ଦେଖନ୍ତୁ ଭିଡ଼ିଓ: କ୍ଷୀର ସିଝାଇବା ସମୟରେ ଉତୁରି ନଷ୍ଟ ହେଉଛି କି ? ଏହି ସରଳ ଦେଶୀ ଉପାୟ ଆପଣାନ୍ତୁ

 
Milk

ପ୍ରାୟତଃ ମହିଳା ମାନେ ରୋଷେଇ ଘରେ କ୍ଷୀର ଫୁଟିବାକୁ ଛାଡ଼ିଦେଇ ଅନ୍ୟ କାମରେ ବ୍ୟସ୍ତ ରହିଯାଇଥାନ୍ତି। ଫଳରେ ଦୀର୍ଘ ସମୟ ଧରି କ୍ଷୀର ଗରମ ହେବା ପରେ ଏହା ଉତୁରିବାକୁ ଲାଗିଥାଏ। ଏପରି ହେଲେ କ୍ଷୀର ନଷ୍ଟ ହେବା ସହ ଏହାକୁ ହିନ୍ଦୁ ଧର୍ମ ଅନୁଯାଇ ଅଶୁଭ ବୋଲି ବିବେଚନା କରାଯାଇଥାଏ। କିନ୍ତୁ, ବର୍ତ୍ତମାନ ଏହିପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଛୋଟ ଦେଶୀ ଯୁଗାଡ଼ ଫଳରେ ଆପଣ ଏହି ସମସ୍ୟାରୁ ବର୍ତ୍ତି ପାରିବେ।

Milk boiling over

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଏକ ପାତ୍ରରେ କ୍ଷୀର ଗରମ କରାଯାଉଥିବାର ଦେଖିବାକୁ ମିଳୁଛି। ଉକ୍ତ ପାତ୍ର ଉପରେ ଏକ କାଠ ଚାମଚ ମଧ୍ୟ ରଖାଯାଇଛି। ଯେଉଁଥିପାଇଁ କ୍ଷୀର ଗରମ ହୋଇ ଉତୁରୁଥିଲେ ହେଁ ଏହା ତଳେ ପଡୁନାହିଁ। ଭଡ଼ିଓଟିକୁ @saffrontrail ନାମକ ଏକ ଟ୍ୱିଟର ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା। ଅପଲୋଡ଼ ହେବା ପରେ ପରେ ଏହି ଭିଡ଼ିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି।

ଭିଡ଼ିଓଟି ନଭେମ୍ବର ୧୦ ତାରିଖରେ ଟ୍ୱିଟରରେ ଅପଲୋଡ଼ କରାଯାଇଥିଲା। ସ୍ୱଳ୍ପ ସମୟ ମଧ୍ୟରେ ଏହି ଭିଡ଼ିଓରେ ଏପର୍ଯ୍ୟନ୍ତ ୮୪ ହଜ଼ାରରୁ ଅଧିକ ଭିୟୁ ଆସି ସାରିଛି। ଏଥିସହିତ ଲୋକେ ଏହି ଉପାୟକୁ ନିଜ ଘରେ ଚେଷ୍ଟା କରିବା ସହ ଏହା ବହୁତ ଭଲ କାମ କରୁଛି ବୋଲି କମେଣ୍ଟ ମାଧ୍ୟମରେ ଜଣାଉଛନ୍ତି।