ନୂଆବର୍ଷରେ କରନ୍ତୁ ନାହିଁ ଏହି ୫ଟି ଅଶୁଭ କାମ ନଚେତ ଆସିପାରେ ଘୋର୍ ବିପତ୍ତି

 
New year new rules

ହିନ୍ଦୁ ଧର୍ମରେ ଶୁଭ ଏବଂ ଅଶୁଭର ମାନ୍ୟତା ବହୁ ପୂର୍ବରୁ ଚାଲି ଆସିଛି। ଆମେମାନେ ଦୈନଦିନ ଜୀବନରେ କରୁଥିବା ଅନେକ କାର୍ଯ୍ୟ ସାମାନ୍ୟ ଲାଗୁଥିଲେ ହେଁ ଏଥିରେ ଅନେକ ଅଶୁଭ ସଂକେତ ଜଡ଼ିତ ହୋଇ ରହିଥାଏ। କିଛି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ତେବେ, ଏପରି କିଛି କାର୍ଯ୍ୟ ମଧ୍ୟ ରହିଛି ଯାହା କରିବା ଦ୍ୱାରା ମଣିଷକୁ ଶୁଭ ଫଳ ମିଳିନଥାଏ। ତେବେ, ଏହି ନୂଆ ବର୍ଷରେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁଯାଇ କେଉଁ ସବୁ ଜିନିଷ ଅଟେ ଅତ୍ୟନ୍ତ ଅଶୁଭ:-

୧. କ୍ଷୀର:- କ୍ଷୀର ପିଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରକୁ ଭରପୁର ମାତ୍ରାରେ ପ୍ରୋଟିନ ଯୋଗାଇ ଦେଇଥାଏ। କିନ୍ତୁ, ଶାସ୍ତ୍ର ଅନୁଯାଇ କ୍ଷୀର ଉତୁରିଯାଇ ଭୂମିରେ ପଡ଼ିବା ଏକ ଅଶୁଭ ସଂକେତ ଅଟେ।

Milk

୨. ଦର୍ପଣ:- ଆମ୍ଭେମାନେ ପ୍ରତିଦିନ ନିଜର ରୂପଚର୍ଚା କରିବା ପାଇଁ ଦର୍ପଣର ସହାୟତା ନେଇଥାଉ। କିନ୍ତୁ, ଭଙ୍ଗା ଦର୍ପଣରେ ମୁହଁ ଦେଖିବା ଅତ୍ୟନ୍ତ ଅଶୁଭ ଅଟେ। ଏହାବ୍ୟତିତ ଭୁଲରେ ବି ଘରର ଐଶାନ୍ୟ କୋଣରେ ଭଙ୍ଗା କାଚ ପକାଇବା ଉଚିତ ନୁହେଁ। ଏହାଦ୍ୱାରା ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ।

Broken mirror

୩. ଝାଡୁ:- ଆମେ ଘରର ଅଳିଆ ସଫା କରିବା ପାଇଁ ଝାଡୁର ବ୍ୟବହାର କରିଥାଉ କିନ୍ତୁ ଏଥିରେ ମାଆ ଲକ୍ଷ୍ମୀଙ୍କର ବାସ ରହିଥାଏ ବୋଲି କୁହାଯାଏ। ତେଣୁ ଝାଡୁରେ ଗୋଡ ମାରିବା ରାତିରେ ଘରକୁ ଝାଡୁ ଆଣିବା ଅନୁଚିତ ଅଟେ।

Jhadu

୪. ପଶୁ:- ଶଗୁନ ଶାସ୍ତ୍ର ଅନୁଯାଇ ପଶୁମାନେ ଘର ଭିତରେ କିମ୍ଭା ବାହାରେ କୁକୁର ବିଲେଇ କାନ୍ଦିବା ଅତ୍ୟନ୍ତ ଅଶୁଭ ଅଟେ। କେବଳ ଏତିକି ନୁହେଁ ଘର ବାହାରେ ଏମାନେ ମଳତ୍ୟାଗ କରିବା ମଧ୍ୟ ଅଶୁଭ ସଂକେତ ଅଟେ। ଏହା ଆଗକୁ ଆସୁଥିବା କୌଣସି ଦୁର୍ଘଟଣାର ସଂକେତ ଦେଇଥାଏ।

Animals

୫. ଛିଙ୍କ:- ଘରୁ କୌଣସି ଶୁଭ କାର୍ଯ୍ୟରେ ବାହାରୁଥିବା ବେଳେ ଛିଙ୍କ ହେବା ଅତ୍ୟନ୍ତ ଅଶୁଭ ଅଟେ। ଏପରି ହେଲେ କିଛି ସମୟ ଅପେକ୍ଷା କରି ଘରୁ ପାଣି ପିଇ ବାହାରକୁ ବାହାରିବା ଉଚିତ।

Sneezing

From around the web