ଦୀପାବଳି ପୂର୍ବରୁ ଘରୁ ବାହାର କରି ଦିଅନ୍ତୁ ଏହି ୫ଟି ଜିନିଷ, ତେବେ ଯାଇ ଘରେ ପ୍ରବେଶ କରିବେ ମା’ ଲକ୍ଷ୍ମୀ

 
Dipabali

ଆଗକୁ ଆସୁଛି ଦୀପାବଳୀ । ଡେରି ନ କରି ଘରୁ ବାହାର କରି ଦିଅନ୍ତୁ ଏହି ସବୁ ଜିନିଷ । ନହେଲେ ଦୀପାବଳୀ ପୂଜାର ମିଳିବନି ଭଲ ଫଳ । ଦାରିଦ୍ର୍ୟତା ଲାଗି ରହିବ । ଆର୍ଥିକ ଓ ପାରିବାରିକ ଜୀବନରେ କଳହ ଲାଗି ରହିବ । ଏପରିକି ଆପଣ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ବଞ୍ଚିତ ହୋଇ ପାରନ୍ତି । 

Diwali

ଦୀପାବଳିରେ ମା କାଳୀଙ୍କର ମଧ୍ୟ ପୂଜା ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କଣ ସବୁ ଜିନିଷ ରହିଛି ଯାହାର ପ୍ରଭାବରେ ଆପଣଙ୍କ ଜୀବନର ଉନ୍ନତି କମି ଯାଇଥାଏ ।

ଭଙ୍ଗା କାଚ: ଯଦି ଆପଣଙ୍କ ଘରେ କିଛି ଭାଙ୍ଗି ଯାଇଥିବା କାଚ ରହି ଯାଇଥାଏ ଯେପରିକି ଭଙ୍ଗା ଦର୍ପଣ , ଭଙ୍ଗା ଗ୍ଲାସ୍ , ଭଙ୍ଗା କାଚ ଆସବାବପତ୍ର। ତେବେ ତୁରନ୍ତ ଏହାକୁ ଘରୁ କାଢ଼ି ଦିଅନ୍ତୁ । କାରଣ ଏହା ଘରେ ନକାରାତ୍ମକ ଶକ୍ତିର ବୃଦ୍ଧି ଘଟାଇ ଥାଏ ।

ବନ୍ଦ ଘଣ୍ଟା : ସେ କାନ୍ଥ ଘଣ୍ଟା ହେଉ ବା ହାତ ଘଣ୍ଟା , ଯଦି ଏହା ଚାଲୁ ନାହିଁ ତେବେ ଏହାକୁ ଆଦୌ ଘରେ ରଖନ୍ତୁ ନାହିଁ । ତେବେ କୁହାଯାଏ ବନ୍ଦ ପଡ଼ିଥିବା ଘଣ୍ଟା ଘରେ ଥିଲେ ଜୀବନର ଉନ୍ନତିର ଦ୍ଵାର ମଧ୍ୟ ବନ୍ଦ ହୋଇଯାଏ ।

Jinisha

ଭଙ୍ଗା ମୂର୍ତ୍ତି:  ଯଦି ଘରେ ଭଗବାନଙ୍କର କିଛି ଭଙ୍ଗା ମୂର୍ତ୍ତି ରହିଛି ତେବେ ଏହାକୁ ନଦୀ ବା ଗାଡିଆ ପୋଖରୀ ରେ ବିସର୍ଜନ କରି ଦିଅନ୍ତୁ । ଭଙ୍ଗା ଝରକା  : ଯଦି ଆପଣଙ୍କ ଘରେ ଭଙ୍ଗା ଝରକା ବା କବାଟ ଥାଏ ବା ଏହା ଶବ୍ଦ କରୁଥାଏ ତେବେ ଏହାକୁ ବଦଳାଇ ଦିଅନ୍ତୁ । କାରଣ ଏହା ଘର ପାଇଁ ଅଶୁଭ ଅଟେ ।

ପୁରୁଣା ଚପଲ ଜୋତା: ଘରେ ପୁରୁଣା ଜୋତା ଓ ଚପଲ ଯାହା ଆପଣ ବ୍ୟବହାର କରୁ ନାହାନ୍ତି ତାକୁ ଫିଙ୍ଗି ଦିଅନ୍ତୁ ଏହି ପୁରୁଣା ଜିନିଷ ଘରେ ନକାରାତ୍ମକ୍ତା ଓ ଦୁର୍ଭାଗ୍ୟ ଆଣିଥାଏ।

ଭଙ୍ଗା ବାସନ : ବାସ୍ତୁ ଅନୁସାରେ ଘରେ ଥିବା ଭଙ୍ଗାରୁଜା ବାସନକୁ ଏହିଦିନ ବାହାରକୁ ଫିଙ୍ଗି ଦିଅନ୍ତୁ।