡିଂ ପାଲଟି ଯାଇଛି । ବର୍ତ୍ତମାନର ଏହି ପ୍ରତିଯୋଗିତାର ପୂର୍ଣ୍ଣ ସମାଜରେ କେହି ପଛରେ ରହିବାକୁ ଚାହୁଁ ନାହାନ୍ତି । ନିଜକୁ ସୁନ୍ଦର ଭାବେ ସଜାଇବା ବା ଆକର୍ଷଣ କରିବା ପାଇଁ କିଛି ବି କରି ପାରିବେ ଆଜିର ଯୁବ ସମାଜ । ତା ପୁଣି କିଛି ଭଲ ମନ୍ଦ ନ ବିଚାରି । 

ଜ

ଜିମ୍ ଯାଇଥିବା ଯୁବକଙ୍କୁ ନେଇ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯାହା ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହେବେ । ଜିମ୍ ଯିବା ଠିକ୍ ନୁହେଁ ଏହା ଏଠାରେ କୁହାଯାଉ ନାହିଁ । ହେଲେ କମ୍ ସମୟରେ ଅଧିକ କିଛି ପାଇବା ଆଶାରେ ଏକ୍ସେଶିଭ ଜିମ୍ କରିବା ବା ପ୍ରୋଟିନ୍ ର ସେବନ କରିବା ଉଚିତ୍ ନୁହେଁ ।

ନିକଟରେ ପ୍ରାୟ ୧୫୦ ଜଣ ଜିମ୍ ଯାଇଥିବା ଯୁବକ ମାନଙ୍କୁ ନେଇ ଏକ ରିସର୍ଚ୍ଚ କରା ଯାଇଥିଲା । ଯେଉଁଥିରୁ ଜଣା ପଡିଛି ଯେ, ଏହି ପ୍ରକ୍ରିୟା ଦ୍ୱାରା ପୁରୁଷ ମାନଙ୍କ ପ୍ରଜନନ କ୍ଷମତାରେ ହ୍ରାସ ପାଉଛି । ଏହି ସର୍ଭେର ରିପୋର୍ଟ ରିପ୍ରଡକ୍ଟିଭ ବାୟୋମେଡିସିନ ଅନଲାଇନ୍ ରେ ପ୍ରକାଶିତ ହୋଇଛି ।

Gym shake

ଏହି ପରିକ୍ଷଣରୁ ଜଣା ପଡିଛି ଯେ ବର୍ତ୍ତମାନର ଜିମ୍ ରୁଟିନ୍ ଓ ସପ୍ଲିମେଣ୍ଟ ଗୁଡ଼ିକ ପୁରୁଷ ମାନଙ୍କ ପ୍ରଜନନ କ୍ଷମତା ହ୍ରାସ କରାଉଛନ୍ତି । କିଣା ଯାଉଥିବା ଅନେକ ପ୍ରୋଟିନ୍ ଏନାବୋଲିକ୍ ଷ୍ଟେରଏଡ୍ସ ଦ୍ୱାରା ଦୂଷିତ ହେଉଥିବା ଜଣା ପଡିଛି । ତାହା ଦ୍ୱାରା ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଏ ନେଇ ବମିଂହାମ୍ ବିଶ୍ଵବିଦ୍ୟାଳୟ ଓ ମୁଖ୍ୟ ଲେଖକ ଡଃ ମ୍ୟୁରିସ୍ ଗାଲାଘର କହିଛନ୍ତି , ଯୁବ ପିଢ଼ି ଏପରି ଜୀବନ ଶୈଳୀ ଆପଣାଇବା ଦ୍ୱାରା ସେମାନେ ଜାଣିପାରୁ ନାହାନ୍ତି ଏହା ଭବିଷ୍ୟତରେ କିପରି ଭୟଙ୍କର ହୋଇପାରେ , ଯାହା ଶୁକ୍ରାଣୁର ସଂଖ୍ୟା ହ୍ରାସ କରିବା ସହିତ ସଙ୍କୋଚ କରାଇ ଥାଏ ।