ଯେତେ ଚେଷ୍ଟା କଲେ ମଧ୍ୟ ଗର୍ଭ ରାହୁନାହିଁ କି? ଜାଣନ୍ତୁ ଗର୍ଭଧାରଣର ସଠିକ ସମୟ ଓ କେବେ କରିବେ ସହବାସ

 
Right time for pregnancy
କଣ ଆପଣ ବି ଗର୍ଭ ଧାରଣ ପାଇଁ ଚେଷ୍ଟା କରି ମଧ୍ୟ ଅନେକ ଥର ବିଫଳ ହେଉଛନ୍ତି । ଆପଣ ଅନେକ ଦିନ ଧରି ମାଆ ହେବାରୁ ବଞ୍ଚିତ ରହୁଛନ୍ତି । ତେବେ ଏଥିରେ ବିଶେଷ ଚିନ୍ତିତ ହୁଅନ୍ତୁ ନାହିଁ । ସଠିକ୍ ସମୟରେ ସଠିକ୍ କାର୍ଯ୍ୟ କରିବା ଦ୍ୱାରା ହୁଏ ତ ଆପଣ ମାଆ ହେବାର ସୌଭାଗ୍ୟ ଲାଭ କରି ପାରିବେ । 

ର

ତେବେ ଗର୍ଭ ଧାରଣ ପାଇଁ କେତେ ଗୁଡିଏ ଜିନିଷର ଆବଶ୍ୟକତା ରହିଥାଏ । ଯେପରିକି ପୁରୁଷ ଓ ମହିଳାଙ୍କ ଠାରେ କୌଣସି ସମସ୍ୟା ନ ରହିବ ଏବଂ ଅନ୍ୟଟି ହେଉଛି ଉପଯୁକ୍ତ ସମୟରେ ସହବାସ କରିବା । ବେଳେବେଳେ ଦେଖା ଦେଇଥାଏ ପୁରୁଷ ଓ ମହିଳାଙ୍କ ଠାରେ କୌଣସି ସମସ୍ୟା ନ ଥିଲେ ମଧ୍ୟ ମହିଳା ଜଣକ ଗର୍ଭ ଧାରଣରୁ ବଞ୍ଚିତ ରୁହନ୍ତି ।

ତେବେ ଆସନ୍ତୁ ଜାଣିବା ଏ ନେଇ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀ କଣ କହୁଛନ୍ତି । 

ପ୍ରିୟଦର୍ଶିନୀଙ୍କ କହିବା ଜଣେ ମହିଳାଙ୍କ ଗର୍ଭ ଧାରଣ କ୍ଷମତା ବିଶେଷ କରି ତାଙ୍କ ପିରିଅଡ୍ ସାଇକେଲ ଉପରେ ନିର୍ଭର କରିଥାଏ । ପିରିଅଡ୍ ସାଇକେଲ ପ୍ରାୟ ୨୮ ରୁ ୩୦ ଦିନ ରହିଥାଏ । ତେବେ ଏହାର ୧୪ ଦିନ ପୂର୍ବରୁ ହିଁ ଆପଣଙ୍କ ପାଇଁ ଗର୍ଭ ଧାରଣ କରିବାର ଏକ ଗୁରୁତ୍ଵପୂର୍ଣ୍ଣ ସମୟ ଅଟେ । 

Pregnant

ପିରିଅଡ ସାଇକେଲ ର ୧୩ ରୁ ୧୪ ଦିନ ମଧ୍ୟରେ ଆପଣଙ୍କ ଓଭାରିରୁ ଓଭମ୍ ବା ଅଣ୍ଡା ବାହାରି ଥାଏ । ଯାହା ଗର୍ଭ ଧାରଣ କରିବାରେ ସାହାଯ୍ୟ କରିଥାଏ । ଏହି ଅଣ୍ଡା କେବଳ ୨୪ ଘଣ୍ଟା ପାଇଁ ରହିଥାଏ । ଯାହା ପରେ ଏହା ନଷ୍ଟ ହୋଇଯାଏ । ତେବେ ଏହି ୨୪ ଘଣ୍ଟା ମଧ୍ୟରେ ଯଦି ଆପଣ ସ୍ଵାମୀଙ୍କ ସହ ସହବାସ କରୁଛନ୍ତି ତେବେ ଆପଣଙ୍କ ଗର୍ଭ ଧାରଣ କ୍ଷମତା ଅଧିକ ବଢି ଯାଇଥାଏ ।