ଗୋଡ଼ରେ କଳା ଫିତା ବନ୍ଧୁଛନ୍ତି କି? ତେବେ ଏହି ୪ ଚମତ୍କାର ଫାଇଦା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

 
Black thread

ଛୋଟ ପିଲାମାନଙ୍କୁ କଳା ସୂତା କିମ୍ବା କଳା ଟିକା ଇତ୍ୟାଦି ଲଗାଇ ଦେଉଥିବା ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ। ସାଧାରଣତଃ ପିଲାମାନଙ୍କୁ ଖରାପ ନଜର ଏବଂ ନକରାତ୍ମକ ଶକ୍ତିଠାରୁ ବଞ୍ଚାଇବା ପାଇଁ ଏପରି କରାଯାଇଥାଏ। ବହୁ ପୂର୍ବରୁ ଏଭଳି ବିଶ୍ୱାସ ରହି ଆସିଥିଲେ ହେଁ ଏବେ ସମୟ ଏବଂ ଦୁନିଆ ବଦଳିବା ସହିତ ଲୋକଙ୍କ ମନରୁ ଏପରି ସଂସ୍କୃତି, ରୀତିନୀତି ଓ ବିଶ୍ୱାସ ଲୋପ ପାଇବାରେ ଲାଗିଛି। ତେବେ ଏହା ପଛରେ ଥିବା ରହସ୍ୟ ବିଷୟରେ ଆପଣ ଜାଣନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଏହାର କେତେକ ଫାଇଦା ବିଷୟରେ ଜଣାଇବାକୁ ଯାଉଛୁ:-

୧: କଳା ସୂତା, କଳା ଟିକା, କଳା କପଡା ଇତ୍ୟାଦି ଖରାପ ନଜ଼ରରୁ ରକ୍ଷା କରିଥାଏ। ହେଲେ ଏଥି ମଧ୍ୟରୁ କଳା ଫିତା ବ୍ୟବହାର କରିବା ଅଧିକ ଲାଭ ଦାୟକ ଅଟେ।

Black thread

୨:-ଯଦି ଆପଣଙ୍କ ଘରେ ସବୁ ବେଳେ ଝଗଡା ଲାଗି ରହୁଛି ତେବେ ଆପଣ ଶନିବାର ଦିନ କୌଣସି ଏକ ଶନି ମନ୍ଦିର ଯାଇ ୧ ମିଟର ଲମ୍ବା କପଡା ନେଇ ସେଥିରେ ୧୦୮ ଗଣ୍ଠି ପକାନ୍ତୁ। ଗଣ୍ଠି ପକାଇବା ସମୟରେ ପ୍ରତ୍ୟେକ ଗଣ୍ଠିରେ ଓମ୍ ସନିଶ୍ଚରୟ ନମୋ ଜାପ କରନ୍ତୁ। ଏହା ପରେ ସେହି କପଡାକୁ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ।

Black thread

୩:- ଯଦି ଆପଣଙ୍କ ପରିବାରରେ କୌଣସି ସଦସ୍ୟଙ୍କ ଦେହ ଅସୁସ୍ଥ ରହିବା ସହ ତାଙ୍କ ଜୀବନରେ ସମସ୍ୟା ଲାଗି ରହୁଛି। ତେବେ ଏକ କଳା ଫିତାରେ ଟିକେ ସିନ୍ଦୂର ଲଗାଇ ମନ୍ଦିରରେ ରଖନ୍ତୁ। ପରଦିନ ସ୍ୱଚ୍ଛ ହୋଇ ସାରିବା ପରେ ଫିତାଟି ଆଣି ସେହି ସଦସ୍ୟଙ୍କ ଗୋଡ଼ରେ ବାନ୍ଧି ଦିଅନ୍ତୁ। ଏପରି କରିଲେ ତାଙ୍କର ସବୁ ସମସ୍ୟା ଦୂର ହୋଇଯିବ ବୋଲି ବିଶ୍ୱାସ ରହିଛି।

Pregnant woman

୪:-ସାଧାରଣତଃ ଗର୍ଭବତୀ ମହିଳାଙ୍କୁ ଖରାପ ନଜର ଲାଗିଥାଏ। ତେଣୁ ଏପରି ପରିସ୍ଥିତିରେ ଏକ କଳା ସୂତାକୁ ତାଙ୍କ ଚାରି ପାଖରେ ୭ ଥର ବୁଲାଇ ଆଣି ଏହାକୁ ନଦୀ କିମ୍ବା ଜଳାଶୟକୁ ଫୋପାଡି ଦିଅନ୍ତୁ। ଏହି ପ୍ରକ୍ରିୟା ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଜାରି ରଖିଲେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପାଖକୁ ଆସିପାରି ନଥାଏ ବୋଲି ବିଶ୍ୱାସ ରହିଛି।