ଆପଣ ମଧ୍ୟ ଦେଖୁଛନ୍ତି କି ଏମିତିକା ସ୍ବପ୍ନ ? ଏହି ୫ ସ୍ୱପ୍ନ ଆପଣଙ୍କ ପାଇଁ ଆଣିଦେଇପରେ ସୁଖଃ ଏବଂ ସମୃଦ୍ଧି !

 
Swapna sastra

ସୋଇଥିବା ଅବସ୍ଥାରେ ସ୍ବପ୍ନ ଦେଖିବା ମଣିଷ ପାଇଁ ଏକ ସାଧାରଣ କଥା ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ସ୍ବପ୍ନ ଗୁଡିକ ଆମ ସହିତ ଘଟିଥିବା ଘଟଣାର ଏକ ପ୍ରତିଫଳନ ଅଟେ। କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁଯାଇ ସ୍ବପ୍ନ ଗୁଡିକର ଅନେକ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପ୍ରଚଳିତ ଥିବା ସ୍ବପ୍ନ ଶାସ୍ତ୍ର ଅନୁଯାଇ ନିଦରେ ଶୋଇଥିବା ଅଵସ୍ଥାରେ ଦେଖିଥିବା ସ୍ବପ୍ନ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାଏ।

କେବଳ ଏତିକି ନୁହେଁ ବରଂ ଆମେ ଦେଖିଥିବା ସ୍ୱପ୍ନ ହିଁ ଆଗକୁ ଜୀବନରେ ଆସୁଥିବା ଶୁଭ ଏବଂ ଅଶୁଭ ଘଟଣାକ୍ରମ ବିଷୟରେ ଆମକୁ ଅବଗତ କରାଇଥାଏ। ତେବେ ସ୍ବପ୍ନ ଶାସ୍ତ୍ର ଅନୁଯାଇ ଆସନ୍ତୁ ଜାଣିବା ଏପରି କିଛି ସ୍ବପ୍ନ ଗୁଡିକ ବିଷୟରେ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ:-

୧. ସ୍ୱପ୍ନରେ ଝିଟିପିଟି:- ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ହଠାତ୍ ଏକ ଝିଟିପିଟିକୁ କାନ୍ଥରେ ଲାଗିଥିବାର ଦେଖିଥାଏ ତେବେ ସ୍ୱପ୍ନର ଶାସ୍ତ୍ର ଅନୁଯାୟୀ, ଏହାକୁ ଦେଖିବା ଶୁଭ ବୋଲି ବିବେଚନା କରାଯାଇଥାଏ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଝିଟିପିଟି ଦେଖିବା ଅର୍ଥ ଲାଭକୁ ସୂଚିତ କରିଥାଏ।

୨. ସ୍ୱପ୍ନରେ ଶୁଆ ଦେଖିବା:- ଶୁଆ ଏପରି ଏକ ପକ୍ଷୀ, ଯାହା ପାଟିରୁ ମଣିଷର ସ୍ୱର ସୃଷ୍ଟି କରିପାରିଥାଏ। ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଏକ ଶୁଆକୁ ଦେଖୁଛନ୍ତି, ତେବେ ଏହାକୁ ଦେଖିବା ଶୁଭ ବୋଲି ଧରାଯାଇ ଥାଏ। ଏହାକୁ ବାରମ୍ବାର ସ୍ୱପ୍ନରେ ଦେଖିଲେ ଟଙ୍କା ପାଇବା ସମ୍ଭାବନା ରହିଥାଏ ବୋଲି ବିଶ୍ୱାସ କରାଯାଏ।

୩.ନିଜେ ଆତ୍ମହତ୍ୟା କରୁଥିବାର ଦେଖିବା:- ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ନିଜକୁ ଆତ୍ମହତ୍ୟା କରୁଥିବାର ଦେଖୁଛନ୍ତି। ତେବେ ସ୍ୱପ୍ନର ଶାସ୍ତ୍ର ଅନୁଯାୟୀ, ଏହି ଘଟଣାକୁ ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ଏହା ସେହି ବ୍ୟକ୍ତିଙ୍କର ଦୀର୍ଘାୟୁ ହେବାର ସଙ୍କେତ ଅଟେ ବୋଲି ବିଶ୍ୱାସ କରାଯାଇଥାଏ।

୪.ଗୃହ ନିର୍ମାଣ କାର୍ଯ୍ୟ:- ସ୍ୱପ୍ନରେ ଗୃହ ନିର୍ମାଣ କାର୍ଯ୍ୟ ଦେଖିବା ବି ଶୁଭ ଅଟେ। ସ୍ୱପ୍ନର ଶାସ୍ତ୍ର ଅନୁଯାୟୀ ଏହାର ଅର୍ଥ ହେଉଛି ବାସ୍ତବ ଜୀବନରେ ଏହା ଉନ୍ନତ ଆର୍ଥିକ ସ୍ଥିତିର ସଙ୍କେତ ଦେଇଥାଏ। ଏହିପରି ସ୍ୱପ୍ନ ଦେଖିବା ପରେ ବ୍ୟକ୍ତି ଜଣକ ବହୁତ ଟଙ୍କା ଲାଭ କରିଥାଏ।

୫.ସ୍ୱପ୍ନରେ ସାପ ଦେଖିବା:- ସ୍ୱପ୍ନରେ ସାପ ଦେଖି କେହି କେହି ଅତ୍ୟନ୍ତ ଭୟଭୀତ ହୋଇଯାଇଥାନ୍ତି। କିନ୍ତୁ, ସ୍ୱପ୍ନରେ ସାପ ଦେଖିବା ଶୀଘ୍ର ସଫଳତା ପାଇବାର ଏକ ସଂକେତ ବୋଲି ବିଶ୍ୱାସ କରାଯାଇଥାଏ।