ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅଧିକ ଦିନ ଲିଭ-ଇନରେ ରହିବା ବିବାହ ସହିତ ସମାନ, ସମ୍ପର୍କରୁ ଝିଅ ଗର୍ଭବତୀ ହେଲେ...

 
Live in relation

ଏଣିକି ଅଧିକ ଦିନ ଲିଭ୍ ଇନ୍ ରେ ରହିବା ମଧ୍ୟ ବିବାହ ସହିତ ସମାନ ହେବ। କେବଳ ଯେ ବିବାହ ସହ ସମାନ ହେବ ତାହା ନୁହେଁ ଏହି ସମ୍ପର୍କ ହେତୁ ଜନ୍ମ ହୋଇଥିବା ସନ୍ତାନ ସନ୍ତତି ମାନେ ପୈତୃକ ସମ୍ପତ୍ତି ଉପରେ ନିଜର ହକ୍ ପାଇ ପାରିବେ। କେରଳ ହାଇକୋର୍ଟଙ୍କର ଏକ ଫଇସଲାକୁ ଚ୍ୟାଲେଞ୍ଜ କରି ମାନ୍ୟବର ସୁପ୍ରିମକୋର୍ଟ ଏଭଳି ଏକ ଶୁଣାଣି କରିଛନ୍ତି।

Live in relation

ଜଷ୍ଟିସ୍ ଏସ୍. ଅବଦୁଲ ନଜିର ଏବଂ ଜଷ୍ଟିସ୍ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ କରିଥିବା ଶୁଣାଣି ଅନୁଯାଇ ଯଦି କୌଣସି ମହିଳା ଓ ପୁରୁଷ ବିବାହ ନକରି ମଧ୍ୟ ଏକାଠି ଦୀର୍ଘ ଦିନ ପର୍ଯ୍ୟନ୍ତ ରୁହନ୍ତି ତେବେ ସେହି ସମ୍ପର୍କ ବିବାହ ସହ ସମାନ ହେବ। ସେମାନଙ୍କର ସନ୍ତାନ ସନ୍ତତି ପିତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ହୋଇପାରିବେ। ଏଥିନେଇ ଖୁବଶୀଘ୍ର ଅଧିନିୟମର ଧାରା ୧୧୪କୁ ଧାରା ଅନ୍ତର୍ଗତ କରାଯିବ।

Court

୨୦୦୯ରେ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରିଥିଲେ। ପିଡ଼ିତା ଜଣକ ଏଥିନେଇ ସୁପ୍ରିମକୋର୍ଟର ଦ୍ୱାରାସ୍ତ ହେବାପରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି। ଜଣେ ପୁରୁଷ ଏବଂ ନାରୀ ଏକାଠି ଅଧିକ ଦିନ ସମ୍ପର୍କରେ ରହିବା ପରେ ଏହାକୁ ବିବାହ ସହିତ ସମାନ ମାନ୍ୟତା ଦିଆଯିବ ବୋଲି ଏହି ଖଣ୍ଡପୀଠ ସ୍ପଷ୍ଟ ଭାବରେ କହିଛନ୍ତି।