ଭଲ ଦରମା ସହିତ ଏଠାରେ ରହିଛି ମହିଳାଙ୍କ ଚାହିଦା! ମହିଳାଙ୍କ ପାଇଁ ବେଷ୍ଟ ଅଟେ ଏହି ୪ ଚାକିରୀ….

 
Jobs

ଆଜିର ସମୟରେ ମହିଳାମାନେ ପୁରୁଷମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ପ୍ରତିଟି କ୍ଷେତ୍ରରେ ସେମାନେ ପୁରୁଷଙ୍କ ସହିତ ତାଳ ଦେଇ ଆଗକୁ ବଢ଼ୁଛନ୍ତି। ତେବେ, ଏହି ପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା କିଛି ଏଭଳି ଚାକିରୀ ଯେଉଁଥିରେ ମହିଳାମାନେ ଭଲ ପଇସା ରୋଜଗାର କରିବା ସହିତ କ୍ୟାରିଅରରେ ଆଗକୁ ବଢିପାରିବେ।

Pharmasists

୧. ସେ ଡାକ୍ତରଖାନା ହେଉ ଅଥବା ଔଷଧ ତିଆରି କରୁଥିବା କମ୍ପାନୀ ସବୁଠାରେ ଫାର୍ମାସିଷ୍ଟମାନଙ୍କ ଚାହିଦା ରହିଛି। ଏମିତି ବି କୋଭିଡ-୧୯ ପରଠାରୁ ଏହି ସେକ୍ଟରର ଚାହିଦା ବେସ୍ ବଢ଼ିବାରେ ଲାଗିଛି। ଝିଅମାନଙ୍କ ପାଇଁ ଏଥିରେ ବେସ୍ ଭଲ ସୁଯୋଗ ରହିଅଛି।

Lawyer

୨. ଆଜିକାଲି ମହିଳାମାନେ ଆଇନ ପଢ଼ି ଓକିଲ ହେବାପାଇଁ ବେସ୍ ଆଗ୍ରହୀ ରହୁଛନ୍ତି। କେବଳ ସେତିକି ନୁହେଁ ବରଂ ଯଦି ଆପଣ କୌଣସି ବିଟରେ ସ୍ପେଶାଲାଇଜେସନ ହାସଲ କରନ୍ତି, ତେବେ ଆପଣ ଏକ ସ୍ୱପ୍ନର ଚାକିରୀ ପାଇବା ସହିତ ମୋଟା ଅଙ୍କର ଦରମା ପାଇପାରିବେ।

Marketing

୩. ଗତକିଛି ବର୍ଷହେବ ମାର୍କେଟିଂ କ୍ଷେତ୍ରରେ ମହିଳାମାନେ ବେସ୍ ଆଗକୁ ଅଗ୍ରସର ହେବାରେ ଲାଗିଛନ୍ତି। ଆଜ୍ଞା ହଁ, ଆପଣ ମଧ୍ୟ ଚାହିଁଲେ ଏହାକୁ ନିଜର ପେସା ଭାବରେ ବାଛି ପାରିବେ।

Social media

 ୪. ସେହିପରି ଭାବରେ ସୋସିଆଲ ମିଡିଆ ମାଧ୍ୟମରେ ଆଜିକାଲି ମହିଳାମାନେ ବେସ୍ ଭଲ ରୋଜଗାର କରୁଛନ୍ତି। ସେମାନେ ଅତି ସହଜରେ ୫ ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି।