ମହାବିଷୁବ ସଂକ୍ରାନ୍ତି ପରେ ବଦଳିବ ଏହି ୪ଟି ରାଶିର ଭାଗ୍ୟ, ପୂରଣ ହେବ ଇଛା, ହେବ ଧନର ଲାଭ

 
ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି (ମହାବିଷୁବ ସଂକ୍ରାନ୍ତି) ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ।

ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିଥାନ୍ତି। ତେବେ, ଚଳିତ ପଣା ସଂକ୍ରାନ୍ତିରେ ସୂର୍ଯ୍ୟ ମୀନ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହାର ପ୍ରଭାବ ପ୍ରାୟ ସମସ୍ତ ରାଶି ଉପରେ ପଡିବାକୁ ଯାଉଥିବା ବେଳେ କେତେକ ରାଶିଙ୍କୁ ଏହାର ସୁଫଳ ମଧ୍ୟ ମିଳିବ।

Pana sankranti

 ମୀନ:- ଏହି ପଣା ସଂକ୍ରାନ୍ତି ପରେ ମୀନ ରାଶିର ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଯାହାଫଳରେ ସେମାନଙ୍କ ଆୟରେ ବୃଦ୍ଧି ଘଟିବା ସହିତ ଖର୍ଚ୍ଚ ମଧ୍ୟ କମିବ।

Mina

ମେଷ:- ଏହି ସଂକ୍ରାନ୍ତି ପରେ ମେଷ ରାଶିର ଲୋକଙ୍କର ଜୀବନ ବଦଳିବାକୁ ଯାଉଛି। ସେମାନଙ୍କ ବୈବାହିକ ଜୀବନ ସୁଖଃମୟ ହେବା ସହିତ ଆର୍ଥିକ ଏବଂ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ।

Mesa

ବିଛା:- ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ଶୁଭବେଳା ଆସୁଛି। ସେମାନଙ୍କ ପାରିବାରିକ ସମ୍ପର୍କରେ ମଧୁରତା ଆସିବା ସହିତ ଯାନବାହାନ କିଣିବାର ମଧ୍ୟ ସମ୍ଭାବନା ରହିଛି।

Bicha

ଧନୁ:- ଏହି ରାଶିର ଲୋକଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ। ଜୀବନରେ ଅନେକ ପରିବର୍ତ୍ତନ ଆସିବା ସହିତ ଧନ ଲାଭ ହେବାର ସମ୍ଭାବନା ରହିଛି।

Dhanu