ମହା ପଞ୍ଚୁକରେ ଏହି କାମ କରିଲେ ମହା ପୂଣ୍ୟ ପ୍ରାପ୍ତି ହୋଇଥାଏ, ନହେଲେ ରୁଷ୍ଟ ହୋଇ ପାରନ୍ତି ଲକ୍ଷ୍ମୀ

 
Panchuka

କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନକୁ ପଞ୍ଚୁକ ବୋଲି କୁହାଯାଉଥିବା ବେଳେ ଏହି ପାଞ୍ଚ ଦିନକୁ ମାସ ଓ ବର୍ଷଯାକର ସବୁଠାରୁ ବଡ଼ ପବିତ୍ର ଦିନ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସର ଏହି ୫ ଦିନର ବିଶେଷ ଗୁରୁତ୍ଵ ରହିଛି ।

ପିତାମହ ଭୀଷ୍ମ ପ୍ରତି ବର୍ଷ ବାସୁଦେବଙ୍କ ଠାରୁ କାର୍ତ୍ତିକ ମାସର ଶେଷ ୫ ଦିନ ବ୍ରତ ପାଳନ କରିବାକୁ କହିଥିଲେ । ତେଣୁ କରି ଏହି ୫ ଦିନର ପଞ୍ଚୁକକୁ ଭୀଷ୍ମ ପଞ୍ଚୁକ ବୋଲି ମଧ୍ୟ କୁହାଯାଏ ।

Panchuka

ତେବେ ଆସନ୍ତୁ ଜାଣିବା ଏହି ପଞ୍ଚୁକରେ କେଉଁ ସବୁ କାର୍ଯ୍ୟକୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଥାଏ । ଏବଂ ଯାହା କରିବା ଦ୍ଵାରା ସ୍ଵୟଂ ଲକ୍ଷ୍ମୀ ମାଆଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

• ଭଗବାନ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ତୁଳସୀ ଚନ୍ଦନ ଦେଇ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

• ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରିବା ଲାଭ ଦାୟକ ହୋଇଥାଏ  ।

• ଏହି ଦିନ ଗୁଡ଼ିକରେ ଚଉଁରା ପୂଜାର ଏକ ବିଶେଷ ମହତ୍ତ୍ଵ ରହିଥାଏ ।

• ଏହି ଦିନ ଗୁଡ଼ିକରେ ଜଗନ୍ନାଥଙ୍କ ନିକଟରେ ଅପରାଜିତା ଫୁଲ ଅର୍ପଣ କରିବା ଫଳପ୍ରଦ ହୋଇଥାଏ । 

ସେହିପରି ଆଉ କିଛି କାର୍ଯ୍ୟ ରହିଛି ଯାହା କାର୍ତ୍ତିକ ମାସରେ କରିବା ଉଚିତ୍ ନୁହେଁ  ।

* ଘର ଛାତ ପକାଇବା ।

* ପିତୃ ପୁରୁଷଙ୍କ ଶବ ଦାହ କରିବା ।

* କାଠ ଉପରେ ବସି ମନ୍ତ୍ର ଜପ କରିବା ।