ଏହି ୭ ଭୁଲ ଯୋଗୁଁ ଘର ଦ୍ୱାର ମୁହଁରୁ ଫେରି ଯାଇଥାନ୍ତି ମା' ଲକ୍ଷ୍ମୀ, ନିଶ୍ଚିତ ଜାଣି ରଖନ୍ତୁ

 
Maa laxmi

ଜୀବନ ବଞ୍ଚିବା ପାଇଁ ଧନର ଆବଶ୍ୟକତାକୁ ଏଡାଇ ଦିଆ ଯାଇ ପାରେନା। ଧନ ହିନ ଜୀବନ ବେଳେ ବେଳେ ଅଭିଶପ୍ତ ଜୀବନ ଭଳି ମନ ହୁଏ। ସେଥି ପାଇଁ ତ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ବିଶେଷ ଗୁରୁତ୍ବ ଦିଆ ଯାଇ ଥାଏ। କୁହା ଯାଏ ମା ଲକ୍ଷ୍ମୀ ପୂଜାର ନୁହଁନ୍ତି ବରଂ ଜୀବନ ଶୈଳୀ ଉପରେ ବେଶୀ ପ୍ରଭାବିତ ହୋଇଥାନ୍ତି। ଅର୍ଥାତ୍ ଆମେ କିପରି ବସବାସ କରେ, କିପରି ଅନ୍ୟକୁ ବ୍ୟବହାର କରେ, କିପରି ପୋଷାକ ପରିଧାନ କରେ ଇତ୍ୟାଦି।

Laxmi maa

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ କାରଣ ରହିଛି ଯାହା ଦ୍ଵାରା ଲକ୍ଷ୍ମୀ ଚାହିଁକି ମଧ୍ୟ ଆମ ପାଖକୁ ଆସି ପାରନ୍ତି ନାହିଁ। ଯାହାକୁ ଶୁଦ୍ଧ ଓଡ଼ିଆରେ ଲକ୍ଷ୍ମୀ ଛଡ଼ା ବୋଲି କହନ୍ତି। ତେବେ ଆପଣ ଯଦି ଚାହାନ୍ତି ଆପଣ କେବେ ଲକ୍ଷ୍ମୀ ଛଡ଼ା ନ ହୁଅନ୍ତୁ ଏବଂ ଲକ୍ଷ୍ମୀଙ୍କର କୃପା ସଦା ସର୍ବଦା ଲାଗି ରହୁ ତେବେ ଆପଣାନ୍ତୁ ଏହି ସବୁ ଉପାୟ ।

* ଆପଣ ସର୍ବଦା ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ। ଅର୍ଥାତ୍ ନିଜ ଘର ଓ ପରିବେଶକୁ ସଫା ରଖନ୍ତୁ।

*ଦିନ ଏବଂ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ।

* ପ୍ରଭାତ ସମୟରେ ନିଜର ସମସ୍ତ ନିତ୍ୟ କର୍ମ ସମାପନ କରନ୍ତୁ।

* ସକାଳେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଇ ରୁହନ୍ତୁ ନାହିଁ।

* ନାରୀ ମାନଙ୍କୁ ସମ୍ମାନ ଦିଅନ୍ତୁ।

* ଅଯଥାରେ ଜିନିଷ ନଷ୍ଟ କରନ୍ତୁ ନାହିଁ।

* ଶୁକ୍ରବାର ଦିନ ଘରୁ ଚିନି ଓ ରୂପା ଦାନ କରନ୍ତୁ ନାହିଁ।