ମେରୁଦଣ୍ଡ ରୋଗରେ ପୀଡିତ ଶିଶୁର ଜୀବନ ରକ୍ଷା କରିଲା ଏହି ଦାମୀ ଇଂଜେକ୍ସନ୍, କେବଳ ଗୋଟିଏ ଇଂଜେକ୍ସନ୍ ଦାମ୍ ଜାଣିଲେ ତାଯୁବ ହେବେ ଆପଣ

 
Costliest drug

ବ୍ରିଟେନର ଜଣେ ଶିଶୁ ଏପରି ବିରଳ ରୋଗରେ ପୀଡିତ ଯେଉଁଥିପାଇଁ ସେ ପ୍ରତିଦିନ ମୃତ୍ୟୁ ସହ ସଂଗ୍ରାମ କରୁଛି। କିନ୍ତୁ, ଖବରଟି ଯାହା ଚର୍ଚ୍ଚାର ପରିସର ଭିତରକୁ ଆସିଛି ତାହା ଏହି ରୋଗ ନୁହେଁ ବରଂ ଏହାକୁ ଭଲ କରିବାକୁ ଦିଆଯାଉଥିବା ଅତି ମହଙ୍ଗା ଔଷଧ ଯାହାର ମୂଲ୍ୟ ପ୍ରାୟ ୧୮ କୋଟି ଟଙ୍କା ବୋଲି ଜଣାପଡିଛି। ତେବେ ସରକାରୀ ଉଦ୍ୟମ ହେତୁ ଶିଶୁର ଚିକିତ୍ସା ଆରମ୍ଭ ହୋଇଛି ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। 

ପାଞ୍ଚ ମାସର ଆର୍ଥର୍ ମୋର୍ଗାନ୍ ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି (SMA) ରେ ପୀଡିତ, ଯାହା ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ପକ୍ଷାଘାତ ଏବଂ ମୃତ୍ୟୁର କାରଣ ହୋଇପାରେ। କିନ୍ତୁ,ଏହାର ଚିକିତ୍ସା ପାଇଁ ମୋର୍ଗାନକୁ ଏପରି ଏକ ଇଞ୍ଜେକ୍ସନ ଦିଆଯାଇଛି, ଯାହାର ମୂଲ୍ୟ ସମସ୍ତଙ୍କୁ ଚକିତ କରିଦେଇଛି।

ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ଆର୍ଥର ମୋର୍ଗାନଙ୍କୁ ଏହି ମିରାକେଲ୍ ଡ୍ରଗ୍ସର ଇଞ୍ଜେକ୍ସନ ଦିଆଯାଇଥିଲା। ଏହାର ଗୋଟିଏ ଡୋଜର ମୂଲ୍ୟ 1.69 ମିଲିୟନ ପାଉଣ୍ଡ ମାନେ ଭାରତୀୟ ମୁଦ୍ରା ହିସାବରେ ପାଖା ପାଖି 17 କୋଟି ବୋଲି ଜଣାପଡ଼ିଛି। ବ୍ରିଟେନରେ ପୂର୍ବରୁ କାହାକୁ ଏହି ଇଞ୍ଜେକ୍ସନ ଦିଆଯାଇ ନାହିଁ। ଶିଶୁର ଚିକିତ୍ସା ପାଇଁ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA) ଜୋଲଗେନ୍ସମାକୁ ତିଆରି କରୁଥିବା କମ୍ପାନୀ ସହିତ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହା ପରେ ଶିଶୁଟିକୁ ଏହି ଜୀବନ ରକ୍ଷାକାରି ଡ୍ରଗ୍ସ ଦିଆଯାଇଥିଲା।

ପ୍ରକୃତରେ ଜୋଲଗେନ୍ସ ହେଉଛି ଏକ ନୂତନ ଜିନ୍ ଥେରାପି, ଯାହା ରୋଗୀର ଶରୀରରେ ଇଞ୍ଜେକ୍ସନ ରୂପରେ ଦିଆଯାଏ। ସ୍ୱିସ୍ ଫାର୍ମ ନୋଭାର୍ଟିସ୍ ନାମକ କମ୍ପାନୀ ଜୋଲଗେନ୍ସ ଉତ୍ପାଦନ କରିଥାଏ, ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ଔଷଧର ଆଖ୍ୟା ଦିଆଯାଇଛି। ଏଥିନେଇ ଆର୍ଥର ମୋର୍ଗାନଙ୍କ ପିତା ରିସ ମୋର୍ଗାନ ନିଜ ଶିଶୁର ଚିକିତ୍ସା ପାଇଁ ସେ ବ୍ରିଟେନ ସରକାର ଏବଂ NHS ପାଖରେ କୃତଜ୍ଞ ବୋଲି କହିଛନ୍ତି। ଏଥିସହିତ ଅର୍ଥର ଶୀଘ୍ର ଠିକ ହୋଇଯିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ SMA କୁ ରୋକିବା ପାଇଁ ଜୋଲଗେନ୍ସମାର ଗୋଟିଏ ମାତ୍ରା ଯଥେଷ୍ଟ ଅଟେ। ତେବେ ଏହାର ମୂଲ୍ୟକୁ ନେଇ ଏକ ବିତର୍କ ସୃଷ୍ଟି ହୋଇଛି। କାରଣ ସମସ୍ତଙ୍କ ପାଇଁ ଏତେ ଟଙ୍କା ଜମା କରିବା ସମ୍ଭବ ନୁହେଁ, ଅନ୍ୟପକ୍ଷରେ ଏହି ଔଷଧର ମୂଲ୍ୟ ଯୁକ୍ତିଯୁକ୍ତ ଅଟେ କମ୍ପାନୀ ଅନୁଭବ କରୁଛି ବୋଲି କହିଛି।

ନୋଭାର୍ଟିସ୍ କହିବା ମୁତାବକ ଦୀର୍ଘସ୍ଥାୟୀ ଚିକିତ୍ସା ଅପେକ୍ଷା ଏହି ଔଷଧର ଗୋଟିଏ ମାତ୍ର ଡୋଜ୍ ଅଧିକ ପ୍ରଭାବଶାଳୀ ଅଟେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଇଂଲଣ୍ଡରେ ପ୍ରାୟ ୬୫ ଜଣ ଶିଶୁ SMA ସହିତ ଜନ୍ମ ହୋଇଥାନ୍ତି। ଏହା ମାଂସପେଶୀର ଦୁର୍ବଳତା, ଗତି ହରାଇବା ଏବଂ ନିଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ।