ସେକ୍ସ ପ୍ରତି କମୁଛି ଯୁବପିଢ଼ିଙ୍କ ଆଗ୍ରହ! ବିବାହ କରିବାକୁ କରୁନାହାଁନ୍ତି ଇଚ୍ଛା ପ୍ରକାଶ, କାହିଁକି ଜାଣନ୍ତୁ

 
Marriage

ଦେଶରେ ଦିନକୁ ଦିନ ବଢିବାକୁ ଲାଗିଛି ଅବିବାହିତଙ୍କ ସଂଖ୍ୟା। ଗୋଟିଏ ପଟେ ଅଧିକ ରୁ ଅଧିକ ଯୁବପିଢ଼ି ବିବାହ କରିବା ପୂର୍ବରୁ ସେକ୍ସ କରିବାରେ ଲିପ୍ତ ରହୁଥିବା ବେଳେ ଏବେ ଯୁବପିଢ଼ିମାନେ  ବିବାହ କରିବାକୁ ଅନାଗ୍ରହ ପ୍ରକାଶ କରୁଛନ୍ତି। ଦେଶରେ ହୋଇଥିବା ଏକ ସର୍ଭେ ପରିସଂଖ୍ୟାନ ଅନୁସାରେ ୨୦୧୯ରେ ଦେଶରେ ୧୫-୨୯ ବର୍ଷ ବୟସର ଅବିବାହିତଙ୍କ ଅନୁପାତ ବଢି ବଢି ୨୩ ପ୍ରତିଶତରେ ପହଞ୍ଚି ସାରିଲାଣି।

Youth

 ୨୦୧୧ ମସିହାରେ ହୋଇଥିବା ଆକଳନରେ ଅବିବାହିତଙ୍କ ଅନୁପାତ ମାତ୍ର ୧୭.୨ ପ୍ରତିଶତ ରହିଥିଲା। କେବଳ ଅବିବାହିତ ପୁରୁଷଙ୍କର ସଂଖ୍ୟା ୨୦୧୧ ମସିହାରେ ୧୩.୫ ପ୍ରତିଶତ ରହିଥିବା ବେଳେ ୨୦୧୯ ମସିହାରେ ଏହା ୧୯.୯ ପ୍ରତିଶତରେ ପହଞ୍ଚି ସାରିଲାଣି। ଏହି ଅବଧି ମଧ୍ୟରେ କେବଳ ପୁରୁଷ ନୁହେଁ ବରଂ ମହିଳାମାନେ ମଧ୍ୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି।

Marriage

ରାଜ୍ୟ ଗୁଡିକ କଥା ଦେଖିବାକୁ ଗଲେ ଜାମ୍ମୁ ଓ କାଶ୍ମୀର ଠାରେ ସବୁଠାରୁ ଅଧିକ ଯୁବପିଢ଼ି ଅବିବାହିତ ରହୁଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ପଞ୍ଜାବରେ ମଧ୍ୟ ସମାନ ସମସ୍ୟା ଦେଖାଯାଉଛି। ଏହାବ୍ୟତୀତ ୨୦୨୧ ସୁଦ୍ଧା ଯୁବବର୍ଗଙ୍କ ସଂଖ୍ୟା ୩୭.୧୪ କୋଟିରେ ପହଞ୍ଚିବାର ଅନୁମାନ କରାଯାଉଥିଲା। ତେବେ ୨୦୩୬ରେ ଏହି ସଂଖ୍ୟାରେ ହ୍ରାସ ପାଇବା ବୋଲି କୁହାଯାଉଛି। ୨୦୩୭ ବେଳକୁ ଏହା ହ୍ରାସ ପାଇ ୩୪.୫୫ କୋଟି ହୋଇପାରେ ବୋଲି ଅନୁମାନ କରାଯାଇଛି।