ଶୀତ ଦିନେ ଏମିତି ଭାବରେ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା, ପୁରୁଷଙ୍କ ପାଇଁ ବରଦାନ

 
khajuri

ଅଧିକାଂଶ ଲୋକ ଶୀତଦିନେ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ପସନ୍ଦ କରନ୍ତି । ହାଲୱା ଠାରୁ ଡ୍ରାଏ ଫ୍ରୁଟ୍ସ ପର୍ଯ୍ୟନ୍ତ, ସମସ୍ତେ  ଅନେକ ଉପାୟରେ ଖାଆନ୍ତି । ସେହିଭଳି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ଏହି ଡ୍ରାଏ ଫ୍ରୁଟ୍ସରେ ସାମିଲ ଅଛି ଖଜୁରୀ । ତେବେ ଶୀତ ଦିନ ଖଜୁରୀ ଖାଇଲେ କଣ ହେବ, ଆସନ୍ତୁ ଜାଣିବା...

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

Dates

ଥଣ୍ଡା ପାଗରେ ଏହାକୁ ଖାଇଲେ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ । ଡ୍ରାଏ ଫ୍ରୁଟ୍ସ ମଧ୍ୟରେ ଖଜୁରୀ ପ୍ରଥମେ ଆସେ । କିନ୍ତୁ ଶୀତଦିନେ ଖଜୁରୀ ଖାଇବାକୁ ଅନେକ ଲୋକ ଦ୍ୱନ୍ଦ୍ୱରେ ରୁହନ୍ତି ।

ଆଜି ଆମେ ଆପଣଙ୍କୁ କହିବୁ ଶୀତଦିନେ ଖଜୁରୀ ଖାଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିପାରେ । ଆହୁରି ମଧ୍ୟ, କେଉଁ ରୋଗ ନିୟନ୍ତ୍ରଣ କରାଯାଏ ?

ଆଜି ପର୍ଯ୍ୟନ୍ତ ଆପଣ ଅନେକ ଫଳର ଉପକାରିତା ଏବଂ ସେମାନଙ୍କର ଚିକିତ୍ସା ବିଷୟରେ ପଢିଥିବେ ଏବଂ ଶୁଣିଥିବେ । ଆପଣ ଖଜୁରୀ ର ଉପକାର ଜାଣନ୍ତି କି? ତେବେ ଆସନ୍ତୁ ଜାଣିବା ଖଜୁରୀ ଖାଇବାର ଉପକାର ବିଷୟରେ ଯେଉଁଥିରେ ଅନେକ ରୋଗ ଭଲ ହୋଇଯାଏ ।

ଖଜୁରୀ ଫାଇବରରେ ଭରପୂର ଅଟେ । ଯେଉଁଥିପାଇଁ ଆପଣଙ୍କ ପାଚକ ତତ୍ତ୍ବ କୁ ସଫା ରଖିଥାଏ ।  ଯଦି ପାଚନ ପ୍ରକ୍ରିୟା ଠିକ୍ ରହେ ତ ତେବେ ପେଟ ଜନିତ କୌଣସି ସମସ୍ୟା ହୋଇନଥାଏ । ଖଜୁରୀ ରେ ଭିଟାମିନ୍ ସି ଭରପୂର ଅଟେ । ଏହା ଚେହେରାକୁ ଚମକ ଏବଂ ନରମ ରଖିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ଏଥିରେ ଥିବା B5 ବାଳକୁ ସୁସ୍ଥ, ମଜବୁତ୍ ଓ କେଶ ଝଡିବାକୁ ରୋକିଥାଏ ।

ଉଚ୍ଚ ବିପି ନିୟନ୍ତ୍ରିତ :-

ଖଜୁରୀ ରେ ଥିବା ଫାଇବର ହୃଦୟକୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖେ, ଯାହା ହୃଦୟ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ରୋକିଥାଏ । ଖଜୁରୀ ରେ ପୋଟାସିୟମ ମଧ୍ୟ ଥାଏ ଯାହା ହୃଦଘାତ ଭଳି ଗମ୍ଭୀର ରୋଗର ଚିକିତ୍ସା କରିବାରେ ସାହାଯ୍ୟ କରିଥାଏ । ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିବା ପାଇଁ ଏହା ବହୁତ ଲାଭଦାୟକ । ବ୍ଲଡ ପ୍ରେସରର କଣ୍ଟ୍ରୋଲ ଏବଂ ବିପି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ନିୟନ୍ତ୍ରିତ ମଧୁମେହ :-

କିଛି ଲୋକ ଶୀତ ଦିନରେ ମିଠା ଖାଇବାକୁ ଇଚ୍ଛା କରନ୍ତି । ଏଭଳି ପରିସ୍ଥିତିରେ ମଧୁମେହ ରୋଗୀମାନେ ଯେତିକି ଚାହାଁନ୍ତି ମିଠା ଖାଇବାକୁ ସକ୍ଷମ ନୁହଁନ୍ତି କାରଣ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ଥାଏ । କିନ୍ତୁ ଖଜୁରୀ ଏମିତି ଡ୍ରାଏ ଫ୍ରୁଟ୍ସ ଯେ ମଧୁମେହ ରୋଗୀମାନେ ପ୍ରତିଦିନ ଖାଇଲେ କୌଣସି ଅସୁବିଧା ହେବନାହିଁ । ମଧୁମେହ ରୋଗୀଙ୍କ ପାଇଁ ଖଜୁରୀ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ରହିଖାଏ ।

ଥଣ୍ଡା ଏବଂ କାଶରୁ ରକ୍ଷା କରେ :-

ଶୀତଦିନେ ଯଦି ଆପଣ ପ୍ରତିଦିନ ଖଜୁରୀ ଖାଆନ୍ତି କିମ୍ବା କ୍ଷୀର ସହିତ ଖାଆନ୍ତି, ତେବେ ଥଣ୍ଡା ଏବଂ କାଶର ସମସ୍ୟା ମଧ୍ୟ ଦୂର ହୋଇଯାଏ । ଏହି ଋତୁରେ ଅଧିକାଂଶ ଲୋକ ଥଣ୍ଡା ଏବଂ କାଶରେ ପୀଡିତ । ଏହି ସମସ୍ତ ଲକ୍ଷଣରୁ ମୁକ୍ତି ପ୍ରଦାନରେ ଖଜୁରୀ ପ୍ରଭାବଶାଳୀ । କାରଣ ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ।