ମନ୍ଦିର ଭିତରେ ସ୍ୱୟଂ ଭଗବାନଙ୍କ ସହ ରହୁଥିଲା ଝିଅ: ୧୨ ବର୍ଷ ପରେ ଖୋଲିଲା ଅଭିଶପ୍ତ ମନ୍ଦିର, ଆଉ ତାପରେ...

 
Shiv girl

ଭାରତୀୟ ଧାର୍ମିକ ପରମ୍ପରାରେ ରହିଛି ଅନେକ ରୀତିନୀତି। ଏହି ରୀତିନୀତି ଓ ପରମ୍ପରା କାହିଁ କେତେ ଯୁଗରୁ ଗଢ଼ି ଉଠିଛି। ଯାହା ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି ଲୋକ ମାନଙ୍କର। କୁହାଯାଏ ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁ ଦୂର। ଠିକ୍ ସେହିପରି ଅନେକ ପରମ୍ପରା ରହିଛି ଯାହାକୁ ବିନା ପ୍ରଶ୍ନ ଉଠାଇ ବିଶ୍ଵାସର ସହିତ ପାଳନ କରି ଆସୁଛନ୍ତି ଲୋକେ।

ଏ ଭଳି ଏକ ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣାଟି କାହା ମନରେ ପ୍ରଶ୍ନ ଉଠାଉଥିବା ବେଳେ ଆଉ କିଛି ଲୋକ ଭକ୍ତିର ଭାବରେ ବିମୋହିତ ହୋଇ ଉଠିଛନ୍ତି।

Shiv

ଘଟଣାଟି ହେଉଛି ୧୯୮୧ ମସିହାରେ। ସ୍ଥାନ - ରାଜସ୍ଥାନର ପ୍ରାଚୀନ ଶିବ ମନ୍ଦିର। ପରମ୍ପରା ଅନୁସାରେ ୧୨ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଶିବ ମନ୍ଦିରଟି।ପ୍ରତି ୧୨ ବର୍ଷରେ ଥରେ ଏହି ମନ୍ଦିର ଖୋଲା ଯାଇ ପୂଜା ସହିତ ଧୁମ୍ ଧାମରେ ଉତ୍ସବ ପାଳନ କରା ଯାଇଥାଏ।

ସେ ଦିନ ମଧ୍ୟ ଥିଲା ଗାଆଁରେ ଉତ୍ସବ କାରଣ ଆଗାମୀ ୧୨ବର୍ଷ ପର୍ଯ୍ୟନ୍ତ ପଡ଼ିବାକୁ ଯାଉଥିଲା ମନ୍ଦିରର ପହଡ଼। ଲୋକେ ମନଭରି କରୁଥାନ୍ତି ପୂଜା। ଖୁସିରେ ଉତ୍ସବ ପାଳନ କରୁଥାନ୍ତି। ଏଥି ମଧ୍ୟରେ ସନ୍ଧ୍ୟା ହେବାରୁ ବନ୍ଦ କରି ଦିଆ ଯାଇଥିଲା ମନ୍ଦିର। ପଡ଼ିଯାଇଥିଲା ପହଡ଼।ଯାହା ଆଗାମୀ ୧୨ ବର୍ଷ ପରେ ଖୋଲା ହେବ ତା ଆଗରୁ ନୁହେଁ।କାରଣ ଯଦି ତା ପୁର୍ବରୁ ଖୋଲା ହୁଏ, ତେବେ ମହା ପ୍ରଳୟ ଆସିପାରେ ବୋଲି ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ ରହିଛି।

Cgf

ପୂଜା ସାରି ମନ୍ଦିର ପହଡ଼ ପଡ଼ିବା ପରେ ଘରକୁ ଯିବା ପାଇଁ ରାଠୋର ଘର ଲୋକେ ଶ୍ରଦ୍ଧାକୁ ନ ପାଇବାରୁ ଖୋଜିବା ଆରମ୍ଭ କରି ଦିଅନ୍ତି। ଖୋଜା ଖୋଜି କଲା ପରେ ମଧ୍ୟ କୋଉଠି ମିଳି ନ ଥିଲା ଶ୍ରଦ୍ଧା। ପରେ ଘର ଲୋକ ଜାଣିପାରିଲେ ମନ୍ଦିର ଭିତରେ ରହି ଯାଇଛି ଶ୍ରଦ୍ଧା। ପରିବାର ଲୋକେ ଯେତେ ଚେଷ୍ଟା କଲେ ମଧ୍ୟ କବାଟ ଖୋଲିଲେ ନାହିଁ ଗ୍ରାମବାସୀ। ଦୀର୍ଘ ଦିନର ବିଶ୍ୱାସକୁ ଭାଙ୍ଗିବା ପାଇଁ ନାରାଜ ଥିଲେ ସେମାନେ। କିଛି ବାଟ ନ ପାଇ ଭଗବାନଙ୍କୁ ଡାକି ଚୁପ୍ ରହିଥିଲେ ଘର ଲୋକେ।

ମନ୍ଦିରର ଗୋଟିଏ କୋଣରେ ଶୋଇ ରହିଥିବା ଶ୍ରଦ୍ଧାର ନିଦ ଯେତେବେଳେ ଭାଙ୍ଗେ ସେ ଦେଖେ ଯେ ମନ୍ଦିର ଭିତର ଚାରିଆଡେ ସୁନସାନ। ଅନ୍ଧାର ମୟ। ଭୀଷଣ ଡରି ଯାଇ ଥାଏ ଶ୍ରଦ୍ଧା।ହେଲେ ଏଭଳି ସମୟରେ ଏକ ପ୍ରଜ୍ଵଳ ଆଲୋକ ଉଭା ହୁଏ ଶ୍ରଦ୍ଧା ସାମ୍ନାରେ।ଜାହାକୁ ଦେଖି ଚେତାଶୁନ୍ୟ ହୋଇଯାଏ ଶ୍ରଦ୍ଧା।

ଏଥି ମଧ୍ୟରେ ୧୨ ବର୍ଷ ବିତିବା ପରେ ପୂଜା ପାଇଁ କବାଟ ଖୋଲିବା ପରେ ପୁନଶ୍ଚ ଶ୍ରଦ୍ଧାକୁ ଦେଖିବାକୁ ପାଇଲେ ସମସ୍ତେ।କେହି ବିଶ୍ବାସ କରି ନ ଥିଲେ ଯେ ଶ୍ରଦ୍ଧା ଏତେ ଦିନ ଧରି ବଞ୍ଚିଥିବ ବୋଲି। ସେଥିପାଇଁ ତ କୁହନ୍ତି ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଶ୍ରଦ୍ଧାକୁ ଜୀବିତ ଦେଖି ସମସ୍ତେ ଅବାକ୍। ଘର ଲୋକେ ଯେତେବେଳେ ଶ୍ରଦ୍ଧାକୁ ନେବାକୁ ଆସନ୍ତି ନିଜ ସହିତ ସେ ମନା କରିଦିଏ ଘରକୁ ଯିବା ପାଇଁ।ଏବେ ୧୨ ବର୍ଷ ଭଗବାନଙ୍କ ସହିତ ରହିବା ପରେ ଶ୍ରଦ୍ଧା ସଂପୂର୍ଣ୍ଣ ହୋଇ ଯାଇଛି ଭଗବାନଙ୍କର।