ଆସୁଛି ଦୀପାବଳି: ତୁରନ୍ତ ଘର ସଫା କରି ଫୋପାଡ଼ି ଦିଅନ୍ତୁ ଏହି ୬ଟି ଅଦରକାରୀ ଜିନିଷ, ନଚେତ୍ ପରିଣାମ ହୋଇପାରେ ଭୟଙ୍କର

 
Diwali

ଆଗକୁ ଆସୁଛି ଦୀପାବଳୀ, ସେଥିପାଇଁ ସାରା ଦେଶ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ଲୋକେ ଘର ସଫା ଓ କଲର୍ କରିବା ସହିତ ଏହାକୁ ନୂଆ ରୂପରେ ସଜାଉଛନ୍ତି। ମହାଲକ୍ଷ୍ମୀ ହେଉଛନ୍ତି ଧନର ପ୍ରତୀକ ଆଉ ଯେଉଁ ସ୍ଥାନ ସଫା ସୁତୁରା ହୋଇ ରହିଥାଏ ସେହିଠାରେ ହିଁ ମହାଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଦୀପାବଳୀ ପୂର୍ବରୁ ନିଜ ଘରୁ ସମସ୍ତ ପ୍ରକାରର ଅଦରକାରୀ ଜିନିଷ ଗୁଡ଼ିକୁ ସଫା କରିଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Broken utensil

୧:-ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଭଙ୍ଗା କିମ୍ୱା ଖରାପ୍ ଘଣ୍ଟା ରଖିବା ଉଚିତ ନୁହେଁ। ଚାଲୁ ରହିଥିବା ଘଣ୍ଟା ସୁଖ ଓ ସମୃଦ୍ଧିର ପ୍ରତୀକ ହୋଇଥିବା ବେଳେ ବନ୍ଦ ରହିଥିବା ଘଣ୍ଟା ଖରାପ ସମୟକୁ ଡାକି ଆଣିଥାଏ। ଯଦି ଆପଣଙ୍କ ଘରେ ଏପରି ଘଣ୍ଟା ରହିଛି ତେବେ ତୁରନ୍ତ ଏହାକୁ ବାହାର କରିଦେବା ଉଚିତ।

Clock

୨:-ସେହିଭଳି ଭଙ୍ଗା ଫର୍ଣିଚର ମଧ୍ୟ ଘର ପାଇଁ ଅଶୁଭ ଅଟେ। ଏହା ଦ୍ଵାରା ଘର ଉପରେ ଖରାପ ପ୍ରଭାବ ପଡ଼ି ଥାଏ। ଘରେ ଯଦି ଟେବୁଲ ,ଚେୟାର, ଖଟ ଇତ୍ୟାଦି କିଛି ଭଙ୍ଗା ରହିଛି ତେବେ ଏହାକୁ ତୁରନ୍ତ ବାହାର କରିଦେବା ଉଚିତ। ଏଥିସହିତ ଫର୍ଣିଚର ଗୁଡିକ ସବୁବେଳେ ଠିକ୍ ସ୍ଥାନରେ ରହିବା ନିତ୍ୟାନ୍ତ ଆବଶ୍ୟକ ଅଟେ।

Furniture broken

୩:- ଘରେ ଭଙ୍ଗା ବାସନ କୁସନ ରହିଲେ ମହାଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଏହାକୁ ବ୍ୟବହାର କରିବା ପରିବର୍ତ୍ତେ ଘରୁ ବାହାର କରିଦେବା ଉଚିତ। 

୪:-ଘରେ ଭଙ୍ଗା ମୂର୍ତ୍ତି ବି ରହିବା ଅନୁଚିତ୍ ତେଣୁ ଏ ସବୁକୁ ଠିକ୍ ଭାବରେ ଯାଞ୍ଚ କରି ନିଅନ୍ତୁ ଓ ଭଙ୍ଗା ମୂର୍ତ୍ତିକୁ ବିସର୍ଜନ କରି ସେହି ସ୍ଥାନରେ ନୂଆ ମୂର୍ତ୍ତି ସ୍ଥାପନ କରନ୍ତୁ।

୫:- ଯଦି ଘରେ କୌଣସି ଭଙ୍ଗା କାଚ କିମ୍ବା ଭଙ୍ଗା କାଚ ବାସନ, ଗ୍ଲାସ୍, କପ୍, ଦର୍ପଣ ଇତ୍ୟାଦି ରହିଛି ତେବେ ସେଗୁଡ଼ିକୁ ମଧ୍ୟ ହଟାଇ ଦିଅନ୍ତୁ। କାରଣ ଏହି ସବୁ ଭଙ୍ଗା ଜିନିଷ ଦ୍ୱାରା ହିଁ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି ବିଶ୍ୱାସ କରାଯାଏ।

୬:- ଘରେ ପୁରୁଣା ଓ ଚିଣ୍ଡା ଜୋତା ଚପଲ ରହିବା ଉଚିତ ନୁହେଁ ତେଣୁ ତୁରନ୍ତ ସେସବୁକୁ ଘରୁ ସଫା କରି ଦିଅନ୍ତୁ।