ଅକ୍ଷୟ ତୃତୀୟାରେ ଶୁଭ ଅଟେ ସୁନା ରୂପା କିଣିବା: ରାଶି ଅନୁଯାଇ କିଣନ୍ତୁ ଏହି ଧାତୁ, ବଦଳିଯିବ ଅପଣଙ୍କ ଭାଗ୍ୟ

 
Akshay tritiya

ଚଳିତ ବର୍ଷ ମେ ୩ ତାରିଖରେ ପାଳନ ହେବାକୁ ଯାଉଛି ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମ ଅନୁଯାଇ ଅକ୍ଷୟ ତୃତୀୟାରେ ସୁନା, ଚାନ୍ଦି ଏବଂ ଅଳଙ୍କାର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା କରିବା ଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ଏହି ପର୍ବ ପାଳନ କରାଯାଉଥିବା ବେଳେ ଏହି ଦିନ ନିଜର ରାଶି ଅନୁଯାଇ ଧାତୁ କିଣିବା ଦ୍ୱାରା ସୁଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

Akshay tritiya

୧. ମେଷ:- ମଙ୍ଗଳ ଏହି ରାଶିର ସ୍ୱାମୀ ଅଟନ୍ତି। ତାଙ୍କ ପାଇଁ ତମ୍ବା ଧାତୁ ଶୁଭ ହୋଇଥିବାରୁ ମେଷ ରାଶିର ଲୋକଙ୍କୁ ତମ୍ବା ଏବଂ ସୁନା କିଣିବାକୁ ପରାମର୍ଶ ଦିଆଯାଇଥାଏ।

୨. ବୃଷ:- ସମାନ ଭାବରେ ଶୁକ୍ର ଏହି ରାଶିର ସ୍ୱାମୀ ଅଟନ୍ତି ତେଣୁ ଏହିଦିନ ତାଙ୍କ ପାଇଁ ଶୁଭ ହୋଇଥିବା ରୂପା କିଣିବାକୁ ପରାମର୍ଶ ଦିଆଯାଇଥାଏ।

୩. ମିଥୁନ:- ବୁଧ ମିଥୁନ ରାଶିଥିବା ଲୋକଙ୍କର ସ୍ୱାମୀ ଅଟନ୍ତି। ତେଣୁ, ଅକ୍ଷୟ ତୃତୀୟା ଦିନ ସେମାନଙ୍କୁ ବାସନ କିମ୍ଭା ଅଳଙ୍କାର କିଣିବା ପାଇଁ କୁହା ଯାଇଥାଏ।

Coins

୪. କର୍କଟ:- କର୍କଟ ରାଶିର ସ୍ୱାମୀ ଚନ୍ଦ୍ର ହୋଇଥିବାରୁ। ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକେ ରୂପା କିଣିପାରିବେ।

୫. ସିଂହ:- ସେହିପରି ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ ହୋଇଥିବାରୁ। ଏହି ରାଶି ଥିବା ଲୋକେ ସୁନା କିମ୍ବା ତମ୍ବା କିଣିଲେ ଲାଭବାନ ହୋଇଥାନ୍ତି।

୬. କନ୍ୟା:- ଏହି ରାଶିର ସ୍ୱାମୀ ବୁଧ ଅଟନ୍ତି। ତେଣୁ, କନ୍ୟା ରାଶି ଥିବା ବ୍ୟକ୍ତିମାନେ ଅକ୍ଷୟ ତୃତୀୟାରେ ପିତ୍ତଲ କିଣିବା ଉଚିତ।

୭. ତୁଳା:- ଏହି ରାଶି ଥିବା ଲୋକେ ଅକ୍ଷୟ ତୃତୀୟା ଦିନ ରୂପା କିଣିବା ଉଚିତ। ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି।

Gold

୮. ବିଛା:- ବିଛା ରାଶି ଥିବା ବ୍ୟକ୍ତି ବିଶେଷମାନେ ଅକ୍ଷୟ ତୃତୀୟା ଦିନ ତମ୍ବା କିଣିବା ଲାଭଦାୟକ ହୋଇଥାଏ।

୯. ଧନୁ:- ବୃହସ୍ପତି ଏହି ରାଶିର ସ୍ୱାମୀ ଅଟନ୍ତି। ତେଣୁ, ଅକ୍ଷୟ ତୃତୀୟା ଦିନ ଏହି ରାଶି ଥିବା ଲୋକଙ୍କୁ ସୁନା କିମ୍ବା ପିତ୍ତଲ କିଣିବାକୁ ପରାମର୍ଶ ଦିଆଯାଇଥାଏ।

୧୦. ମକର:- ଶନି ମକର ରାଶିର ସ୍ୱାମୀ ଅଟନ୍ତି। ତେଣୁ, ଅକ୍ଷୟ ତୃତୀୟା ଦିନ ଏହି ରାଶିର ଲୋକଙ୍କୁ ଇସ୍ପାତ କିମ୍ବା ଲୁହା ବାସନ କିଣିବା ପାଇଁ ପରାମର୍ଶ ଦିଆଯାଇଥାଏ।

Buying jewellary

୧୨. କୁମ୍ଭ:- ମକର ରାଶି ପରି ଶନିଦେବ କୁମ୍ଭ ରାଶିର ମଧ୍ୟ ସ୍ୱାମୀ ଅଟନ୍ତି। ତେଣୁ, କୁମ୍ଭ ରାଶିର ଲୋକଙ୍କୁ ଇସ୍ପାତ ଏବଂ ଲୁହା ବାସନ କିଣିବା ପାଇଁ କୁହାଯାଏ।

୧୩. ମୀନ:- ବୃହସ୍ପତି ମୀନ ରାଶିର ସ୍ୱାମୀ ଅଟନ୍ତି। ତେଣୁ, ମୀନ ରାଶିର ଲୋକେ ପିତ୍ତଲ ବାସନ କିମ୍ବା ସୁନା ଅଳଙ୍କାର କିଣିଲେ ନିଶ୍ଚିତ ଭାବରେ ଲାଭଦାୟକ ହେବେ।

From around the web