ଶୀତ ଦିନେ ଜିମ୍ ରେ ଓ୍ୱାର୍କ ଆଉଟ କରୁଥିଲେ ହୃଦଘାତର ରହିଛି ଅଧିକ ସମ୍ଭାବନା, ଜାଣନ୍ତୁ କେମିତି ବର୍ତିବେ

 
Workout

ଶୀତର ପ୍ରଭାବ ଧୀରେ ଧୀରେ ପଡ଼ୁଥିବା ବେଳେ ଆଗାମୀ ସମୟରେ ଥଣ୍ଡା ବଢ଼ିବାର ସମ୍ଭାବନା ଅଛି । ବଢ଼ୁଥିବା ଥଣ୍ଡା ସହିତ ହାର୍ଟ ଆଟାକର ଆଶଙ୍କା ମଧ୍ୟ ବଢ଼ୁଛି । ଯେଉଁମାନେ ହାର୍ଟ ରୋଗରେ ପୀଡିତ, ସେମାନେ ଏହି ଋତୁରେ ଅତ୍ୟନ୍ତ ସତର୍କ ହେବା ଆବଶ୍ୟକ । ଶୀତଦିନେ ତାପମାତ୍ରା ହ୍ରାସ ହେତୁ ହୃଦୟର ଧମନୀଗୁଡ଼ିକ ସଂକୁଚିତ ହୋଇ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିଥାଏ । ଏପରି ପରିସ୍ଥିତିରେ, ଯଦି ଥଣ୍ଡା ପରିମାଣ ବଢ଼ିଯାଏ ଏବଂ ଉପଯୁକ୍ତ ଯତ୍ନ ନିଆନଯାଏ, ତେବେ ହାର୍ଟ ଆଟାକ୍ ହେବାର ସମ୍ଭାବନା ବଢ଼ିପାରେ। 

Workout

ତେବେ ଯୁବଗୋଷ୍ଠୀ ଏବେ ଦିନର ଅଧିକାଂଶ ସମୟ ଜିମ ସେଣ୍ଟରରେ କାଟୁଛନ୍ତି। ଆଜିକାଲିର ଯୁବ ବର୍ଗ ନିଜେ ନିଜେ ୱାର୍କଆଉଟ ଆରମ୍ଭ କରିଦେଉଛନ୍ତି । ଏକ୍ସପର୍ଟଙ୍କ ମୁତାବକ, ୱାର୍କଆଉଟ ଆଗରୁ ଅଧିକାଂଶ ବଡିକୁ ୱାର୍ମଅପ କରୁ ନାହାନ୍ତି । ଏହା ହୃଦଘାତର ମୁଖ୍ୟ କାରଣ ହେଉଛି । ତେଣୁ ୱାର୍କଆଉଟ କରିବା ଆଗରୁ ପ୍ରଥମେ ଓା୍ୱର୍ମଅପ କରିବାର ଆବଶ୍ୟକତା ରହିଛି । ହାର୍ଟ ଆର୍ଟାକ୍ ହେବାର ମୁଖ୍ୟ କାରଣ ଶରୀରର ଶୀଥିଳତା । 

ଶରୀର ଥଣ୍ଡା ବା ଶୀଥିଳ ଥିବା ବେଳେ ହଠାତ୍ ଭାରି ଡମ୍ବଲ ବା ୱେଟ ଉଠାଇବା ଦ୍ୱାରା ଶରୀର ଗୋଟିଏ ଅଂଶରେ ଭାରି ମାତ୍ରାରେ ଇଲେକ୍ଟ୍ରିକ୍ ଏସିଡ ଏକତ୍ରିତ ହୋଇ ବ୍ଲକେଜ ହୋଇଥାଏ । ଏହା ଫଳରେ ହୃଦଘାତ ହେବାର ବହୁ ସମ୍ଭାବନା ଥାଏ। ବିଶେଷ କରି ଶୀତ ଦିନେ ଜିମିଂ ଆଗରୁ ଶରୀରକୁ ୱାର୍ମଅପ କରିବା ଜରୁରୀ । ୱାର୍କଆଉଟ ପରେ ପୁଣି ଶରୀରକୁ ଶୀଥିଳ କରିବା ମଧ୍ୟ ଆବଶ୍ୟକ । 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ, ୱାର୍କଆଉଟ ପୂର୍ବରୁ ୧୦-୧୫ ମିନିଟ ୱାର୍ମ ଅପ କରିବା ଜରୁରୀ । ଏଥିପାଇଁ ଜିମରେ କାର୍ଡିୟୋ ସେକ୍ସନ ଉପଲବ୍ଧ ଥିଲେ ଏହା ଉପରେ ଅଭ୍ୟାସ କରିବା ଜରୁରୀ । ଏପରି କରିବା ଦ୍ୱାରା ବଡି କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଯାଏ ଓ ଶରୀରର ସବୁ ଜଏଣ୍ଟ ଓ ବଡି ପାର୍ଟ୍ସ ଆକ୍ଟିଭ ହୋଇଯାଏ । ଜିମିଂ ପରେ ମଧ୍ୟ ଶରୀରକୁ ଥଣ୍ଡା କରିବାକୁ କହୁଛନ୍ତି ବିଶେଷଜ୍ଞ ।