ଆସୁଛି ଦଶହରା, ଭୁଲରେ ବି ଘରେ ରଖନ୍ତୁ ନାହିଁ ଏହି ୬ଟି ଜିନିଷ, ନହେଲେ ପଡ଼ିବ ଅଶୁଭ ଦୃଷ୍ଟି

 
Maa durga

ଆଗକୁ ଆସୁଛି ମା ଦୂର୍ଗାଙ୍କ ପୂଜା।ମାଙ୍କ ପୂଜା ନେଇ ଘରେ ବାହାରେ ସବୁଠାରେ ବେଶ୍ ସାଜସଜ୍ଜା ଲାଗି ରହିଥାଏ। ଦଶ ଦିନ ଧରି ପାଳିତ ହେଉଥିବା ଏହି ପର୍ବକୁ ଅତି ନିଷ୍ଠା ଓ ଶ୍ରଦ୍ଧାର ସହ ପାଳନ କରାଯାଇଥାଏ। ହେଲେ ଆମର ଏପରି କିଛି ଛୋଟ ଛୋଟ ଭୁଲ ପାଇଁ ହୁଏ ତ ଆମେ ମାଙ୍କ ଆଶୀର୍ବାଦରେ ବଞ୍ଚିତ ହୋଇଯାଏ।ଏପରି କିଛି ଜିନିଷ ରହିଛି ଯାହା ମା ଆଦୌ ପସନ୍ଦ କରନ୍ତି ନାହିଁ ଏବଂ ଯାହା ଆମ ପାଇଁ ଶୁଭଙ୍କର ନୁହେଁ।

ଛ

ତେବେ ଆସନ୍ତୁ ଜାଣିବା ଏପରି କଣ ସବୁ ଜିନିଷ ରହିଛି ଯାହାକୁ ନବରାତ୍ରି ପୁର୍ବରୁ ଘରୁ ହଟାଇ ଦେବା ଟା ହିଁ ଆପଣଙ୍କ ପାଇଁ ଓ ଆପଣଙ୍କ ପରିବାର ପାଇଁ ଅତ୍ୟନ୍ତ ଲାଭଦାୟକ ହେବ।

 ୧-ଘରକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ   :

ମାଆ ସଦାସର୍ବଦା ସ୍ବଚ୍ଛତା ପ୍ରତି ବେଶୀ ଆକର୍ଷିତ ହୋଇଥାନ୍ତି। ଧାର୍ମିକ ମାନ୍ୟତା ଅନୁସାରେ ଏହି ନବରାତ୍ରି ସମୟରେ ମାଆ ପ୍ରତ୍ୟେକ ଘରେ ବିରାଜମାନ ହୁଅନ୍ତି। ତେବେ ଆପଣ ବି ଯଦି ଚାହୁଁଛନ୍ତି ଆପଣଙ୍କ ଘରେ ମାଆଙ୍କର ଅବସ୍ଥାନ ହେଉ ବୋଲି ତେବେ ବିଶେଷ ରୂପେ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।

୨- ଘରେ ଥିବା ଭଙ୍ଗା ଜିନିଷକୁ ବାହାରକୁ ଫିଙ୍ଗି ଦିଅନ୍ତୁ  :

ନବରାତ୍ରି ଆସିବା ପୂର୍ବରୁ ଘରେ ଥିବା ଭଙ୍ଗା ବାସନ, ଛିଣ୍ଡା ଓ ପୁରୁଣା ପୋଷାକ ଆଦିକୁ ଘରୁ ବାହାରକୁ ଫିଙ୍ଗୁ ଦିଅନ୍ତୁ।

୩ ରୋଷେଇ ଘରର ବିଶେଷ ଯତ୍ନ ନିଅନ୍ତୁ :

ରୋଷେଇ ଘରେ ଯଦି ବହୁ ଦିନର ଖରାପ୍ ଆଚାର ରହିଛି ତେବେ ଏହାକୁ ଫିଙ୍ଗି ଦିଅନ୍ତୁ। ଖରାପ୍ ହୋଇଯାଇଥିବା ବାସି ଖାଦ୍ୟ ଆଦୌ ରଖନ୍ତୁ ନାହିଁ।

୪ - ନକରାତ୍ମକ ଜିନିଷ ଠାରୁ ଦୂରେଇ ରୁହନ୍ତୁ  : 

​​​​​​ ନିଶା ଦ୍ରବ୍ୟ ଏବଂ ନିଜ ଭିତରେ ଥିବା ମନ୍ଦ ପ୍ରବୃତ୍ତି ଗୁଡ଼ିକର ବର୍ଜନ କରନ୍ତୁ।