ଶାସ୍ତ୍ର ଅନୁଯାଇ ଅତି ଶୁଭ ଅଟେ କଳାଜାଇ! ଦେହର ଏହି ୫ଟି ସ୍ଥାନରେ କଳାଜାଇ ରହିଥିଲେ ଫିଟିଯିବ ଆପଣଙ୍କ ଭାଗ୍ୟ….

 
Mole

ହିନ୍ଦୁ ଶାସ୍ତ୍ରର ପ୍ରାୟ ସମସ୍ତ ପ୍ରାଚୀନ ଗ୍ରନ୍ଥ ସମୁଦ୍ର ଶାସ୍ତ୍ର ଅନୁଯାଇ ହିଁ ଲେଖାଯାଇଛି। ଏହି ଶାସ୍ତ୍ର ଅନୁଯାଇ ମଣିଷ ଶରୀରରେ ଥିବା କଳାଜାଇକୁ ଦେଖି ତାର ଭବିଷ୍ୟତ ବିଷୟରେ ପୂର୍ବାନୁମାନ କରାଯାଇପାରେ। ଏହା ବ୍ୟତୀତ ମଣିଷର ସ୍ଵଭାବ ଏବଂ ପ୍ରକୃତି ବିଷୟରେ ମଧ୍ୟ ଜଣାପଡ଼ିଥାଏ।

Forehead

୧. ଯେଉଁ ଲୋକମାନଙ୍କର ମଥାରେ କଳାଜାଇ ଥାଏ ସେମାନେ ବୁଦ୍ଧିମାନ ହେବା ସହିତ ଧନବାନ ହୋଇଥାନ୍ତି। ତେବେ, ମଥାର ଡାହାଣ ପଟରେ କଳାଜାଇ ରହିଥିଲେ ସେହି ବ୍ୟକ୍ତି ଜଣକ କଞ୍ଜୁସ୍ ହୋଇଥାନ୍ତି ବୋଲି କୁହାଯାଏ।

Arm

 ୨. ସେହିପରି ମହିଳାଙ୍କ ଦୁଇ ବାହୁରେ କଳାଜାଇ ରହିଥିଲେ ଏହାକୁ ସୌଭାଗ୍ୟର ପ୍ରତୀକ ଭାବରେ ଧରି ନିଆଯାଏ। ଅନ୍ୟପକ୍ଷରେ ଯଦି କେବଳ ବାମ କାନ୍ଧରେ ହିଁ କଳାଜାଇ ରହିଛି ତେବେ ବ୍ୟକ୍ତି ଜଣକ ବିବାହ ପୂର୍ବରୁ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ।

Chest

୩. ଯେଉଁ ମହିଳାଙ୍କ ଛାତିରେ କଳାଜାଇ ରହିଥାଏ ସେମାନଙ୍କୁ ସରକାରୀ ଚାକିରୀ ମିଳିଥାଏ। ସେହିପରି ଭାବରେ ପୁରୁଷଙ୍କ ଛାତିରେ କଳାଜାଇ ଥିଲେ ସେମାନେ ସାମର୍ଥ୍ୟଶାଳୀ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

Eyes

୪. ଆଖି ଉପରେ କଳାଜାଇ ରହିଥିବା ବ୍ୟକ୍ତି ଶୀଘ୍ର ଧନୀ ହୋଇ ଯାଆନ୍ତି ବୋଲି ଶାସ୍ତ୍ରରେ କୁହାଯାଇଛି।

Lips

 ୫. ଯେଉଁ ବ୍ୟକ୍ତିଙ୍କର ଓଠରେ କଳାଜାଇ ରହିଛି ସେମାନେ ଅତି ଭାଗ୍ୟବାନ ହୋଇଥାନ୍ତି। ସେହିପରି ଭାବରେ କାନରେ କଳାଜାଇ ରହିଥିବା ବ୍ୟକ୍ତିମାନେ ବୁଝିବା ବାଲା ବୋଲି ବିଶ୍ୱାସ କରାଯାଏ।