ନୂଆ ବର୍ଷରେ ଘରେ ରଖନ୍ତୁ ନାହିଁ ଏହି ୫ଟି ପୁରୁଣା ଜିନିଷ, ନହେଲେ ବର୍ଷ ସାରା ଲାଗିରହିବ ଅଭାବ


ଭଙ୍ଗା ଆସବାବପତ୍ର: କୁହାଯାଏ ଯେ ଘରେ ଭଙ୍ଗା ଖଟ କିମ୍ବା ପଲଙ୍କ ରଖିବା ଦ୍ୱାରା ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଜାବନ ସାଥୀଙ୍କ ସହିତ ହସ ଖୁସିରେ ନୂଆର୍ଷରେ ନୂଆ ଜୀବନ ଆରମ୍ଭ କରିବା ପାଇଁ। ତେବେ ଘରେ ଭଙ୍ଗା ଆସବାବପତ୍ର କିମ୍ବା ଭଙ୍ଗା ଖଟ କି ପଲଙ୍କ ଥିଲେ ଘରୁ ବାହାର କରିଦିଅନ୍ତୁ।

ଭଙ୍ଗା କାଚ କିମ୍ବା ଭଙ୍ଗା ଆଇନା: ଘରେ ଯେ କୌଣସିବି ପ୍ରକାର ଭଙ୍ଗା କାଚ, ଭଙ୍ଗା କାଚ ବାସନ, ଫଟୋ ଫ୍ରେମ୍ କିମ୍ବା ଭଙ୍ଗା ଆଇନା ଥିରେ ତାକୁ ତୁରନ୍ତ ବାହାରେ ଫୋପାଡ଼ି ଦିଅନ୍ତୁ। ଭଙ୍ଗା କାଚ ଦ୍ୱାରା ବାସ୍ତୁ ସମସ୍ୟା ଦେଖାଦେଇଥାଏ। ଏହାଛଡ଼ା ପରିବାର ସଦସ୍ୟଙ୍କର ମାନସିକ ଦୁଶ୍ଚିନ୍ତା ମଧ୍ୟ ବଢ଼ିଥାଏ।

ଖରାପ ଘଡ଼ି ବା ଘଣ୍ଟା: ଯଦି ଆପଣଙ୍କ ଘରେ କାନ୍ଥରେ ଲାଗିଥିବା ଘଣ୍ଟା କିମ୍ବା ହାତ ଘଣ୍ଟା ଘରାପ ହୋଇଯାଇଛି। ଆଉ ତାକୁ ଆପଣ ସେମିତି ଘରେ ରଖିଛନ୍ତି ତାହେଲେ ଶିଘ୍ର ଘରୁ ବାହାର କରି ଫୋପାଡ଼ି ଦିଅନ୍ତୁ। ବନ୍ଦ ଘଣ୍ଟା ଘରେ ରଖିବା ଦ୍ୱାରା ଘରର ଅମଙ୍ଗଳ ହୋଇପାରେ। ଏହା ସହ କିଛି ନକାରଶକ୍ତିର ପ୍ରଭାବ ମଧ୍ୟ ପଡ଼ିପାରେ। ତେବେ ଯଦି ଆପଣ ନୂଆବର୍ଷରେ ସବୁ କିଛି ସୁଖମୟ ଚାହୁଛନ୍ତି। ତେବେ ଘରେ ଥିବା ବନ୍ଦ ଘଣ୍ଟାକୁ ଘରୁ ବାହାର କରିଦିଆନ୍ତୁ । ଆଗାମୀ ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ହେବ।

ଖରାପ ଇଲେକ୍ଟ୍ରୋନିକ୍ ସାମଗ୍ରୀ: ଆପଣଙ୍କ ଘରେ କୌଣସି ପୁରୁଣା ଇଲେକ୍ଟ୍ରୋନିକ୍ ସାମଗ୍ରୀ ଅଛି କି? ତାହାଲେ ତାକୁ ଘରୁ ବାହାରକରିଦିଅନ୍ତୁ। କାରଣ ଘରେ ସାମଗ୍ରୀ ଖରାପ ହୋଇପଡ଼ିରହିବା ଦ୍ୱାରା ନକାରତ୍ମକ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ। ଆପଣଯଦି ଘରର ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ, ଖରାପ ଓ ପୁରୁଣା ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ଘରେ ରଖନ୍ତୁ ନାହିଁ। ନୁଆବର୍ଷ ପୂର୍ବରୁ ସେସବୁ ଘରୁ ବାହାର କରିଦିଅନ୍ତି, ଆଉ ହସ ଖୁସିରେ ନୂଆବର୍ଷ ପାଳନ କରନ୍ତୁ।

ଭଙ୍ଗା ମୂର୍ତ୍ତି: ନୂଆବର୍ଷକୁ ସ୍ୱାଗତ କରିବା ପୂର୍ବରୁ ପୂଜା ଘରକୁ ଭଲଭାବେ ପରିସ୍କାର କରି ଦିଅନ୍ତୁ। ପୂଜାଘରେ ଯଦି ଭଙ୍ଗା ମୂର୍ତ୍ତି ଅଛି, ତେବେ ତାକୁ ହଟାଇ ଦିଅନ୍ତୁ । ଭଙ୍ଗା ମୂର୍ତ୍ତି ଘରେ ରଖିଲେ ଅଶୁଭ ହୋଇଥାଏ।